Posted inପୁରୀ

ମଧୁର ଜଳ ସଂରକ୍ଷିତ ଅଞ୍ଚଳରେ ଆବର୍ଜନା ପାହାଡ଼

ପୁରୀ ଅଫିସ, ୪ା୮: ବଙ୍ଗୋପସାଗର କୂଳରେ ଅବସ୍ଥିତ ପୁରୀ ସହରର ପାନୀୟଜଳ ସଙ୍କଟ ଦୂର ଲାଗି ସୁଇଟ୍‌ ୱାଟର ଜୋନ (ମଧୁର ଜଳ ସଂରକ୍ଷିତ ଅଞ୍ଚଳ)ର ପରିକଳ୍ପନା କରାଯାଇଛି। ତାଳବଣିଆ ଅଞ୍ଚଳରେ ୪୪୮ଏକର ଏବଂ ବଳିଆପଣ୍ଡା ଅଞ୍ଚଳରେ ୨୦୭ ଏକର ଜମିକୁ ମଧୁର ଜଳ ସଂରକ୍ଷିତ ଅଞ୍ଚଳ ରହିଛି। ଏହି ଅଞ୍ଚଳକୁ ସଂରକ୍ଷିତ ରଖିବା ଲାଗି ପାଚେରି ମଧ୍ୟ ହୋଇଛି। ଏହାଦ୍ୱାରା ସହରବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ମଧୁର ଜଳର ମାନକୁ ନେଇ ଉଠିଛି ପ୍ରଶ୍ନ। ତାଳବଣିଆସ୍ଥିତ ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା। ବର୍ଷାରେ ଏହି ଆବର୍ଜନାର ପାଣି ଭୂତଳକୁ ଯାଇ ମଧୁର ଜଳକୁ ପ୍ରଦୂଷିତ କରୁଛି। ସେହିପରି ଏଥିରୁ ବାହାରୁଥିବା ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ସହରର ଏକ ପ୍ରମୁଖ ରାସ୍ତା (ଆଇଟିଆଇରୁ ପେଣ୍ଠକଟା) କଡ଼ ତଥା ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌ ପରିସରରେ ପୌରସଂସ୍ଥା ଆବର୍ଜନାର ପାହାଡ ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ନାକ ଟେକୁଛନ୍ତି। ସେହି ରାସ୍ତା ଦେଇ ଯା’ ଆସ କରିବାକୁ କେହି ଇଚ୍ଛା କରୁନାହାନ୍ତି।
ବାତ୍ୟା ପରେ ପୁରୀ ସହରରୁ ଦୈନିକ ପୂର୍ବାପେକ୍ଷା ୧୦ଗୁଣା ଅଧିକ ଆବର୍ଜନା ବାହାରିଥିଲା। ତେବେ ଏହାକୁ ଜନବସତିଠାରୁ ଦୂର କିମ୍ବା ସହର ବାହାରେ ଡମ୍ପିଂ କରିବା ବଦଳରେ ପୌରସଂସ୍ଥା ପ୍ରସ୍ତାବିତ ଷ୍ଟାଡିୟମ୍‌ ପରିସରରେ ଗଦା କରିଥିଲା। ଧୀରେ ଧୀରେ ଆବର୍ଜନା ଜମା ହୋଇ ଛୋଟ ପାହାଡ଼ର ଭ୍ରମ ସୃଷ୍ଟି ହେଉଛି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ପ୍ରମୁଖ ରାସ୍ତା (ଆଇଟିଆଇରୁ ପେଣ୍ଠକଟା) ତଥା ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଏହି ଆବର୍ଜନା ଜମା କରାଯାଇଛି। ତାଳବଣିଆ ହେଲିପ୍ୟାଡ୍‌, ଆଇଟିଆଇ କଲେଜ, ଇନ୍‌କମ୍‌ ଟ୍ୟାକ୍ସ ଅଫିସ, ସଂସ୍କୃତ ବିଶ୍ୱବିଦ୍ୟାଳୟ, ବିଏମ୍‌ ଲ’ କଲେଜ ଆଦିକୁ ଏହି ରାସ୍ତା ଦେଇ ଲୋକେ ଯାତାୟାତ କରୁଥିବାବେଳେ ଆବର୍ଜନାର ଗନ୍ଧ ସମସ୍ତଙ୍କୁ ଅତିଷ୍ଠ କରିଦେଉଛି। ବର୍ତ୍ତମାନ ବର୍ଷାଦିନ ଚାଲିଛି। ବର୍ଷାରେ ଏହି ଅଳିଆ ଆବର୍ଜନାର ପାଣି ଭୂତଳକୁ ଯାଇ ମଧୁର ଜଳକୁ ପ୍ରଦୂଷଣ କରୁଥିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାକୁ ତୁରନ୍ତ ଏଠାରୁ ଉଠାଇ ନିଆଯିବା ଦରକାର। ନଚେତ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେବେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ଅଞ୍ଚଳର ରାଜେଶ କୁମାର ନନ୍ଦ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବାତ୍ୟା ପରେ ଯଦି ଅଧିକ ଅଳିଆ ଆବର୍ଜନା ବାହାରିଲା ତେବେ ପୌରସଂସ୍ଥା ଚାହିଁଥିଲେ ସହର ବାହାରର କୌଣସି ଏକ ଖୋଲା ଜାଗାରେ ଏହାକୁ ପକାଇ ପାରିଥାନ୍ତା। ଆବର୍ଜନା ଯୋଗୁ ଆଇଟିଆଇରୁ ପେଣ୍ଠକଟା ରାସ୍ତାରେ ଯିବାବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ମଧୁର ଜଳ ସଂରକ୍ଷିତ ଅଞ୍ଚଳ କଡ଼ରେ ଏହା ଜମା ହୋଇଛି । ଫଳରେ ବର୍ଷାରେ ଏହାର ପାଣି ଭୂତଳକୁ ଯାଉଛି। ତେଣୁ ପୌରସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେବା ଦରକାର। ସମାନ ପ୍ରକାର କଥା କହିଛନ୍ତି ପେଣ୍ଠକଟାର ପ୍ରିୟବ୍ରତ ମିଶ୍ର। ବାତ୍ୟା ପରେ ଯେତେବେଳେ ଅଳିଆ ଆଣି ଜମା କରାଗଲା ସେତେବେଳେ ୨/୩ ଥର ନିଅଁା ଲାଗି ପ୍ରବଳ ଧୂଅଁା ହୋଇଥିଲା। ଏବେ ବର୍ଷା ଯୋଗୁ ଏଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିବାବେଳେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢିିଛି। ମଧୁର ଜଳ ସଂରକ୍ଷିତ ଅଞ୍ଚଳ ଜଳକୁ ଏହା ନିଶ୍ଚିତ ପ୍ରଦୂଷିତ କରୁଥିବ। ସେହିପରି ପ୍ରସ୍ତାବିତ ଷ୍ଟାଡିୟମକୁ ଡମ୍ପିଂୟାର୍ଡ ଭଳି ବ୍ୟବହାର କରାଯିବା ଠିକ୍‌ ନୁହେଁ ବୋଲି ମିଶ୍ର ମତ ପ୍ରକାଶ କରିଛନ୍ତି।
ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀଙ୍କୁ ପଚାରିବାରେ କହିଛନ୍ତି, ନିଶ୍ଚିତ ଏହା ଏକ ଉଦ୍‌ବେଗଜନକ ବିଷୟ। ରଥଯାତ୍ରା ପୂର୍ବରୁ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲି। ଷ୍ଟାଡିୟମ୍‌ ପରିସରରୁ ଆବର୍ଜନା ଉଠାଇ ବାହାରେ କେଉଁଠି ଖାଲ ଜାଗାକୁ ପୋତିଦେବାକୁ କହିଥିଲି। ଜିଲାପାଳ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସଫା କରଯାଇନାହିଁ। ଏ ନେଇ ପୁନଶ୍ଚ ତାଙ୍କର ଦୃଷ୍ଟି ଆକର୍ଷଣ କରିବି। ଅନ୍ୟପକ୍ଷରେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ କହିଛନ୍ତି, ବାତ୍ୟା ପରେ ସହରରୁ ପୂର୍ବାପେକ୍ଷା ଦୈନିକ ୧୦ଗୁଣରୁ ଅଧିକ ଆବର୍ଜନା ବାହାରିଥିଲା। ସହର ବାହାରେ ପୌରସଂସ୍ଥାର ଏମିତି କୌଣସି ଖୋଲା ବଡ ଜାଗା ବି ନ ଥିଲା। ତେଣୁ ସମ୍ପୃକ୍ତ ସ୍ଥାନରେ ଆବର୍ଜନା ପକାଯାଇଥିଲା। ଏହାକୁ କମ୍ପୋଷ୍ଟ କରିବା ଲାଗି ଯୋଜନା ଚାଲିଛି। ଖୁବ୍‌ଶୀଘ୍ର ପ୍ରସ୍ତାବିତ ଷ୍ଟାଡିୟମ୍‌ ପରିସର ସଫେଇ କରାଯିବ ବୋଲି ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?