Posted inଜାତୀୟ

ମନ୍ଦିର ଭଙ୍ଗାକୁ ବିରୋଧକରି ଦଳିତଙ୍କ ବିକ୍ଷୋଭ:ଭୀମ ଆର୍ମି ମୁଖ୍ୟଙ୍କ ସମେତ ୯୬ ଗିରଫ

ନୂଆଦିଲ୍ଲୀ, ୨୩ା୮(ପି.ଟି.):ଦିଲ୍ଲୀ ପୋଲିସ ତୋଗଲକବାଦ୍‌ଠାରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସମେତ ୯୬ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନେ ବେଆଇନ ଭାବେ ଏକାଠି ହୋଇ ଦଙ୍ଗାସମ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ରବି ଦାସ ମନ୍ଦିର ଭଙ୍ଗାଯିବାକୁ ଦଳିତମାନେ ବିରୋଧ କରିବା ସହ ହିଂସାକାଣ୍ଡ ରଚିିଥିଲେ। ପରିସ୍ଥିତି ଉପରେ କାବୁ ପାଇବା ଲାଗି ପୋଲିସକୁ ମୃଦୁ ଲାଠିଚାଳନା ସହ ଲୁହବୁହା ଗ୍ୟାସ ଛାଡ଼ିିବାକୁ ପଡ଼ିଥିଲା। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଦକ୍ଷିଣାଞ୍ଚଳ ରେଞ୍ଜର ଯୁଗ୍ମ ପୋଲିସ କମିଶନର ଦେବେଶ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି। ଦିଲ୍ଲୀ ଡେଭେଲପ୍‌ମେଣ୍ଟ ଅଥରିଟି(ଡିଡିଏ) ପକ୍ଷରୁ ଗତ ୧୦ରେ ଏଠାରେ ଥିବା ରବି ଦାସ ମନ୍ଦିର ଭଙ୍ଗାଯାଇଥିବାବେଳେ ଦଳିତମାନେ ଏହାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କରିଥିଲେ। ବିକ୍ଷୋଭକାରୀମାନେ ୨ ମୋଟରସାଇକେଲ ପୋଡ଼ିଦେବା ସହ କାର୍‌ ଓ ପୋଲିସ ଗାଡ଼ିକୁ ଆକ୍ରମଣ କରି ଭାଙ୍ଗି ପକାଇଥିଲେ। ଏହି ଘଟଣାରେ ଜଣେ ପୋଲିସ ମଧ୍ୟ ଆହତ ହୋଇଥିଲେ। ମନ୍ଦିର ଭଙ୍ଗା ପରେ ବି ଏବେ ସେଠାରେ ବିକ୍ଷୋଭ ଜାରି ରହିଛି। ବିକ୍ଷୋଭକାରୀମାନେ ତୋଗଲକବାଦରେ ମନ୍ଦିର ନିର୍ମାଣ ଲାଗି ଜମି ଯୋଗାଇ ଦେବାକୁ ପ୍ରଶାସନ ପାଖରେ ଦାବି କରିଛନ୍ତି। ଏହାକୁ ନେଇ ହିଂସା ବଢିବାରୁ ବହୁ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି...

ଅନ୍‌ଲାଇନରୁ ଶିଖ, ଅଫ୍‌ଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ,(ପି.ଟି.)/ଭୁବନେଶ୍ୱର,୨।୪ (ବ୍ୟୁରୋ): ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚର୍ଚ୍ଚା କରିବା ସହ ସେମାନଙ୍କୁ କେତେକ ମୂଲ୍ୟବାନ୍‌ ପରାମର୍ଶ...

ଟିକେଟ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨।୧୦:ଦେଶରେ କରୋନା ମହାମାରୀ ସଂକ୍ରମଣ ଲାଗି ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହି ସମୟରେ ବିମାନ ଯାତ୍ରାକୁ ବାତିଲ କରାଯାଇଥିଲା। ତେବେ ଯାତ୍ରୀଙ୍କ ଟିକେଟ ବୁକିଂ...

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ...

ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି...

୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା

ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା...

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।...

୫ ବର୍ଷରେ ୧୦.୯ ଲକ୍ଷ କୋଟି ଅନାଦେୟ ଋଣ

ନୂଆଦିଲ୍ଲୀ ,୨୦।୧୨ : ଗତ ୫ ଆର୍ଥତ୍କ ବର୍ଷରେ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କର ୧୦.୦୯ ଲକ୍ଷ କୋଟି ଟଙ୍କାର ଋଣ ଅନାଦେୟ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ...

Advertisement
Archives

Model This Week