ମଝି ଆକାଶରେ ଯୁବକଙ୍କ ଉତ୍ପାତ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଜଣେ ମାନସିକ ବିକୃତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନ (୬ ଇ ୪୬୨) ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଯାତ୍ରୀ ଜଣକ ହେଲେ ଇର୍ସାଦ ଅଲ୍ଲୀ(୨୦)। ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିବାବେଳେ ମଝି ଆକାଶରେ ଇର୍ସାଦ ସିଟ୍‌ ବେଲ୍ଟ କାଢ଼ିବା ସହ ବିମାନର ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଫଳରେ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଇର୍ସାଦଙ୍କ ସହ ତାଙ୍କର ଜଣେ ବନ୍ଧୁ ଯାତ୍ରା କରୁଥିଲେ। ତାଙ୍କୁ ପଚରାଯିବାରୁ ସେ ଘରକୁ ଯିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ବାଧ୍ୟ ହୋଇ ବିମାନଟିକୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଇର୍ସାଦଙ୍କୁ ଏୟାରପୋର୍ଟ ପୋଲିସ ଜିମା ଦେବା ସହ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ବିମାନଟି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍‌ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ୯ଦଫା ଦାବି: ସିପିଆଇଏମ୍‌ ପକ୍ଷରୁ ଧାରଣା

ନିରାକାରପୁର,୧୮ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫନୀ କ୍ଷତିଗ୍ରସ୍ତଙ୍କ ୯ ଦଫା ଦାବି ପୂରଣ ନେଇ ଶୁକ୍ରବାର ସିପିଆଇଏମ୍‌ ତରଫରୁ ଧାରଣା ଦିଆଯାଇଥିଲା।...

ପ୍ରଥମ ଦିନରେ ୮୦ ହଜାର ନେଲେ ଟିକା

ଭୁବନେଶ୍ୱର, ୪।୧(ବ୍ୟୁରୋ): ସାରା ଦେଶରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦେଶରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା...

ରେକର୍ଡ ପଛରେ ଭାଙ୍ଗୁଛି ପରମ୍ପରା

ପୁରୀ ଅଫିସ, ୧୬।୭: ଶ୍ରୀମନ୍ଦିର ପ୍ରଶାସନ ଚଳିତବର୍ଷ ଘୋଷଯାତ୍ରାରେ ଏକାଧିକ ରେକର୍ଡ କରିଛି। ରଥଯାତ୍ରା ଏବଂ ବାହୁଡ଼ାର ପହଣ୍ଡି ହେଉ କି ରଥଟଣା ବେଶ୍‌ ସଅଳ...

ଇନ୍ଦ୍ରଜିତ ମହାନ୍ତି ହେବେ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ ଅଫିସ, ୩୧ା୮: ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ. ରବୀନ୍ଦ୍ର ଭଟ୍ଟ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ଯୋଗଦେବେ। ଫଳରେ ରାଜସ୍ଥାନ...

ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ କଲେଜ

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ)-କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର। ୩୫୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ଏକ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା...

ଔଷଧ ଦୋକାନରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଲି

କଟକ ଅଫିସ, ୨୫ା୩: କରୋନା ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରିନାହିଁ। ଆଉ ଯଦି କୌଣସି ଔଷଧ ଏହା ଭଲ ହେବା ପାଇଁ...

ଚିଠି କରି ଚୁପ୍‌

ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍‌ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ।...

Advertisement


Archives

Model This Week