ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୧୧୩ ଥିବା ଜଣାପଡ଼ିଛି। କରୋନା ଯୋଗୁଁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଭାରତର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ହେବା ସହ ବଲିଉଡ୍‌ ଫିଲ୍ମ ଶୁଟିଂ ଓ କେତେକ ଫିଲ୍ମ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଯେଉଁଠାରେ ସାରା ବିଶ୍ୱ କରୋନାକୁ ନେଇ ଚିନ୍ତିତ ରହିଛି ସେଠାରେ ବଲିଉଡ୍‌ ଏହାକୁ ନେଇ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରିଛି। ଏହାର ନାମ ଚୟନ କରାଯାଇଥିବା ବେଳେ ପଞ୍ଜୀକରଣ ମଧ୍ୟ କରାଯାଇସାରିଥିବା ଜଣାପଡ଼ିଛି। କେବଳ ଫିଲ୍ମର ଶୁଟିଂ ଆରମ୍ଭ ହେବା ବାକି ରହିଛି। ଏରସ୍‌ ଇଣ୍ଟରନ୍ୟାସ୍‌ନାଲ କମ୍ପାନୀ ତିଆରି କରିବାକୁ ଯାଉଥିବା ଫିଲ୍ମଟିର ନାମ ହେଉଛି ‘କରୋନା ପ୍ୟାର ହୈ’। ଯାହା ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଭିନୀତ ଡେବ୍ୟୁ ଫିଲ୍ମ ‘କହୋନା ପ୍ୟାର ହୈ’ ସହ ମେଳ ଖାଉଛି। ଏହା କୋଭିଡ-୧୯ ଉପରେ ରେଜିଷ୍ଟର ହୋଇଥିବା ପ୍ରଥମ ଫିଲ୍ମ। ଏନେଇ ଫିଲ୍ମ ପ୍ରଯୋଜକ କ୍ରିଶିକା ଲୁଲା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସାମାନ୍ୟ ସ୍ଥିତି ହୋଇଯିବ ସେତେବେଳେ ଏହାର ଶୁଟିଂ ଆରମ୍ଭ ହେବ। ତେବେ ଏଥିରେ କେଉଁ ଅଭିନେତା ଓ ଅଭିନେତ୍ରୀ କାମ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷେ ଆଉ ଏକ ପ୍ରଡକ୍ସନ୍‌ ହାଉସ୍‌ ଇଣ୍ଡିଆନ୍‌ ମୋଶନ ପିକଚର୍‌ ପ୍ରଡ୍ୟୁସର୍ସ ଆସୋସିଏଶନ୍‌ ମଧ୍ୟ କରୋନାକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏଥିପାଇଁ ପଞ୍ଜୀକରଣ ସରିଥିବା ବେଳେ ଏହାର ନାମ ‘ଡେଡଲି କେରାନା’ ରଖାଯାଇଛି। ପୂର୍ବରୁ ମଧ୍ୟ ସତ୍ୟ ଘଟଣାକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା।...

ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ...

ଡାଏଟିଂ କଷ୍ଟକର ଥିଲା

ଶିବାନୀ ସଙ୍ଗୀତା। ଓଡ଼ିଆ ସିନେ ଜଗତର ଜଣେ କ୍ୟୁଟ୍‌ ଓ ବବ୍‌ଲି ଅଭିନେତ୍ରୀ। ଶିଶୁ କଳାକାର ଭାବେ ସେ ‘ମିତରେ ମିତ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ...

ଏହି ଫିଲ୍ମରେ ଅଭିନୟ କରିଥିଲେ ମହେନ୍ଦ୍ର ସିଂ ଧୋନୀ

ଅନେକ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷରେ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ...

ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେଠାରୁ ତାଙ୍କ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି...

ପରଦାକୁ ଫେରିଲେ ‘ଡ୍ରିମ ଗର୍ଲ’

ବଲିଉଡ୍‌ର ‘ଡ୍ରିମ ଗର୍ଲ’ ହେମାମାଳିନୀ ଫିଲ୍ମ ‘ଶିମଲା ମିର୍‌ଚି’ ଜରିଆରେ ପୁଣିଥରେ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ହେମାମାଳିନୀ ନିଜଠୁ ୩୬ ବର୍ଷ ସାନ ଅଭିନେତା...

Coronavirus Update


Archives

Model This Week

Why Dharitri