ମନ୍ଥର ଗତିରେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବଅଁରପାଳ,୬।୮-ଗ୍ରାମାଞ୍ଚଳର ଗରିବ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଆରମ୍ଭ କରାଯାଇଥିଲା। ବର୍ଷକୁ ଅନୂ୍ୟନ ଶହେ ଦିନର କାମ ଯୋଗାଇ ଦେବାକୁ ଏହି ଆଇନରେ ବ୍ୟବସ୍ଥା ରଖାଯାଇଥିଲା। ୨୦୦୭ ଏପ୍ରିଲରୁ ଅନୁଗୋଳ ଜିଲାରେ ଏହା ଆରମ୍ଭ ହୋଇଥିଲେ ହେଁ ଏଯାଏ ସବୁ ବ୍ଲକ ଓ ପଞ୍ଚାୟତରେ ଏହାର ସଫଳ ରୂପାୟନ ହୋଇପାରିନାହିଁ। ଏହାର ଉଦାହରଣ ହେଲା ବଅଁରପାଳ ବ୍ଲକ। ଏହି ଯୋଜନା ବ୍ଲକରେ ଆଦ୍ୟାବଧି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିବା ଅଭିଯୋଗ ହେଉଛି।
ସର୍ଭେ ଅନୁଯାୟୀ, ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତରେ ୩୪ ହଜାର ୩୧୧ ବିପିଏଲ୍‌ ପରିବାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ହଜାର ୫୫ ଜଣଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ପଞ୍ଜୀକରଣ ଜବ୍‌ କାର୍ଡ ପ୍ରଦାନ କରାଯାଇଛି। କିନ୍ତୁ ଏବେ ମାତ୍ର ୧୧ ଶହ ୭୮ ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରୁଛନ୍ତି। ସେମାନେ ୧୫ ହଜାର ୯୨୧ ଦିନ କାର୍ଯ୍ୟ କରିଥିବାରୁ ବ୍ଲକରେ ଏହି ଯୋଜନା କେତେଦୂର ଉଦ୍ଦେଶ୍ୟ ପୂରଣ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ବହୁ ଗ୍ରାମରେ ଏହି ଯୋଜନାରେ ଚାଲିଥିବା କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ି ରହିଛି। ବ୍ଲକ ଅଞ୍ଚଳରେ ରାସ୍ତା ଉନ୍ନତୀକରଣ, ପୋଖରୀ ପୁନରୁଦ୍ଧାର, ନୂତନ ପଞ୍ଚାୟତ ଗୃହ ନିର୍ମାଣ, ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ, ଚାରା ରୋପଣ କାର୍ଯ୍ୟ, ଗୁହାଳ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦ ଦିନରେ କାମ ଯୋଗାଇ ଦେବା ସହ କମ୍ପୋଷ୍ଟ ପିଟ୍‌ ନିର୍ମାଣ ଆଦି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ ପାଇଁ ପ୍ରସ୍ତାବ ଦିଆଯାଇଛି। ୨୦୧୯-୨୦ ବର୍ଷରେ ଏହି ଯୋଜନାରେ ୩୬୫ଟି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସେଥିମଧ୍ୟରୁ ୨୪୩ଟିର କାର୍ଯ୍ୟ ଚାଲିଥିବାବେଳେ ୧୩୧ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ସେହପରି ଗତବର୍ଷ ୧୪ ହଜାର ୯୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ହେଲେ ସେଥିମଧ୍ୟରୁ ୧ ହଜାର ୨୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୭୩ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ରହିବା କଥା। କିନ୍ତୁ ୩୫ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୧୫ଟି ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ରହିଛନ୍ତି। ସେହିପରି ଯୋଜନାରେ କେତେଜଣ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବ୍ଲକ ସହକାରୀ ପ୍ରୋଗ୍ରାମ ଅଫିସର ଦେବୀ କର କହିଛନ୍ତି, ବଅଁରପାଳ ବ୍ଲକ ଅଞ୍ଚଳରେ ନାଲ୍‌କୋ ସମେତ ଅନେକ ଛୋଟ ବଡ଼ କଳକାରଖାନା ରହିଛି। କାରଖାନା ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକର ଗରିବ ଲୋକେ ମୁଖ୍ୟତଃ କଳକାରଖାନାରେ କାମ କରୁଛନ୍ତି। ତେଣୁ ଏନ୍‌ଜିଆର୍‌ଇଜିଏସ୍‌ରେ ସେମାନେ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ଏଠାରେ ଶ୍ରମିକମାନଙ୍କ ଘୋର ଅଭାବ ରହିଛି। ତେଣୁ ବ୍ଲକ ଅଞ୍ଚଳରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ।

(ଉପେନ୍ଦ୍ର ରାଉତ)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri