ମଣିଷ ପଣିଆ ଦେଖାଇଲେ ଭୁବନେଶ୍ୱରର ଘର ମାଲିକ: ଛାଡ଼ କଲେ ମାସକର ଭଡ଼ା

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସରକାର ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଘରୋଇ କମ୍ପାନୀ ଏବଂ ଅନ୍ୟ ସଂସ୍ଥାଗୁଡିକ ବନ୍ଦ ରହିଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ଦରମା ମିଳିବା ଅସମ୍ଭବ ହୋଇପଡ଼ିଛି। କେମିତି ଚଳିବେ, ଘରଭଡ଼ା କିପରି ଦେବେ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବିକତା ଦେଖାଇଛନ୍ତି ଭୁବନେଶ୍ୱର ପଳାଶୁଣୀର ଘର ମାଲିକ ଜିତୁ ଜେନା। ତାଙ୍କ ଘରେ ରହୁଥିବା ୧୦ଜଣଙ୍କର ସେ ୧ ମାସର ଭଡ଼ା ଛାଡ଼ କରି ଦେଇଛନ୍ତି। ଜେନା କହିଛନ୍ତି ଯେ, ଏଭଳି ସମୟରେ ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ ଏବଂ ମାହାମାରୀ କରୋନାର ମୁକାବିଲା କରନ୍ତୁ। ଅନ୍ୟ ଘର ମାଲିକଙ୍କୁ ଘରଭଡ଼ା ଛାଡ଼ କରିବାକୁ ସେ ନିବେଦନ କରିଛନ୍ତି। ଜିତୁଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ନୋଏଡା ଜିଲା ମାଜିଷ୍ଟ୍ରେଟ ଏକ ନିର୍ଦ୍ଦେଶନାମା ଜାରି କରି ମାସକର ଘରଭଡ଼ା ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଏହାକୁ ନ ମାନେ ତେବେ ଜରିମାନା ସହ ୨ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ...

ସଞ୍ଜୀବ ଅରୋରା ଆଇବି ଡିଆଇଜି

ସମ୍ବଲପୁର,୨୧।୭(ବ୍ୟୁରୋ): ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା ଗୋଇନ୍ଦା ବ୍ୟୁରୋ ଡିଆଇଜି ଭାବେ ଯୋଗ ଦେବେ। ସୋମବାର ସେ ତାଙ୍କ ଦାୟିତ୍ୱ ହସ୍ତାନ୍ତର କରିବେ। ହେଲେ କାହାକୁ...

୧୫ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା,...

ସ୍ବାମୀଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି, ସ୍ତ୍ରୀ ଚାଲିଗଲେ

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କର ଗତ ରବିବାର ସକାଳେ ପରଲୋକ ହୋଇଥିଲା। ପ୍ରେମାନନ୍ଦଙ୍କ ମୃତ୍ୟୁର ୪୮ ଘଣ୍ଟା ପୂରିନି ତାଙ୍କ ସ୍ତ୍ରୀ...

୧୫ ଦିନରେ ବଢ଼ିଲାଣି ୪୦ ଟଙ୍କା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନେକ...

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି।...

କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ

ବନ୍ତ,୨ା୪(ଡି.ଏନ୍‌.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ...

ସ୍ବାସ୍ଥ୍ୟ କର୍ମୀ, ଗର୍ଭବତୀ ମହିଳା, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ମିଳିବ ଟୀକା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-କରୋନା ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନିକଟରେ ଟୀକାମିଳିବାର ଆଶା ଉଜ୍ୱଳ ହୋଇଛି। ଟୀକା ପ୍ରଦାନ ସମୟରେ ସ୍ବାସ୍ଥ୍ୟ...

Advertisement
Archives

Model This Week