ମଧ୍ୟାହ୍ନଭୋଜନ ଡାଲମାରେ ବାହାରିଲା ବିଛା: ବିଇଓଙ୍କୁ ଭେଟିଲେ ଉତ୍ତ୍ୟକ୍ତ ଅଭିଭାବକ

ହିଞ୍ଜିଳିକାଟୁ,୭ା୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିବା ଖାଦ୍ୟରେ ବିଛା ବାହାରଥିବା ଅଭିଯୋଗ ହୋଇଛି। ସ୍କୁଲର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ଡାଲମା ପରଷା ଯିବାବେଳେ ସେଥିରୁ ବିଛା ବାହାରିଥିଲା। ଫଳରେ ଉକ୍ତ ଖାଦ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରା ନ ଯାଇ ବିସ୍କୁଟ ଦିଆଯାଇଥିଲା। ସ୍କୁଲ ପକ୍ଷରୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଛାତ୍ରୀଛାତ୍ର ଘରକୁ ଫେରି ଅଭିଭାବକଙ୍କୁ ଜଣାଇବାପରେ ବହୁ ଅଭିଭାବକ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ମହାରଣାଙ୍କ ନେତୃତ୍ୱରେ ମଙ୍ଗଳବାର ବିଇଓ ବସନ୍ତ କୁମାର ପଣ୍ଡାଙ୍କୁ ତାଙ୍କ ଅଫିସରେ ଭେଟି ଆଲୋଚନା କରିବା ସହ ସ୍କୁଲରେ ବିଭିନ୍ନ ଅସଙ୍ଗତି ନେଇ ଆପତ୍ତି ଉଠାଇଥିଲେ। ସ୍କୁଲ କମିଟିର ପୁର୍ନଗଠନ ସହ ଶୈକ୍ଷିକ ବାତାବରଣ ପାଇଁ ଅଭିଭାବକମାନେ ଦାବି କରିଥିଲେ। ବିଇଓଙ୍କ ସହ ଆଲୋଚନାବେଳେ ସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା, ମାନା ଟ୍ରଷ୍ଟ ପରିଚାଳକ ସୁନିଲ ବାରାକୋଡା, ଅଭିଭାବକ ସୀମାଞ୍ଚଳ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କାଳୁ ଚରଣ ପାତ୍ର, ଶିବ ଶଙ୍କର ମହାରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ମାନ୍ନା ଟ୍ରଷ୍ଟ ପକ୍ଷରୁ ଏହି ଖାଦ୍ୟ ଆସିଥିବାବେଳେ ରୋଷେଇ ଘରେ ଖାଦ୍ୟରେ ବିଛା ପଡିବା ଘଟଣାକୁ ଟ୍ରଷ୍ଟ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ତେବେ ଭବିଷ୍ୟତରେ ଖାଦ୍ୟ ପରଷିବାବେଳେ ସତର୍କତା ଅବଲମ୍ବନ କରିବାକୁ ବିଇଓ ପଣ୍ଡା କହିଥିଲେ। ତୁରନ୍ତ ଉତ୍ତମ ମାନର ଖାଦ୍ୟ ଯୋଗାଣ ସହ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଅଭିଭାବକ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ...

ମଦ ବିକ୍ରି ପ୍ରତିବାଦ ଥାନା ଘେରିଲେ ମହିଳା

ଦେଓଗାଁ,୨୦।୧୦(ଡି.ଏନ.ଏ) ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ଏହାର ପ୍ରତିବାଦରେ ସ୍ଥାନୀୟ ମହିଳାମାନେ...

ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ ମହିଳା କର୍ମଚାରୀଙ୍କଠାରୁ ୯୨ ହଜାର ଲୁଟ୍‌

ପାଟଣା,୨୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଶୁକ୍ରବାର ଅପରାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର ଜଣେ...

ପୁରୀ ହେବ ଐତିହ୍ୟ ସହର: ଐତିହ୍ୟସ୍ଥଳୀରେ ଲାଗିପାରିନି ନାମଫଳକ

ପୁରୀ ଅଫିସ, ୫।୧: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ପର୍ଯ୍ୟଟନ ଭିତ୍ତିଭୂମି ସଜଡ଼ାଯିବ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ।...

ସହଯୋଗ ସତ୍ତ୍ୱେ ଚାଲିପାରୁନି ବସ୍‌

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ଯୋଗୁ ଲକ୍‌ଡାଉନ ଜାରି ରହିଥିବାରୁ ଗତ ମାର୍ଚ୍ଚ ୨୨ତାରିଖରୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଲକ୍‌ଡାଉନ ହେବାର ୬୦ଦିନରୁ ଅଧିକ...

ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ ଅଫିସ,୧୭।୧୦: ଅଦିନରେ ପୁଣି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତ ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ଏହି ରଥଯାତ୍ରା ହୋଇଥିଲା। ସେଠାକାର...

ମହାନଦୀରେ ଡଙ୍ଗା ବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ

ବଡମ୍ବା,୧୧ା୧(ଡି.ଏନ୍‌.ଏ.): ମହାନଦୀରେ ନୌବିହାର ବେଳେ ଡଙ୍ଗାବୁଡ଼ି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଥିବାବେଳେ ୨ଜଣଙ୍କୁ ସ୍ଥାନୀୟ କେତେଜଣ ଲୋକ ଉଦ୍ଧାର କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ମା’ଭଟ୍ଟାରିକାଙ୍କ...

୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ମହାନଗର ନିଗମ ଓ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। ତେବେ ଭୁବନେଶ୍ୱର ଗତକାଲି ଗଣ୍ଡଗୋଳ...

Advertisement
Archives

Model This Week