ବଦଳିବ ଓଡ଼ିଶା ଶିକ୍ଷା, ବିଶ୍ୱବିଦ୍ୟାଳୟ ନୀତି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ବଦଳିବ ରାଜ୍ୟର ଶିକ୍ଷା ନୀତି। ବିଶ୍ୱବିଦ୍ୟାଳୟ ନୀତିରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୫ତାରିଖ ସୁଦ୍ଧା ଚିଠା ପ୍ରସ୍ତାବ ଆଗତ ହେବ ବୋଲି ସୂଚନା ମିଳିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ଡକାଯାଇ ସମୀକ୍ଷା ଚାଲିଛି। ଶୁକ୍ରବାର ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଆଉ ଏକ ସମୀକ୍ଷା କରାଯିବ। ଏହି ଦାୟିତ୍ୱ ପିଏମ୍‌ୟୁ(ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌) ହାତରେ ଛଡ଼ାଯାଇଛି। ସେମାନେ ବିଭିନ୍ନ ରାଜ୍ୟର ଶିକ୍ଷା ନୀତି ଏବଂ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ନୂଆ ନୀତି ପାଇଁ ଚିଠା ପ୍ରସ୍ତାବ ଆଣିବେ। ବିଶେଷ କରି ମହାରାଷ୍ଟ୍ର ଏବଂ କର୍ନାଟକ ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ ନୀତି ଢାଞ୍ଚାରେ ଓଡ଼ିଶାରେ ନୂଆ ନୀତି ପ୍ରସ୍ତୁତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବାପେକ୍ଷା ପିଜି ବିଷୟବସ୍ତୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟରେ ଯେତିକି ବିଶ୍ୱବିଦ୍ୟାଳୟ ରହିଥିଲା ତା’ର ସଂଖ୍ୟା ବୃଦ୍ଧିପାଇଛି। ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ବଢିଯାଇଛି। ଅନ୍ୟପଟେ ଛାତ୍ରୀଛାତ୍ରମାନେ ପିଜି ପରୀକ୍ଷା ପାଇଁ ୨ କିମ୍ବା ୩ଟି ବିଶ୍ୱବିଦ୍ୟାଳୟରେ ଫର୍ମ ପକାଉଥିବା ବେଳେ ଏକାସମୟରେ ସବୁ ସ୍ଥାନରେ ପରୀକ୍ଷା ହୋଇଯାଉଛି, ଯେଉଁଥିଲାଗି ଛାତ୍ରୀଛାତ୍ରମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ନୂଆ ଶିକ୍ଷା ନୀତି ଓ ବିଶ୍ୱବିଦ୍ୟାଳୟ ନୀତି ପାଇଁ ଯୋଜନା କରାଯାଉଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ଶିକ୍ଷାଦାନ ଓ କ୍ୟାରିୟର ଗଠନ ନିମନ୍ତେ ସହାୟକ ହୋଇପାରିବ। ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର କହିଛନ୍ତି, ଶିକ୍ଷା ଏବଂ ବିଶ୍ୱବିଦ୍ୟାଳୟ ନୀତିରେ ପରିବର୍ତ୍ତନର ଆବଶ୍ୟକତା ବହୁଦିନରୁ ଥିଲା। ୮୦ବର୍ଷ ତଳୁ ପ୍ରସ୍ତୁତ ହୋଇଥିବା ନୀତି ଏ ପର୍ଯ୍ୟନ୍ତ ଚାଲିଛି। ମଝିରେ ଛୋଟମୋଟ ପରିବର୍ତ୍ତନ ହୋଇଛି। ମାତ୍ର ଏବେ ନୂଆ ନୀତି ଆସିବାକୁ ଯାଉଛି, ଯାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ। ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?