ମନ୍ତ୍ରୀ ହେବାପରେ ଦିବ୍ୟଶଙ୍କରଙ୍କ ପ୍ରଥମ କଳାହାଣ୍ଡି ଗସ୍ତ

ଭବାନୀପାଟଣା, ୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ହେବା ପରେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଗସ୍ତରେ ଆସିଛନ୍ତି। ସନ୍ଧ୍ୟାରେ କଳାହାଣ୍ଡି ବିଜେଡି ପକ୍ଷରୁ କଲେଜ ଛକଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରଠାରେ ପହଞ୍ଚି ଦର୍ଶନ କରିଥିଲେ। ସେଠାରେ ଚକାଡୋଳା କ୍ଲବ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଘୌଡ଼ାଘାଟ ଛକ, ମ୍ୟୁନିସିପାଲିଟି ଛକ, ବସଷ୍ଟାଣ୍ଡ, ଜେଲଖାନା ଛକ, ବାଲାଜୀ ମନ୍ଦିର ଛକ, ନାକଟିଗୁଡା ଛକଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ସର୍କିଟ ହାଉସ ଯାଇ ଦଳୀୟ କର୍ମୀ ଓ ଅଧିକାରୀମାନଙ୍କୁ ଭେଟିଥିଲେ। ତାଙ୍କର ଏହି ପ୍ରଥମ ଗସ୍ତକୁ ନେଇ ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଥିଲା। ଏହି ଶୋଭାଯାତ୍ରାରେ ଜିଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଜିଲା ଛାତ୍ର ସଭାପତି ଅବିନାଶ ଠାକୁର, ଜିଲା ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ନିଆଲ, ପୂର୍ବତନ ବିଧାୟକ ଅନାମ ନାଏକ, ନଗର ବିଜେଡି ସଭାପତି ଧବଳେଶ୍ୱର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ଦାସ, ଜିଲା ଉପସଭାପତି ଭବାନୀଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆର୍‌ବିଆଇ ଗଭର୍ନର

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ବୈଠକ ସୌଜନ୍ୟମୂଳକ ବୋଲି କୁହାଯାଇଛି।...

ଅଣଧାନ ଫସଲ: ମିଳିବ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସହ ରାଜ୍ୟରେ ଧାନର ଅଭାବୀ ବିକ୍ରି ସମସ୍ୟା ଦେଖାଯାଉଛି। ଚାଷୀମାନେ ଧାନ ଚାଷ ଉପରେ ଅତିମାତ୍ରାରେ ନିର୍ଭରଶୀଳ ହୋଇପଡୁଥିବାରୁ ଅଣଧାନ ଫସଲ...

‘ଲକ୍‌ଡାଉନରେ ଥାନାକୁ ଆସନ୍ତୁ ନାହିଁ’

ଭୁବନେଶ୍ୱର,୬।୫: ଲକ୍‌ଡାଉନ ସମୟରେ ଥାନାକୁ ଆସିବା ଦରକାର ନାହିଁ। କାହାର କୌଣସି ଅଭିଯୋଗ ଥିଲେ ଫୋନ ଯୋଗେ ଥାନାରେ ରିପୋର୍ଟ କରନ୍ତୁ। ଗୁରୁବାର ଜନସାଧାରଣଙ୍କୁ ଏଭଳି...

ଆପ୍‌ନେ ଆରପାରେ: ୩ ଝି’ର ଭବିଷତ୍‌ ଚିନ୍‌ତାରେ ପୁଷ୍ପକାନ୍ତି

  ଅତାବିରା, ୨୧।୧ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍‌ନେ ପ୍ରଶାନ୍ତ...

ଶିଳ୍ପୀ, ବୁଣାକାରଙ୍କ ଉପରେ ଚଡ଼କ: ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଓଡିଶା ଶିଳ୍ପୀ ମହାସଂଘର ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲାଗି ବହୁ ଲୋକ ରୋଜଗାର ହରାଇଥିବାବେଳେ ଅନେକ ବେଉସା ବୁଡିଯାଇଛି। ୨୧ଦିନିଆ ଲକ୍‌ଡାଉନ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ନିଦ ହଜାଇ ଦେଇଛି।...

ଗୃହରେ ଶିକ୍ଷକଙ୍କ ଦାବିକୁ ନେଇ ହଙ୍ଗାମା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଦୁଇଦିନ ହେବ ପ୍ରାଥମିକ ଶିକ୍ଷକ ୩ ଦଫା ଦାବି ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି। ଲକ୍ଷାଧିକ ଶିକ୍ଷକ ରାଜରାସ୍ତାକୁ ଅଚଳ କରି ରଖିଛନ୍ତି। ସରକାରଙ୍କ...

ଆଜିଠୁ ରାଜ୍ୟ ଭିତରେ ଗଡ଼ିଲା ଟ୍ରେନ୍‌

ଭୁବନେଶ୍ୱର,୮ା୬(ବ୍ୟୁରୋ): ସୋମବାରଠାରୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଆଜି ସକାଳ ୫ଟା ୧୦ରେ ପ୍ରଥମ ଟ୍ରେନ୍‌ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ...

ସିଟ୍‌ ଖାଲି, ନୂଆ କଲେଜ ଖୋଲିବାକୁ ତତ୍ପର

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଡିଗ୍ରୀ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ...

Advertisement
Archives

Model This Week