ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ ୪୭୫ କୋଟି ଟଙ୍କାର ଗହଣା ଚୋରି କରିନେଇଥିବା ଜଣାପଡ଼ିଛି। ତେବେ ତମାରାଙ୍କ ଘର ଭିଆଇପି ଅଞ୍ଚଳରେ ରହିଥିବା ବେଳେ ଏଭଳି ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ତମାରା ସ୍ବାମୀ ଜୟ ରୁଟଲାଣ୍ଡଙ୍କ ସହ ରୁହନ୍ତି। ସେ ଯେଉଁ ବିଳାସମୟ ଘରେ ରହୁଛନ୍ତି ତା’ର ମୂଲ୍ୟ ପ୍ରାୟ ୬୬୫ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ଚୋରି ହେବା ପୂର୍ବରୁ ତମାରା କ୍ରିସ୍‌ମାସ ଛୁଟିରେ ଦେଶ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଶୁକ୍ରବାର ବଗିଚା ରାସ୍ତା ଦେଇ ଘର ଭିତରକୁ ପଶି ଗହଣା ଚୋରି କରିଥିଲେ। ଉଲ୍ଲେଖଯୋଗ୍ୟ, ତମାରାଙ୍କ ୫୭ ରୁମ୍‌ ବିଶିଷ୍ଟ ଉକ୍ତ ବଙ୍ଗଳାରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ରହିଥାନ୍ତି। ତେବେ ଏତେ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ ।...

‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍‌ରେ ଅଟଳ କହିଲେ…

କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ...

ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ...

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ...

ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ...

ଭାରତ-ୟୁଏଇ କାରବାର ଛୁଇଁବ ୧୦୦ ବିଲିୟନ ଡଲାର: ମୋଦି…

ଦୁବାଇ,୧୫।୭ : ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ପହଞ୍ଚି ସେଠାରେ...

ଚାଇନାରେ ବିବାହ ପାଇଁ ରାଜି ନାହାଁନ୍ତି ଯୁବପିଢି; ଚଳିତବର୍ଷ ୪୦ହଜାର ଯୋଡି ବିବାହ କରିଥିବାବେଳେ ୧ଲକ୍ଷ ୨୭ହଜାର ଦମ୍ପତିଙ୍କ ହୋଇଛି ଛାଡପତ୍ର

ବେଜିଂ,୧୩।୭: ଚାଇନାର ଯୁବପିଢି ବିବାହ ପାଇଁ ରାଜି ନୁହଁନ୍ତି। ତେଣୁ ସେଠାରେ ପଞ୍ଜିକରଣ ହେଉଥିବା ବିବାହ ହାରରେ ରେକର୍ଡ ସଂଖ୍ୟକ ହ୍ରାସ ଘଟିଛି। ନ୍ୟୁୟର୍କ ଟାଇମ୍ସ...

କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ…

ଓ୍ବିଲଙ୍ଗଟନ,୨୫।୧ : କ୍ରିସ ହିପକିନ୍ସ ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନ୍ୟୁଜିଲାଣ୍ଡର...

Advertisement
Archives

Model This Week