Posted inଜାତୀୟ

ଭୋପାଳ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଅନ୍ତିମ ସଂସ୍କାରରେ ସାମିଲ ହେଲେ ଦିଗ୍‌ବିଜୟ

ଭୋପାଳ, ୧୦।୬: ମଧ୍ୟପ୍ରଦେଶର କମଳାନଗରରେ ଜଣେ ନାବାଳିକାଙ୍କ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଯୋଗୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ସୋମବାର ତାଙ୍କ ମୃତଦେହକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ। ଏଭଳି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଦୋଷୀ କଡା ଦଣ୍ଡ ଦିଆଯାଉ ବୋଲି ଦିଗ୍‌ବିଜୟ କହିଛନ୍ତି। ସୂଚନାଯୋଗ୍ୟ, ଭୋପାଳସ୍ଥଇତ କମଳାନଗର ଥାନା ମଣ୍ଡଓ୍ବା ବସ୍ତିର ଜଣେ ୮ବର୍ଷୀୟା ନାବାଳିକା ଶନିବାର ରାତିପ୍ରାୟ ୮ଟାର କିଛି ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ। ରବିବାର ସକାଳେ ନାବାଳିକାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ...

ସିବିଏସ୍‌ଇ ଦଶମ ପରୀକ୍ଷା ରଦ୍ଦ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୧୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।...

ବାଡ଼ ଖାଉଛି କ୍ଷେତ: ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ

ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ...

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ...

ଭାଜପାର ଉତ୍ସବ, ବିରୋଧୀଙ୍କ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୬ା୮:୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଗୁରୁବାର ଏହି ଐତିହାସିକ ପଦକ୍ଷେପକୁ ୨...

ପ୍ରତିିଶୋଧମୂଳକ ରାଜନୀତି ଆଘାତ ଦେଇଛି: ପାଇଲଟ୍‌

ନୂଆଦିଲ୍ଲୀ, ୧୨ା୮ : ରାଜନୀତିରେ ପ୍ରତିଶୋଧମୂଳକ ମନୋଭାବ ରଖିବା ଠିକ୍‌ ନୁହେଁ ବୋଲି କଂଗ୍ରେସ ନେତା ସଚିନ ପାଇଲଟ୍‌ ମଙ୍ଗଳବାର କହିଛନ୍ତି। ମାସକ ପରେ ଜୟପୁର...

ନିଟ୍‌, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି

ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍‌ଇଇଟି ଏବଂ ଜେଇଇ...

ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର

ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ୍‌ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।...

Advertisement


Archives

Model This Week