Posted inଜାତୀୟ

ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ

ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର କାଶୀର ସନ୍ଥ ସମାଜ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଡାକ ଯୋଗେ ଏକ ‘ଶ୍ରୀରାମଚରିତ ମାନସ’ ପୁସ୍ତକ ପଠାଯାଇଛି। ଏହାସହ ଉକ୍ତ ପୁସ୍ତକଟିକୁ ମମତା ନିଜେ ପଢିବାକୁ ସାଧୁମାନଙ୍କ ତରଫରୁ ଅନୁରୋଧ ମଧ୍ୟ କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ମମତାଙ୍କ ସାମ୍ନାରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବାରୁ ସେ ଖପ୍ପା ହୋଇ ଯାଇଥିଲେ ଓ ଯିଏ ଏମିତି କହିବ ସେ ତା’ର ଛାଲ ଉତ୍ତାରି ଦେବେ ବୋଲି କହିଥିଲେ। ଏହାପରେ ଏହି ସ୍ଲୋଗାନକୁ ନେଇ ଭାଜପା ଓ ମମତା ବାନାର୍ଜୀଙ୍କ ଦଳ ତ୍ରୁଣ ମୂଳ କଂଗ୍ରେସ ମଧ୍ୟରେ ଲାଗି ରହିଛି ବିବାଦ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri