ଜାଣିପାରିଲାନି ଶିକ୍ଷା ବିଭାଗ: ୩୯ଲକ୍ଷ ଟଙ୍କା ହାତେଇ ମହିଳା ଆକାଉଣ୍ଟାଣ୍ଟ ଫେରାର

ଭବାନୀପାଟଣା,୮।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ମହିଳା ଜଣକ ଭବାନୀପାଟଣା ବିଇଓ ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର। ସେ ଜଣେ ଅସ୍ଥାୟୀ କର୍ମଚାରୀ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍‌ଏସ୍‌ ଜରିଆରେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ଲକ୍ଷ ୩୦ହଜାର ୪୬୮ ଟଙ୍କା ଟ୍ରାନ୍ସଫର କରି ହଡପ କରିଥିବା ନେଇ ସ୍ଥାନୀୟ ବିଇଓ ଭବାନୀପାଟଣା ଟାଉନଥାନାରେ ଅଭିଯୋଗ କରିଛନ୍ତି।

ଭବାନୀପାଟଣା ସଦର ବ୍ଲକରେ ୧୭୧ ଏକ୍ସକ୍ୟାଡର ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ଜଣ ଓଟିଇଟି ପାସ କରିଥିବାରୁ ମାସକୁ ୩୬ ହଜାର ୬୪ ଟଙ୍କା ଦରମା ଓ ୧୫୦ ଜଣ ଶିକ୍ଷକ ଓଟିଇଟି ପାସ କରି ନ ଥିବା ଯୋଗୁ ମାସକୁ ୩୩ ହଜାର ୨୦ଟଙ୍କା ଦରମା ପାଇଥାନ୍ତି। ଗତ ସେପ୍ଟେମ୍ବର ମାସର ସମୁଦାୟ ୫୭ ଲକ୍ଷ ୧୦ ହଜାର ୩୪୪ ଟଙ୍କା ଦରମା ବକେୟା ରହିଥିଲା। ୯ଜଣ ଶିକ୍ଷକ ଅଫିସକୁ ଆସି ଦରମା ପାଇଁ ଅଡି ବସିବା ପରେ ସେମାନଙ୍କୁ ଚେକ୍‌ ମାଧ୍ୟମରେ ୩ ଲକ୍ଷ ୧ ହଜାର ୨୨୪ ଟଙ୍କା ଦରମା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷେ, ପିଏଫ୍‌ଏମ୍‌ଏସ୍‌ ଜରିଆରେ ଦରମା ନ ଦେଇ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ଘଟଣା ତଦନ୍ତ ସାପେକ୍ଷ। ଏତେ ବଡ କେଳେଙ୍କାରୀ ପରେ ବିଇଓ କାର୍ଯ୍ୟାଳୟର ଅଧିକାରୀ କିଭଳି ଜାଣିପାରିଲେ ନାହିଁ ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳା କର୍ମଚାରୀ ଶୁଚିସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୭୯ ହଜାର ଟଙ୍କା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନଥାନା ପକ୍ଷରୁ ଏ ନେଇ ଏକ ମାମଲା(ନଂ.୪୩୧/୨୨) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦୀପ ଧରୁଆ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri