Posted inଗଜପତି

ମକା ବିକ୍ରି ପାଇଁ ମଣ୍ଡି ନାହିଁ, ଚାଷୀ ହତାଶ

ଆର.ଉଦୟଗିରି,୧୪ା୧୨(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ବ୍ୟାପକ ମକା ଚାଷ ହେଉଛି। ସରକାର ଚାଷୀମାନଙ୍କଠାରୁ ମକା କ୍ରୟ କରୁ ନ ଥିବାବେଳେ ଏ ନେଇ କୌଣସି ସୁବିଧା ଯୋଗାଉନାହାନ୍ତି। ଫଳରେ ଖଳାରେ କୁଇଣ୍ଟାଲ କୁଇଣ୍ଟାଲ ମକା ପଡିରହିଛି। ଏହାର ସୁଯୋଗ ନେଉଛନ୍ତି ଦଲାଲ। କ୍ରୟ ଆଳରେ ଚାଷୀମାନଙ୍କୁ ଓଜନରେ ଠକୁଛନ୍ତି। ସରକାର ଚାଷୀଙ୍କ ପାଇଁ ବହୁ ଯୋଜନା କରୁଛନ୍ତି, କିନ୍ତୁ ଏହି ଅଞ୍ଚଳର ମକାଚାଷୀ ଏଥିରୁ ବଞ୍ଚତ୍ତ ବୋଲି ଅଭିଯୋଗ କରିଛନ୍ତି।
ଗଜପତି ଜିଲାର ଚାରିଟି ଆଇଟିଡିଏ ବ୍ଲକର ଅଧିକାଂଶ ଗ୍ରାମରେ ପଦର ଜମି ରହିଛି। ପ୍ରାୟ ୨୦ ବର୍ଷ ହେଲା ଅଞ୍ଚଳର ଚାଷୀମାନେ ମକାଚାଷ କରି ଗୁଜରାଣ ମେଣ୍ଟାଉଛନ୍ତି। ଯଦିଓ ମକା କିଣିବା ପାଇଁ ଆର୍‌.ଉଦୟଗିରିରେ ଏହି ତିନୋଟି ବ୍ଲକ ପାଇଁ ମଣ୍ଡିଗୃହ କାମ ସରିଛି, କିନ୍ତୁ ଜିଲା ପ୍ରଶାସନର ଦ୍ୱାୟିତ୍ୱହୀନତା ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହା ଦଲାଲଙ୍କୁ ସୁହାଉଛି। ସରକାର ମକା କୁଇଣ୍ଟାଲ ପିଛା ଦର ୨୨୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ୧୪୦୦ ରୁ ୧୫୦୦ ଟଙ୍କାରେ ବିକି ଦେଉଛନ୍ତି।
ଏନେଇ ଜିଲା ପବ୍ଲିକ ଇନ୍‌ଫର୍ମର ଅଫିସର ଡି. ଗଣପତିଙ୍କ ସହ ଯୋଗାଯୋଗ କରିବାରୁ ସରକାରଙ୍କ ତରଫରୁ ମକା କିଣିବା ବ୍ୟବସ୍ଥା ନାହିଁ। ଯେଉଁ ମଣ୍ଡି ତିଆରି ହୋଇଛି ସେଠାକୁ ସ୍ଥାନୀୟ ବେପାରୀ ଆସି ସରକାର ଦରରେ ମକା ଚାଷୀମାନଙ୍କ ଠାରୁ କିଣିବେ ବୋଲି କହିଥିଲେ। ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଗ୍ରାମର ଏବଂ ମୋହନା ବ୍ଲକର ଲୁହାଗୁଡି ଗ୍ରାମରେ ଏହି ଅଞ୍ଚଳର ମକାଚାଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗୃହର ଅଟକଳ ମୂଲ୍ୟ କେତେ ଏବଂ ମଣ୍ଡିଗୁଡିକ କେବେ କାର୍ଯ୍ୟକ୍ଷମ ହେବ ବୋଲି ପଚାରିବାରୁ ମଣ୍ଡି ଗୃହର ମୂଲ୍ୟ ଜାଣିନି। ମାତ୍ର ଲୁହାଗୁଡିଠାରେ ମଣ୍ଡି ନିର୍ମାଣ ସରିଥିଲେ ମଧ୍ୟ ମକା କିରିବାକୁ ବେପାରୀ ଆସୁନାହାନ୍ତି। ଆର.ଉଦୟଗିରି ଗ୍ରାମରେ ନିର୍ମାଣ ମଣ୍ଡିର ପାଚେରି ଓ ତଳ ଫ୍ଲୋରିଙ୍ଗ୍‌ କାମ ସରିନି। ଏଠାରେ ସୂଚନା ଫଳକ ମଧ୍ୟ ନାହିଁ। ନିର୍ମାଣାଧୀନ ମଣ୍ଡି ପଛପଟେ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି।
ଏ ସମ୍ପର୍କରେ ବିଭାଗୀୟ ଆର୍‌ଏମ୍‌ସି ସେକ୍ରେଟାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ବିଷୟରେ ମଁୁ କୌଣସି ସୂଚନା ଦେଇପାରିବି ନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୃହର ଭିତ୍ତିପ୍ରସ୍ତର ୧୫ ନଭେମ୍ବର ୨୦୧୬ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri