Posted inଜାତୀୟ

ମଇଁଷିଙ୍କୁ ଧକ୍କାଦେବାର ଦିନକ ପରେ ଗାଈକୁ ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୮ା୧୦: ମଇଁଷି ପଲଙ୍କୁ ଧକ୍କା ଦେବାର ଦିନକ ପରେ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶୁକ୍ରବାର ଗୁଜରାଟର ଆନନ୍ଦ ଷ୍ଟେଶନ ନିକଟରେ ଏକ ଗାଈକୁ ଧକ୍କା ଦେଇଛି। ଫଳରେ ଟ୍ରେନ୍‌ ସମ୍ମୁଖ ବମ୍ପର ଚାପିହୋଇ ଯାଇଛି। ଏହି ଦୁର୍ଘଟଣା ଯୋଗୁ ଏକ୍ସପ୍ରେସ୍‌ ଟ୍ରେନ୍‌ ସେଠାରେ ୧୦ ମିନିଟ ଅଟକି ରହିଥିଲା। ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା କରିଥିଲେ। ଗୁରୁବାର ଉକ୍ତ ଟ୍ରେନ୍‌ ଏକ ମଇଁଷି ପଲଙ୍କୁ ଧକ୍କା ଦେବାରୁ ଏହାର ସମ୍ମୁଖ ଭାଗ କ୍ଷତଗ୍ରସ୍ତ ହୋଇଥିଲା। ସଙ୍ଗେ ସଙ୍ଗେ ଟ୍ରେନ୍‌କୁ ମରାମତି କରାଯାଇଥିବାବେଳେ ମଇଁଷି ମାଲିକଙ୍କ ବିରୋଧରେ ଏତଲା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ଗସ୍ତରେ ମୋଦି,ତୁକାରାମ ମନ୍ଦିରର କରିବେ ଉଦ୍‌ଘାଟନ

ମୁମ୍ବାଇ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହାରାଷ୍ଟ୍ର ଗସ୍ତ କରିବେ। ସେଠାରେ ମୋଦି ପୁଣେ ଦେହୁରେ ଥିବା ଜଗତଗୁରୁ ସନ୍ତ ତୁକାରାମ ମହାରାଜଙ୍କ ପ୍ରତିମୂର୍ତ୍ତି ଏବଂ...

ସୁଶାନ୍ତଙ୍କ ଆତ୍ମାର ସଦ୍‌ଗତି ପାଇଁ ଉପବାସ ରଖିବେ ବିହାର ଡିଜିପି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ରାଜନେତାଠାରୁ ଆରମ୍ଭ କରି କ୍ରୀଡା ଜଗତ ତାଙ୍କ ଆକସ୍ମିକ...

ନବରାତ୍ରୀରେ ନୂଆ ପାର୍ଟିର ଘୋଷଣା କରିବେ ଆଜାଦ, ପଞ୍ଜିକରଣ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ କରୁଛନ୍ତି କାମ

ଜମ୍ମୁ,୨୨ ।୯: ପ୍ରାୟ ଏକ ମାସ ହେବ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ତାଙ୍କ ନୂଆ ଦଳର ନାମର ଘୋଷଣା ନବରାତୀରେ...

ବଡଗାମରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ରାହୁଲ ଭଟ୍ଟ-ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଜଣଙ୍କ ଉପରେ ନଜର

ଜମ୍ମୁ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ବୁଧବାର ସକାଳୁ ସୁରକ୍ଷା କର୍ମୀ ପ୍ରବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ/ଲସ୍କର-ଏ-ତୋଏବାର ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ଜମ୍ମୁ-କଶ୍ମୀର...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା...

୩ ନେତାଙ୍କୁ ଦଳରୁ ବିଦା କଲେ ଗୁଲାମ ନବୀ ଆଜାଦ୍‌

ଶ୍ରୀନଗର,୨୨।୧୨: କଂଗ୍ରେସରୁ ଇସ୍ତଫା ପରେ ନୂତନ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ୍‌ ଗୁରୁବାର ୩ ନେତାଙ୍କୁ ଡେମୋକ୍ରାଟିକ୍‌ ଆଜାଦ୍‌ ପାର୍ଟିରୁ ବହିଷ୍କାର କରିଛନ୍ତି।...

୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁ ନ ଥିଲେ ମୋଦି: ପୂର୍ବତନ ମୁଖ୍ୟ ଶାସନ ସଚିବ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର କହିଛନ୍ତି ୨୦୧୬ ମସିହାରେ ବିମୁଦ୍ରୀକରଣ ଘଟିବା ପରେ ମଧ୍ୟ...

ତ୍ରିପୁରାରେ ତ୍ରିମୁଖୀ ଲଢ଼େଇ: ବିଧାନସଭାର ୬୦ ଆସନ ପାଇଁ ନିର୍ବାଚନ ଆଜି

ଅଗରତାଲା,୧୬।୨ : ଭାଜପା ଶାସିତ ତ୍ରିପୁରା ବିଧାନସଭାର ୬୦ ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନରେ ୨୫୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ...

Advertisement
Archives

Model This Week