ମଙ୍ଗଳ ଯୋଡ଼ିରେ ବିରଳ ଆଲବିନୋ କାମ ପକ୍ଷୀ ଠାବ

ଭୁବନେଶ୍ୱର,୧।୩(ବ୍ୟୁରୋ): ପକ୍ଷୀମାନଙ୍କର ସ୍ବର୍ଗ କୁହାଯାଉଥିବା ମଙ୍ଗଳାଯୋଡିରେ ଏକ ବିରଳ ଆଲବିନୋ ପର୍ପଲ ମୁର ହେନ ପକ୍ଷୀ ଠାବ କରାଯାଇଛ। ଗୋଲାପୀ ଆଖି ଥିବା ସମ୍ପୁର୍ଣ୍ଣ ଧଳା ରଙ୍ଗର ପକ୍ଷୀକୁ ବାର୍ଡ ଗାଇଡ୍‌ ମଧୁ ବେହେରା ଦେଖିବା ପରେ ଫଟୋ ଉଠାଇଥିଲେ। ଏହା ପରେ ସେହି ଫଟୋଗୁଡ଼ିକୁ ମଧୁ ଖୋର୍ଦ୍ଧାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ସେହି ଫଟୋରୁ ପକ୍ଷୀଟିକୁ ପର୍ପଲ ମୁର ହେନ ପକ୍ଷୀର ଆଲବିନୋ ବୋଲି ନିଶ୍ଚିତ କରିଥିଲେ।
ପର୍ପଲ ମୁର ହେନ୍‌କୁ ଓଡ଼ିଆରେ ‘କାମ ପକ୍ଷୀ’ ବୋଲି କୁହାଯାଏ। ଏହାର ବୈଜ୍ଞାନିକ ନାମ ପୋର୍ଫିରିଓ। ମଙ୍ଗଳାଯୋଡିରେ ଏମାନେ ଏକ ରେସିଡେଣ୍ଟ ପକ୍ଷୀ ଏବଂ ବହୁଳ ସଂଖ୍ୟାରେ ମିଳନ୍ତି। କିନ୍ତୁ ଆଲବିନୋ କାମ ପକ୍ଷୀ ସାରା ବିଶ୍ୱରେ ପ୍ରଥମ କରି ଦେଖାଯାଇଛି। ଏକ ସାଧାରଣ କାମ ପକ୍ଷୀର ଶରୀର ବାଇଗଣୀ ନୀଳ ରଙ୍ଗର ହେବା ସହ ଲମ୍ବା ଗୋଡ ଏବଂ ଥଣ୍ଟ ନାଲି ରଙ୍ଗର ହୋଇଥିବା ବେଳେ ଲାଞ୍ଜ ଆବରଣ ତଳେ ଧଳା ରହିଥାଏ। ହେଲେ ଠାବ କରାଯାଇଥିବା କାମପକ୍ଷୀଟିର ଶରୀର ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା କୁହାଯାଉଛି। ଆଗାମୀ ଦିନରେ ପର୍ଯ୍ୟଟକମାନେ ପକ୍ଷୀ ପ୍ରତି ଆକୃଷ୍ଟ ହୋଇ ମଙ୍ଗଳ ଯୋଡ଼ି ଆସିବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ସାରା ଦେଶରେ ପୁଣି ଥରେ କରୋନା ମହାମାରୀ ବ୍ୟାପୁଥିବା ବେଳେ ମାସ୍କ ବ୍ୟବହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି।...

ନଭେମ୍ବରରୁ ୟୁଜି, ପିଜି ପାଇଁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସ୍ଥିତି ଲାଗି ଚଳିତବର୍ଷ ଅଣ୍ଡର ଗ୍ରାଜୁଏଟ(ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ(ପିଜି) ଶିକ୍ଷାବର୍ଷକୁ ପରିବର୍ତ୍ତନ କରାଯାଇଛି। ମାର୍ଚ୍ଚ ପରିବର୍ତ୍ତେ ଏଥର ନଭେମ୍ବରରୁ ନୂତନ ଶିକ୍ଷାବର୍ଷ...

ମେ’ ୧୫ ଯାଏ ବଢ଼ିଲା ସ୍ବାସ୍ଥ୍ୟ ଓ ମୋଟରଯାନ (ତୃତୀୟପକ୍ଷ) ବୀମା ଅବଧି: ପୂର୍ବଭଳି ପାଇପାରିବେ ସମସ୍ତ ସୁବିଧା

ଭୁବନେଶ୍ୱର,୧୬।୪(ବ୍ୟୁରୋ)- ସମଗ୍ର ଦେଶରେ କରୋନା (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଠାରୁ...

ଲ୍ୟାଣ୍ଡଫଲକୁ ନେଇ କ’ଣ କହିଲେ ଆଇଏମ୍‌ଡି ଡିଜି

ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।...

ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ...

ଭାଷା ବିବାଦକୁ ନେଇ ଭୁବନେଶ୍ୱର ଏମ୍ସର ସ୍ପଷ୍ଟୀକରଣ: କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ ଭାଷା ବ୍ୟବହାର କରାଯିବ ବୋଲି ଏହାର ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି...

ଛୁଟିରେ ପଢ଼ିବେ ପିଲା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଛି। ପିଲାମାନଙ୍କ ପାଠପଢା ଓ ପରୀକ୍ଷା ଆଦି...

ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ। କଟକ ସତୀଚୈରା ଶ୍ମଶାନରେ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପରିବାର, ପ୍ରଂଶସକ ଓ ଆତ୍ମୀୟ...

Advertisement
Archives

Model This Week