ମତଦାନ ଲାଗି ସଚେତନ କଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଓ କଟକ ସମେତ ୬ ଲୋକ ସଭା କ୍ଷେତ୍ରରେ ଅନୁଷ୍ଠିତ ହେବ।  ଏହାପୂର୍ବରୁ ଶତପ୍ରତିଶତ ମତଦାନ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ଏକ ଦୃଢ଼ ତଥା ସ୍ବଚ୍ଛ ସରକାର ଗଠନ କରିବାକୁ ବାର୍ତ୍ତା ଦେଇଛନ୍ତି ବିଏମ୍‌ପିଏସ୍‌ ତକ୍ଷଶିଳା ସ୍କୁଲ୍‌ର ଛାତ୍ରୀଛାତ୍ର।  ଶନିବାର ଅପରାହ୍ନରେ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକରୁ ଛାତ୍ରୀଛାତ୍ରମାନେ ଏକ ସ୍କେଟିଂ ରାଲିରେ ବାହାରିଥିଲେ। ହାତରେ ପ୍ଲାକାର୍ଡ଼ ଓ ଲିଫ୍‌ଲେଟ ବାଣ୍ଟି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ସାଧାରଣ ନାଗରିକ ଭାବେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ରାସ୍ତାରେ ଯାଉଥିବା ଲୋକଙ୍କୁ ବୁଝାଇଥିଲେ। ରାଲି ଅବସରରେ ଏକାମ୍ର କାନନ ପାର୍କ ସମ୍ମୁଖରେ ଛାତ୍ରୀଛାତ୍ରମାନେ କିଛି ସମୟ ଅଟକି ରହି  ଲୋକଙ୍କୁ ଲିଫ୍‌ଲେଟ ବାଣ୍ଟିବା ସହ ‘ଆମ ଭବିଷ୍ୟତ ଆପଣଙ୍କ ହାତରେ, ଆପଣ ମତଦାନ କରିବା ଆବଶ୍ୟକ’ ବୋଲି କହି ସେମାନଙ୍କୁ ସଚେତନ କରିଥିଲେ। ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ବହୁ ଲୋକ ଅଟକି ଛାତ୍ରୀଛାତ୍ରଙ୍କ ସହ ବାର୍ତ୍ତାଳାପ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ୍‌ର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସ୍କୁଲ୍‌ ନିର୍ଦ୍ଦେଶିକା ସିକତା ଦାସ, ଚେୟାରମ୍ୟାନ ଟୁଟୁଲ କିଶୋର ଦାସ, ଅଧ୍ୟକ୍ଷା ଲିପ୍‌ସିତା ମହାନ୍ତି, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ହୋଇଛି। ଏ ନେଇ...

ସମବାୟ ନିର୍ବାଚନ: ୭ ଜଣିଆ କମିଟି ଗଠନ କଲା ବିଜେଡ଼ି

ଭୁବନେଶ୍ୱର,୧୬।୫(ବ୍ୟୁରୋ): ସମବାୟ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେଡ଼ି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ...

ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ...

ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ଭାଳିବେ ଜଣେ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟ କୃଷି ଉତ୍ପାଦନ କମିଶନର (ଏପିସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଏକାଧିକ ଟ୍ରେନ୍‌ ସମ୍ପୂର୍ଣ୍ଣ, ଆଂଶିକ ବାତିଲ

ଭୁବନେଶ୍ୱର,୬।୯ (ବ୍ୟୁରୋ): ପଶ୍ଚିମବଙ୍ଗରେ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ପାଇଁ ପୂର୍ବତଟ ରେଳପଥର ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। କେତେକ ଟ୍ରେନକୁ ବାତିଲ କରାଯାଇଥିବାବେଳେ ଆଉକିଛି ଆଂଶିକ...

ବିରୋଧୀ ଦଳ ନେତାଙ୍କ ଅଭିଯୋଗ: କେନ୍ଦୁପତ୍ର ତୋଳାଳି ପଇସା ପାଉ ନାହାନ୍ତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କୁ ସେମାନଙ୍କ ନ୍ୟାଯ୍ୟ ପତ୍ର ମିଳୁନାହିଁ। ସେମାନେ ଯେତିକି ପାଉଣା ପାଇବା କଥା ତାହା ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ...

ନିଜ ସ୍କୁଲ୍‌ ପରିଦର୍ଶନ କରି ପୁରୁଣା ଦିନର ସ୍ମୃତିକୁ ମନେ ପକାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌ -୨ ଗାର୍ଲସ୍‌ ହାଇସ୍କୁଲ୍‌ ପରିଦର୍ଶନ କଲେ ଦ୍ରୌପଦୀ ମୁର୍ମୁ। ନିଜେ ପଢିଥିବା ସ୍କୁଲ୍‌ ପରିଦର୍ଶନ କରି ପୁରୁଣା ଦିନର ସ୍ମୃତିକୁ ମନେ...

ପିଲାଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ରହିବ। ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ...

Advertisement
Archives

Model This Week