ମରାମତି ଅପେକ୍ଷାରେ ଖଣ୍ଡିତର-ରାଜଘାଟ ନଦୀବନ୍ଧ:୭.୮୬ କୋଟି ଟଙ୍କା ବ୍ୟୟବରାଦ

ରସୁଲପୁର,୩୦-୧୦(ଡିଏନଏ)- ରସୁଲପୁର ବ୍ଲକ ଖଣ୍ଡିତର ଓ ଯାଜପୁର ବ୍ଲକ ଅଧୀନ ରାଜଘାଟ ଖରସ୍ରୋତା ନଦୀର ଡାହାଣପାର୍ଶ୍ୱ ୧୫-ବି ବନ୍ଧ ମରାମତି, ପ୍ରଶସ୍ତୀକରଣ, ଆବଶ୍ୟକ ସ୍ଥଳେ ଜନବସତିକୁ ଗଡା ନିର୍ମାଣ, ବନ୍ଧ ଉପରେ ପାର୍କିଂ ନିର୍ମାଣ ପାଇଁ ଦାବି ହେଉଛି। ଏ ଦିଗରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ, ଜାରକା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି। ବନ୍ଧ ମରାମତି ଓ ବନ୍ଧ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଯାତାୟାତ କରିବାରେ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଥିଲେ ହେଁ ବିଭାଗ କର୍ଣ୍ଣପାତ କରୁନାହିଁ। ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି କୁହାଯାଉଛି।
ପ୍ରକାଶ ଯେ, ବରୀ ଜଳସେଚନ ସବଡିଭିଜନ ଅଧୀନ ଖଣ୍ଡିତରଠାରୁ ରାଜଘାଟ ପର୍ଯ୍ୟନ୍ତ ୧୧.୨୦୦ କି.ମି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଜନବସତି ସ୍ଥଳରେ ନଦୀବନ୍ଧରେ ଗଢା ପ୍ରସ୍ତୁତ ହୋଇନାହିଁ। ବନ୍ଧ ଉପର ରାସ୍ତା ଅଣଓସାରିଆ ଥିବାରୁ ଲୋକେ ଅନେକ ସମୟରେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପର ବରୁଆଁ ଓ ମହେଶ୍ୱରପୁର ପଞ୍ଚାୟତ ଅଞ୍ଚଳରେ ଥିବା ଏହି ନଦୀବନ୍ଧ ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ। ଏହି ରାସ୍ତା ଦେଇ ପ୍ରତ୍ୟେହ ଶହଶହ ଗାଡି ମୋଟର ଯାତାୟାତ କରୁଛି। ରାସ୍ତା ମରାମତି ଅଭାବରୁ ଅନେକ ସ୍ଥାନରେ ବନ୍ଧ ରାସ୍ତା ଭାଙ୍ଗି ଯାଇଛି। ରାସ୍ତାରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇଛି। ବନ୍ଧରାସ୍ତା ଅଣଓସାରିଆ ଯୋଗୁ ଟ୍ରାକ୍ଟର ଯାଉଥିବାବେଳେ ବାଇକ୍‌ଟିଏ ଅତିକ୍ରମ କରିପାରୁ ନାହିଁ। ଏହିସବୁ କାରଣରୁ ବନ୍ଧ ରାସ୍ତାକୁ ମରାମତି କରିବା ଓ ପ୍ରଶସ୍ତୀକରଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ଏହାଛଡା ଆବଶ୍ୟକ ସ୍ଥାନରେ ପାର୍କିଂ ଓ ଗୋଡା ନିର୍ମାଣ କରିବା, ଗୋଡା ଅଭାବରୁ ବନ୍ଧ ତଳେ ଥିବା ଚାଷ ଜମିକୁ ଚାଷୀମାନେ ଯାତାୟାତ କରିବା, ହଳ ଲଙ୍ଗଳ ନେବା ଆଣିବା କରିବା, ଟ୍ରାକ୍ଟର ଯୋଗେ ଚାଷ ଉପତ୍ାଦିତ ଦ୍ରବ୍ୟକୁ ପରିବହନ କରିବାରେ ଅସୁବିଧା ଉପୁଜୁଛି। ବିଭାଗର ଉଦାସୀନତା ପାଇଁ ଲୋକେ ବନ୍ଧକୁ ହାଣି ଅସ୍ଥାୟୀ ଗୋଡା ପ୍ରସ୍ତୁତ କରୁଛନ୍ତି। ଏହା ବେଆଇନ କାର୍ଯ୍ୟ ହେଲେ ବି ଲୋକେ ଏହା କରିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ନଦୀବନ୍ଧ ଦୁର୍ବଳ ହେଉଛି। ବର୍ଷା ଦିନରେ ଏହି ସବୁ ସ୍ଥାନରେ ବନ୍ଧ ଧୋଇଯାଇ ଅଣଓସାରିଆ ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ଆବଶ୍ୟକ ସ୍ଥାନରେ ଭଲ ଭାବରେ ଗୋଡା ନିର୍ମାଣ କରାଗଲେ ଏହା ଲୋକଙ୍କ କାମରେ ଲାଗିବା ସହିତ ବନ୍ଧ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ମହେଶ୍ୱରପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବିଷ୍ଣୁଚରଣ ରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବରୀ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀଙ୍କୁ ପଚାରିବାରୁ, ସମସ୍ୟା ସମ୍ପର୍କରେ ବିଭାଗ ଅବଗତ ରହିଛି। ଲୋକଙ୍କ ଅଭିଯୋଗକୁ ବିଭାଗ କେବେ ଅଣଦେଖା କରେନାହିଁ। ଏନେଇ ପଦକ୍ଷେପ ନିଆଯାଇଛି। ଉକ୍ତ ନଦୀବନ୍ଧ ରାସ୍ତାର ପ୍ରଶସ୍ତୀକରଣ ପାଇଁ ୭.୮୬କୋଟି ଟଙ୍କା ବ୍ୟୟବରାଦ ହୋଇଛି। ମଞ୍ଜୁରୀ ପାଇଁ ସରକାରୀ ମୋହର ଅପେକ୍ଷାରେ ରହିଛି। ଅର୍ଥ ମଞ୍ଜୁର ହେବା ପରେ ବି କାର୍ଯ୍ୟ ହେବା ନେଇ ସମସ୍ୟା ରହିଛି। ବନ୍ଧରେ କେତେକ ସ୍ଥାନରେ ବ୍ୟକ୍ତିଗତ ଜମି ରହିଛି। ଏହି ଜମି ଉପରେ କାର୍ଯ୍ୟ କରିବା ସମୟରେ ସମସ୍ୟା ଦେଖାଦେଉଛି। ଉକ୍ତ ଲୋକେ ସହାୟତା କଲେ ଉକ୍ତ ନଦୀବନ୍ଧର କଳେବର ବଦଳି ଯିବ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ସମ୍ଭବତଃ କାର୍ଯ୍ୟ ୨୦୨୦ରେ ଆରମ୍ଭ ହେବ ବୋଲି ଆକଳନ କରାଯାଉଛି ବୋଲି ବିଭାଗ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ...

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା ଚୋରି

ବ୍ରହ୍ମପୁର ଅଫିସ,୧୨ା୨: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନରସିଂହ ମନ୍ଦିରରୁ ଲକ୍ଷାଧିକ ଟଙ୍କା ସହ ଅଧା କେଜି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ

ମାଲକାନଗିରି,୧ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ...

ରୁପାବଳିଆରେ ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୪।୭ – କିଛି ଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଷଡ଼ଙ୍ଗୀ ରେଞ୍ଜ୍‌ ଯୋରନ୍ଦା ସେକ୍ସନ...

କପିଳାସ ଅଭୟାରଣ୍ୟରେ ସଫାରି

ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ...

ଏସିଏଫ୍‌ ମୃତ୍ୟୁ ଘଟଣା: ଡିଏଫ୍‌ଓ, ଗୁରାଣ୍ଡି ଓଆଇସି ହେବେ ଜେରା

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ଘଟଣାର...

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୟାସକୁ ସ୍ବାଗତ

ଭଦ୍ରକ ଅଫିସ, ୧୩ା୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ...

ବିସ୍ଫୋରଣରେ ନାବାଳକ ଗୁରୁତର

ଆସିକା,୧୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ସୋମବାର ସକାଳେ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଣ୍ଡିଆପଥରର...

Advertisement
Archives

Model This Week