‘ଭୟଭୀତ ହୁଅ ନାହିଁ’

ଢେଙ୍କାନାଳ ଅଫିସ, ୨୬।୩: କରୋନା କଟକଣା ଉପରେ ଜିଲା ପ୍ରଶାସନ କଡ଼ା ନଜର ରଖିଛି। ଜିଲାର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଜନତା ପୂର୍ଣ୍ଣ ସହଯୋଗ କଲେ ଅଳ୍ପ ଦିନରେ ସବୁକିଛି ସ୍ବାଭାବିକ ହୋଇଯିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା।
ଅନ୍ୟପଟେ ଲକ୍‌ଡାଉନ୍‌ର ତୃତୀୟ ଦିନରେ ଗୁରୁବାର ଜିଲାରେ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା ଆହୁରି ଜୋର୍‌ଦାର କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି। କଟକଣା ଉଲ୍ଲଂଘନ ଅଭିଯୋଗରେ ବୁଧବାର ଏବଂ ଗୁରୁବାର ଦୁଇ ଦିନରେ ୨୯ଜଣଙ୍କୁ ଗିରଫ କରାଯାଇଛି। ମୋଟ ୨୬ ଗାଡ଼ି ଜବତ କରାଯିବା ସହ ୫୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି।
ଅପରପକ୍ଷେ ଜନଗହଳି ଏଡ଼ାଇବା ତଥା ସାମାଜିକ ଦୂରତା ରକ୍ଷା କରିବାକୁ ରଥଗଡ଼ା ବ୍ୟତୀତ ଅଳସୁଆ ହାଟ, ବିବି ହାଇସ୍କୁଲ ଖେଳପଡ଼ିଆରେ ପରିବା ବିକ୍ରି କରିବାକୁ ପଦକ୍ଷେପ ନିଆଯାଇଛି। ସକାଳ ୭ରୁ ୧୦ଟା ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସାମଗ୍ରୀ କିଣିବା ସମୟରେ ପରସ୍ପର ମଧ୍ୟରେ ୨ ମିଟର ବ୍ୟବଧାନ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆଶଙ୍କିତ ହୋଇ ଅଧିକ ସାମଗ୍ରୀ ମହଜୁଦ ନ ରଖିବା, ଯଥାସମ୍ଭବ ଚାଲିଚାଲି ଯିବା, ନିହାତି ଆବଶ୍ୟକ ନ ଥିଲେ ଘରେ ନ ବାହାରିବା, ସାମାଜିକ ଦୂରତା ରକ୍ଷା କରିବା, ସ୍ବଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରି ନିବେଦନ କରାଯାଇଛି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣା ମାନୁନାହାନ୍ତି ଭାରିଯାନ: ଗାଡ଼ି ଅଟକାଇ ପ୍ରତିବାଦ

ଭୁବନ, ୧୬।୧୧(ଡି.ଏନ୍‌.ଏ.) – ଭୁବନ ଏନ୍‌ଏସି ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଭାରିଯାନ ଚଳାଚଳକୁ ନେଇ ଲାଗି ରହିଥିବା ଅସନ୍ତୋଷ ଦିନକୁ ଦିନ ତୀବ୍ର...

ବାଲେଶ୍ୱର, ଭଦ୍ରକ, ଯାଜପୁର ପାଇଁ ଷ୍ଟେଟ୍‌ ର଼୍ୟାପିଡ୍‌ ରେସପନ୍ସ ଟିମ୍‌ ଗଠିତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ଦିନ ଭିତରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

୨୯ ମିଡିଆ କର୍ମୀ କରୋନା ପଜିଟିଭ୍‌

ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ...

ମହାରାଷ୍ଟ୍ରରେ ଅଟକି ରହିଛନ୍ତି ୨୦ ଲକ୍ଷ ପ୍ରବାସୀ ଶ୍ରମିକ

ମୁମ୍ବାଇ,୧୭।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଅଖିଳେଶଙ୍କ ଭର୍ଚୁଆଲ ରାଲିରେ ଲୋକେ ମାନିଲେନି କରୋନା ନିୟମ: ଡିଏମ୍‌ଙ୍କ ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୧୪ ।୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କାରଣ ଗୋଟିଏପଟେ ନିର୍ବାଚନ ତାରିଖ ଘୋଷଣା ହୋଇ...

‘ଡିସ୍‌ଚାର୍ଜ ପୂର୍ବରୁ କରାଯାଇ ନ ଥିଲା ସ୍ବାବ୍‌ ପରୀକ୍ଷା’

ଯାଜପୁର ଅଫିସ୍‌/ରସୁଲପୁର, ୨।୬ (ଡି.ଏନ୍‌.ଏ.): କରୋନା ଚିକିତ୍ସାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଆରୋଗ୍ୟ ହୋଇ ଫେରିଥିବା ଜଣେ ସଂକ୍ରମିତ। ମେଡିକାଲରୁ ଡିସ୍‌ଚାର୍ଜ କରାଯିବା ପୂର୍ବରୁ...

ସୁନ୍ଦରଗଡ଼ରୁ ୧୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

ସୁନ୍ଦରଗଡ଼, ୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରୁ ସୋମବାର ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି।...

ମଣ୍ଟଫୋର୍ଟ ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ: ଅପସଂସ୍କୃତିଠାରୁ ଦୂରେଇ ରୁହ

ଢେଙ୍କାନାଳ ଅଫିସ, ୮।୧୨ – ଇଂଲିଶ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୬୯ରେ ପ୍ରତିଷ୍ଠା ହୋଇଥିଲା ମଣ୍ଟଫୋର୍ଟ ସ୍କୁଲ। ଏହାକୁ ପ୍ରତିଷ୍ଠା କରିବାରେ ତତ୍କାଳୀନ ସମୟରେ...

Advertisement
Archives

Model This Week