ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ

ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ। ଏମାନେ ଏସବୁ ଫୁଲ ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଘରେ ବ୍ୟବହାର ହୋଇସାରିଥିବା ଫୁଲକୁ ସଂଗ୍ରହ କରି ତିଆରି କରିଥିବା କୁହନ୍ତି। ଉଜାଲା ନାମକ ଏହି ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଏହି ଫୁଲରୁ ପାଖାପାଖି ୩ କିଲୋଗ୍ରାମ ରଙ୍ଗ ତିଆରି କରନ୍ତି ବୋଲି କହିଛନ୍ତି। ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘର ଓ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇଥିବା ଫୁଲ ଓ ଏହାର ପତ୍ରକୁ ଶୁଖାଇ ମେଶିନରେ ପ୍ରୋସେସିଂ କରି ଏହି ରଙ୍ଗ ପ୍ରସ୍ତୁତ କରାଯାଉଛି। ୩ମାସ ପୂର୍ବରୁ ଏହି କାମ ଆରମ୍ଭ କରାଯାଇଥିବା ବେଳେ ଏବେ ପ୍ରତିଦିନ ପ୍ରାୟ ସମସ୍ତେ ମିଶି ପ୍ରତିଦିନ ଏହିପରି ୨୦-୨୫ କିଲୋଗ୍ରାମ ରଙ୍ଗ ତିଆରି କରୁଥିବାରୁ ଏହା ବେଶ୍‌ ଲାଭଦାୟକ ବ୍ୟବସାୟ ବୋଲି ଜଣାପଡିଛି। ପଞ୍ଚାୟତ ଓ ଜିଲା ପ୍ରଶାସନର ସହାୟତାରେ ସେମାନେ ଏହି ରଙ୍ଗ ତିଆରି କରୁଛନ୍ତି। ଏହା କେବଳ ରାୟପୁର ବା ଛତିଶଗଡ଼ ନୁହେଁ ଦେଶର ବିଭିନ୍ନ ଭାଗକୁ ପଠାଯାଉଛି। ଏହାର ଚାହିଦା ମଧ୍ୟ ରହିଛି। ଫୁଲତୋଡାରେ ଆସୁଥିବା କପଡା ଅବା ପ୍ଲାଷ୍ଟିକକୁ ସାବୁନ ପ୍ୟାକିଂରେ ବ୍ୟବହାର କରାଯାଉଛି। ଗତବର୍ଷ ମଧ୍ୟ ଏହି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦିପାବଳୀ ସମୟରେ ମାଟି ଓ ଗୋବରରେ ତିଆରି ଦୀପର ଚାହିଦା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯା ଦେବୀ ସର୍ବ ପେଣ୍ଡାଲେ…

ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା...

ଦିଲ୍ଲୀର ଏହି ସ୍ଥାନରୁ ଲାଇଭ ଦେଖିହେବ ଚନ୍ଦ୍ରାୟନ ୩ର ସପ୍ଟ ଲ୍ୟାଣ୍ଡିଂ, କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୨୧।୮: ‘ଚନ୍ଦ୍ରୟାନ-୩’ ଅଗଷ୍ଟ ୨୩ରେ ସନ୍ଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବ। ଜନତା ଏହି ଦୃଶ୍ୟକୁ ଲାଇଭ ଦେଖିପାରିବେ। ସୂଚନାଯୋଗ୍ୟ, ଦିଲ୍ଲୀର...

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନୂଆଦିଲ୍ଲୀ, ୨୯।୯: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏଥିରେ...

ରାଜଧାନୀରେ ପ୍ରବଳ ବର୍ଷା, ୧୦୦ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ…

ନୂଆଦିଲ୍ଲୀ, ୨୩।୫ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳ ପ୍ରାୟ ୬ଟା ୩୦ରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ...

ସ୍କୁଲ ଛାତ ଭୁଷୁଡି ୨୭ ଛାତ୍ରୀଛାତ୍ର ଆହତ

ଗନ୍ନୌର,୨୩ ।୯: ହରିୟାଣାର ସୋନିପତର ଗନ୍ନୌରରେ ଗୁରୁବାର ଏକ ସ୍କୁଲ ଛାତ ଭୁଷୁଡି ଅତିକମରେ ୨୭ ଛାତ୍ରୀଛାତ୍ର ଓ ୩ ଜଣ ଶ୍ରମିକ ଆହତ ହୋଇଥିବା...

ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର

ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ...

ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…

ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...

Advertisement
Archives

Model This Week