Posted inଗଜପତି

ମକା ବିକ୍ରି ପାଇଁ ମଣ୍ଡି ନାହିଁ, ଚାଷୀ ହତାଶ

ଆର.ଉଦୟଗିରି,୧୪ା୧୨(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ବ୍ୟାପକ ମକା ଚାଷ ହେଉଛି। ସରକାର ଚାଷୀମାନଙ୍କଠାରୁ ମକା କ୍ରୟ କରୁ ନ ଥିବାବେଳେ ଏ ନେଇ କୌଣସି ସୁବିଧା ଯୋଗାଉନାହାନ୍ତି। ଫଳରେ ଖଳାରେ କୁଇଣ୍ଟାଲ କୁଇଣ୍ଟାଲ ମକା ପଡିରହିଛି। ଏହାର ସୁଯୋଗ ନେଉଛନ୍ତି ଦଲାଲ। କ୍ରୟ ଆଳରେ ଚାଷୀମାନଙ୍କୁ ଓଜନରେ ଠକୁଛନ୍ତି। ସରକାର ଚାଷୀଙ୍କ ପାଇଁ ବହୁ ଯୋଜନା କରୁଛନ୍ତି, କିନ୍ତୁ ଏହି ଅଞ୍ଚଳର ମକାଚାଷୀ ଏଥିରୁ ବଞ୍ଚତ୍ତ ବୋଲି ଅଭିଯୋଗ କରିଛନ୍ତି।
ଗଜପତି ଜିଲାର ଚାରିଟି ଆଇଟିଡିଏ ବ୍ଲକର ଅଧିକାଂଶ ଗ୍ରାମରେ ପଦର ଜମି ରହିଛି। ପ୍ରାୟ ୨୦ ବର୍ଷ ହେଲା ଅଞ୍ଚଳର ଚାଷୀମାନେ ମକାଚାଷ କରି ଗୁଜରାଣ ମେଣ୍ଟାଉଛନ୍ତି। ଯଦିଓ ମକା କିଣିବା ପାଇଁ ଆର୍‌.ଉଦୟଗିରିରେ ଏହି ତିନୋଟି ବ୍ଲକ ପାଇଁ ମଣ୍ଡିଗୃହ କାମ ସରିଛି, କିନ୍ତୁ ଜିଲା ପ୍ରଶାସନର ଦ୍ୱାୟିତ୍ୱହୀନତା ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହା ଦଲାଲଙ୍କୁ ସୁହାଉଛି। ସରକାର ମକା କୁଇଣ୍ଟାଲ ପିଛା ଦର ୨୨୦୦ ଟଙ୍କା ଧାର୍ଯ୍ୟ କରିଥିବାବେଳେ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ୧୪୦୦ ରୁ ୧୫୦୦ ଟଙ୍କାରେ ବିକି ଦେଉଛନ୍ତି।
ଏନେଇ ଜିଲା ପବ୍ଲିକ ଇନ୍‌ଫର୍ମର ଅଫିସର ଡି. ଗଣପତିଙ୍କ ସହ ଯୋଗାଯୋଗ କରିବାରୁ ସରକାରଙ୍କ ତରଫରୁ ମକା କିଣିବା ବ୍ୟବସ୍ଥା ନାହିଁ। ଯେଉଁ ମଣ୍ଡି ତିଆରି ହୋଇଛି ସେଠାକୁ ସ୍ଥାନୀୟ ବେପାରୀ ଆସି ସରକାର ଦରରେ ମକା ଚାଷୀମାନଙ୍କ ଠାରୁ କିଣିବେ ବୋଲି କହିଥିଲେ। ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଗ୍ରାମର ଏବଂ ମୋହନା ବ୍ଲକର ଲୁହାଗୁଡି ଗ୍ରାମରେ ଏହି ଅଞ୍ଚଳର ମକାଚାଷୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଗୃହର ଅଟକଳ ମୂଲ୍ୟ କେତେ ଏବଂ ମଣ୍ଡିଗୁଡିକ କେବେ କାର୍ଯ୍ୟକ୍ଷମ ହେବ ବୋଲି ପଚାରିବାରୁ ମଣ୍ଡି ଗୃହର ମୂଲ୍ୟ ଜାଣିନି। ମାତ୍ର ଲୁହାଗୁଡିଠାରେ ମଣ୍ଡି ନିର୍ମାଣ ସରିଥିଲେ ମଧ୍ୟ ମକା କିରିବାକୁ ବେପାରୀ ଆସୁନାହାନ୍ତି। ଆର.ଉଦୟଗିରି ଗ୍ରାମରେ ନିର୍ମାଣ ମଣ୍ଡିର ପାଚେରି ଓ ତଳ ଫ୍ଲୋରିଙ୍ଗ୍‌ କାମ ସରିନି। ଏଠାରେ ସୂଚନା ଫଳକ ମଧ୍ୟ ନାହିଁ। ନିର୍ମାଣାଧୀନ ମଣ୍ଡି ପଛପଟେ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି।
ଏ ସମ୍ପର୍କରେ ବିଭାଗୀୟ ଆର୍‌ଏମ୍‌ସି ସେକ୍ରେଟାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ବିଷୟରେ ମଁୁ କୌଣସି ସୂଚନା ଦେଇପାରିବି ନାହିଁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୃହର ଭିତ୍ତିପ୍ରସ୍ତର ୧୫ ନଭେମ୍ବର ୨୦୧୬ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri