ଜାଣିପାରିଲାନି ଶିକ୍ଷା ବିଭାଗ: ୩୯ଲକ୍ଷ ଟଙ୍କା ହାତେଇ ମହିଳା ଆକାଉଣ୍ଟାଣ୍ଟ ଫେରାର

ଭବାନୀପାଟଣା,୮।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ମହିଳା ଜଣକ ଭବାନୀପାଟଣା ବିଇଓ ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର। ସେ ଜଣେ ଅସ୍ଥାୟୀ କର୍ମଚାରୀ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍‌ଏସ୍‌ ଜରିଆରେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ଲକ୍ଷ ୩୦ହଜାର ୪୬୮ ଟଙ୍କା ଟ୍ରାନ୍ସଫର କରି ହଡପ କରିଥିବା ନେଇ ସ୍ଥାନୀୟ ବିଇଓ ଭବାନୀପାଟଣା ଟାଉନଥାନାରେ ଅଭିଯୋଗ କରିଛନ୍ତି।

ଭବାନୀପାଟଣା ସଦର ବ୍ଲକରେ ୧୭୧ ଏକ୍ସକ୍ୟାଡର ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ଜଣ ଓଟିଇଟି ପାସ କରିଥିବାରୁ ମାସକୁ ୩୬ ହଜାର ୬୪ ଟଙ୍କା ଦରମା ଓ ୧୫୦ ଜଣ ଶିକ୍ଷକ ଓଟିଇଟି ପାସ କରି ନ ଥିବା ଯୋଗୁ ମାସକୁ ୩୩ ହଜାର ୨୦ଟଙ୍କା ଦରମା ପାଇଥାନ୍ତି। ଗତ ସେପ୍ଟେମ୍ବର ମାସର ସମୁଦାୟ ୫୭ ଲକ୍ଷ ୧୦ ହଜାର ୩୪୪ ଟଙ୍କା ଦରମା ବକେୟା ରହିଥିଲା। ୯ଜଣ ଶିକ୍ଷକ ଅଫିସକୁ ଆସି ଦରମା ପାଇଁ ଅଡି ବସିବା ପରେ ସେମାନଙ୍କୁ ଚେକ୍‌ ମାଧ୍ୟମରେ ୩ ଲକ୍ଷ ୧ ହଜାର ୨୨୪ ଟଙ୍କା ଦରମା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷେ, ପିଏଫ୍‌ଏମ୍‌ଏସ୍‌ ଜରିଆରେ ଦରମା ନ ଦେଇ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ଘଟଣା ତଦନ୍ତ ସାପେକ୍ଷ। ଏତେ ବଡ କେଳେଙ୍କାରୀ ପରେ ବିଇଓ କାର୍ଯ୍ୟାଳୟର ଅଧିକାରୀ କିଭଳି ଜାଣିପାରିଲେ ନାହିଁ ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳା କର୍ମଚାରୀ ଶୁଚିସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୭୯ ହଜାର ଟଙ୍କା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନଥାନା ପକ୍ଷରୁ ଏ ନେଇ ଏକ ମାମଲା(ନଂ.୪୩୧/୨୨) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦୀପ ଧରୁଆ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡାରେ ଚଢାଉ, ୫ ଗିରଫ

ବୁଗୁଡା,୧୮ା୪(ଡି.ଏନ୍‌.ଏ.)- ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ନିକଟ ଏକ କାଜୁ ତୋଟାରେ ଶନିବାର ଅପରାହ୍ନରେ ବୁଗୁଡା ପୋଲିସ ଚଢାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ...

ଗନ୍ଧମାର୍ଦ୍ଦନ ଲୌହଖଣିରେ ସାନିଟାଇଜ୍‌ ଟନେଲ ବ୍ୟବସ୍ଥା

କେନ୍ଦୁଝର, ୧୧ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଓଡିଶା ଖଣି ନିଗମର ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୌହଖଣିରେ ସ୍ବୀକୃତିପ୍ରାପ୍ତ ରେଜିଙ୍ଗ ଏଜେନ୍ସି କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିଃ ପକ୍ଷରୁ...

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ବାଘୁଆପଲ୍ଲୀ ଚାମ୍ପିୟନ

ବୋଲଗଡ଼,୨୯ା୫(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତ ଗ୍ରାମସ୍ଥିତ ରାମଲୀଳା ସ୍ଥଳରେ ଚାଲିଥିବା ମା’ଯୋଗମାୟା ଭାଗବତ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶେଷ ଦିବସରେ ବିଳମ୍ବିତ...

ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା: ୫ଟି ପର୍ଯ୍ୟାୟରେ ହେବ ମତଦାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସବୁ କଳ୍ପନାଜଳ୍ପନାରେ ଶେଷରେ ଅନ୍ତ ଅନ୍ତ ଘଟିଛି। ଆଶା, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ...

ସିଇସି ରିପୋର୍ଟକୁ ନେଇ ଅଡ଼ୁଆରେ ପ୍ରଶାସନ: ଲିଜ୍‌ପ୍ରାପ୍ତ ଚିଙ୍ଗୁଡିଘେରି ପ୍ରକଳ୍ପ ଉଚ୍ଛେଦ ଚିନ୍ତାର କାରଣ

କେନ୍ଦ୍ରାପଡା ଅଫିସ, ୨୫ା୯- କେନ୍ଦ୍ରାପଡା ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଏବେ ଜିଲା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଆସନ୍ତା ଅକ୍ଟୋବର...

ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୫୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ପିଲା କଳିରୁ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ, ୬ା୧-ଦୁଇ ଛୋଟ ପିଲାଙ୍କ ମଧ୍ୟରେ ଖେଳକୁଦ ଚାଲିଥିଲା। ଜଣେ ଅନ୍ୟ ଜଣଙ୍କ ହାତକୁ କାମୁଡ଼ି ଦେଲା ା ଏହାକୁ ନେଇ ଉଭୟ ପିଲାଙ୍କ...

ଜୁନ୍‌ ୨୦୨୩ ସୁଦ୍ଧା ସରିବ ଲୋୟର ସୁକତେଲ ସ୍ପିଲ୍‌ ଓ୍ବେ କାର୍ଯ୍ୟ

ଭୁବନେଶ୍ବର,୮ା୧୦(ବ୍ୟୁରୋ): ରାଜ୍ୟ ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଶୁକ୍ରବାର...

Advertisement
Archives

Model This Week