ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ ତାଙ୍କୁ ହତ୍ୟା କରିଛି । ମୃତକ ହେଲେ ସଦାଶିବ ପାତ୍ର(୪୩) । ପୋଲିସ ହତ୍ୟାକାରୀ ପୁଅ ଆଶିଷଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ ଓ ଛୁରିକୁ ପୋଲିସ ଜବତ କରିଛି । ଏ ନେଇ ବୌଦ୍ଧ ଥାନାରେ ଏକ ମାମଲା (ନଂ.୧୩୦/୧୯) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସରଣ୍ଡା ଗ୍ରାମର ସଦାଶିବ ସବୁଦିନ ମଦପିଇ ଘର ଲୋକଙ୍କ ସହିତ ଗଣ୍ଡଗୋଳ କରିବା ସହ ମାରପିଟ କରିଆସୁଥିଲେ। ଗତ ଗୁରୁବାର ସକାଳେ ସଦାଶିବ ମଦ ପିଇ ଘରେ ପହଞ୍ଚତ୍ ଥିଲେ ।
କୌଣସି କାରଣ ନ ଥାଇ ସେ ନିଜ ବୁଢୀ ମା (୮୦ ବର୍ଷ)ଙ୍କୁ ମାରପିଟ କରିଥିଲେ । ଆଶିଷ ଏହାକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ରାତି ପ୍ରାୟ ୧୦ଟାରେ ସଦାଶିବ ପୁଣି ଥରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ।
ସେ ଏକ ଲୁହାଛଡ ଧରି ସ୍ତ୍ରୀ ଦଶବନ୍ତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ମାରପିଟ୍‌ କରିଥିଲେ । ମା’ଙ୍କୁ ବାପା ଆକ୍ରମଣ କରୁଥିବା ଦେଖି ପୁଅ ଆଶିଷ ଉତ୍ତ୍ୟକ୍ତ ହୋଇ ଉଠିଥିଲେ । ସେ ସଦାଶବଙ୍କ ହାତରୁ ଲୁହାଛଡ ଛଡାଇ ନେଇ ତାଙ୍କ ପେଟକୁ ଦୁଇଥର ଭୂସିି ଦେଇଥିଲେ । ସଦାଶିବ ତଳେ ପଡି ଛଟପଟ ହେଉଥିବାବେଳେ ଆଶିଷ ଘରୁ ଏକ ଛୁରି ଆଣି ତାଙ୍କ ଗଳାକୁ କାଟି ଦେଇଥିଲେ । ମା’ ଦଶବନ୍ତୀ ପୁଅ ହାତରୁ ଛୁରି ଛଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ସଦାଶିବଙ୍କ ମୃତ୍ୟୁ ଘଟିଥିଲେ । ଆଶିଷ ଏ ସମ୍ପର୍କରେ ଫୋନ ଯୋଗେ ବୌଦ୍ଧ ଥାନାକୁ ଜଣାଇଥିଲେ ।
ସୂଚନା ପାଇ ପୋଲିସ ତୁରନ୍ତ ସରଣ୍ଡା ଗ୍ରାମରେ ପହଞ୍ଚତ୍ ସଦାଶିବଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲା ।
ପରେ ପୋଲିସ ଆଶିଷଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାରେ ସେ ନିଜ ବାପାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପ୍ରକାଶ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ପାଠପଢ଼ା

ହାଟଡ଼ିହୀ, ୩୧।୭ (ଡି.ଏନ.ଏ.)-ସରକାର ଅଙ୍ଗନୱାଡ଼ି ପାଇଁ ଯୋଜନାମାନ କରି ସ୍ବାସ୍ଥ୍ୟ ପରିବେଶ ଓ ଉନ୍ନତ ମାନର ଗୃହ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି । ପ୍ରଶାସନର...

ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ସୁରଜ ସମ୍ମାନ

ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ମିଳିଛି ସୁରଜ ସମ୍ମାନ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ମହିଳାଙ୍କ ପରିବାରଙ୍କୁ...

ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ କି ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦବୀ ଲାଗି ଆଶାୟୀ ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ନିରଞ୍ଜନଙ୍କୁ ଗାଦିରୁ ହଟାଇ ଦଳର...

ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ: ଚାଲିଗଲା ୨ ଜୀବନ

ସମ୍ବଲପୁର, ୧୧।୧୧ (ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ସେଣ୍ଟ୍ରାଲ ଲେନ୍‌ରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ...

ଲଘୁଚାପ: ୨୭ ଯାଏ ପ୍ରବଳ ବର୍ଷା: ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ...

‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ...

ରାସ୍ତାକୁ ଗାଈ ଛାଡ଼ିଲେ ଧରିନେବ ସ୍କ୍ବାଡ୍‌

ଭୁବନେଶ୍ୱର, ୧।୨(ବ୍ୟୁରୋ): ଏଣିକି ରାସ୍ତାକୁ ଗାଈ ଛାଡ଼ିଲେ ମାଲିକ ଗଣିବେ ୫ହଜାର ଜରିମାନା। ନଚେତ୍‌ ପାଳିତ ଗାଈକୁ ହରାଇବାକୁ ପଡ଼ିବ। ଏଭଳି କଡା ନିଷ୍ପତ୍ତି ଗ୍ରହଣ...

ୱେବ୍‌ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ଅଟକ

ଭୁବନେଶ୍ୱର,୪।୯(ବ୍ୟୁରୋ) : ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାମରେ ଅପମାନଜନକ ଖବର ପ୍ରସାରଣ କରିବା ସହ ଧମକ ଦେଇ ବଟି ମାଗିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା...

Advertisement
Archives

Model This Week