Posted inଜାତୀୟ

ଭେଲୋର ଆସନରେ ନିର୍ବାଚନ ବାତିଲ

ନୂଆଦିଲ୍ଲୀ,୧୭ା୪: ତାମିଲନାଡୁର ଭେଲୋର ଲୋକ ସଭା ଆସନରେ ନିର୍ବାଚନ ବାତିଲ କରିଦିଆଯାଇଥିବା ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ମାସ ପ୍ରାରମ୍ଭରେ ଜଣେ ଡିଏମ୍‌କେ ପ୍ରାର୍ଥୀଙ୍କ ଗୋଦାମଘରୁ ୧୧.୫କୋଟି ଟଙ୍କା ଜବତ ହେବା ପରେ ନିର୍ବାଚନ ପାଇଁ ବିପୁଳ ଲାଞ୍ଚ କାରବାର ହେଉଥିବା ସୂଚନା ମିଳିଥିଲା। ଏହି ଘଟଣାକୁ ଆଧାର କରି ଉକ୍ତ ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ଅନ୍ୟ ୩୮ଟି ଆସନ ସହିତ ଏଠାରେ ଭୋଟ ଗ୍ରହଣ ହେବାର ଥିଲା। ଏପ୍ରିଲ ୧୪ରେ ନିର୍ବାଚନ କମିଶନ୍‌ଙ୍କ ସୁପାରିସକୁ ଗ୍ରହଣ କରି ରାଷ୍ଟ୍ରପତି ତାମିଲନାଡୁର ଭେଲୋର ଲୋକ ସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନକୁ ରଦ୍ଦ କରିଦେଇଥିବା କମିଶନ୍‌ଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଭୋଟରଙ୍କୁ ଲାଞ୍ଚଦେବା ଉଦ୍ଦେଶ୍ୟରେ ଅର୍ଥ କାରବାର ଅଭିଯୋଗରେ ଏକ ଲୋକ ସଭା ନିର୍ବାଚନମଣ୍ଡଳୀର ଭୋଟଗ୍ରହଣ ବାତିଲ କରିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ତାମିଲନାଡୁରୁ ୨୦୫କୋଟି ନଗଦ ଟଙ୍କା ଓ ସୁନାର ପରିମାଣକୁ ମିଶାଇ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜବତ ହେଲାଣି। ନିର୍ବାଚନ ବାତିଲ ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ଡିଏମ୍‌କେ ଅଭିଯୋଗ କରିଛି। ତେବେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଭେଲୋର ନିର୍ବାଚନମଣ୍ଡଳୀରେ ୨୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ରାଜ୍ୟରେ ସ୍ଥିତି ସଙ୍କଟ ଜନକ,ସକ୍ରିୟ ମାମଲା ଲକ୍ଷେ ୪୩ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୩୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ମୋଦିଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ, କହିଲେ ରାଫେଲକୁ ମିଳିଛି ବାଷ୍ଟିଲ ଡେ ପରେଡର ଟିକେଟ

ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିପୁର ହିଂସାକୁ ନେଇ ୟୁରୋପୀୟ ୟୁନିୟନର ସଂସଦରେ ହୋଇଥିବା ଚର୍ଚ୍ଚାକୁ...

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି...

ଏଲ୍‌ଏସିରେ ଚାଇନାର ସର୍ଭେଲାନ୍ସ୍‌ କ୍ୟାମେରାକୁ ଭାଙ୍ଗିଲେ ଭାରତୀୟ ସେନା

ଲଦାଖ, ୧।୯: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ...

ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ...

ୟୁକ୍ରେନ ସଙ୍କଟ ମଧ୍ୟରେ ଚାଇନା-ରୁଷିଆ ରାଷ୍ଟ୍ରପତିଙ୍କ ସହ ବୈଠକ କରିିବେ ମୋଦି

ନୂଆଦିଲ୍ଲୀ,୨୮।୫: ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ବୃଦ୍ଧି ପାଇଥିବା ଅସ୍ଥିରତା ଓ ଲଦାଖ ସୀମାରେ ଚାଇନାର ପୁଣି ନୂଆ ଷଡ଼ଯନ୍ତ୍ର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭେଣ୍ଟିଲେଟରରେ ୧୮ଦିନ ରହିବା ପରେ କରୋନା ଯୁଦ୍ଧରେ ବିଜୟୀ ହେଲେ ୪ମାସର ଶିଶୁ

ବିଶାଖପାଟନମ୍‌,୧୩।୬: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର ଜଣେ ୪ମାସର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇ ଶୁକ୍ରବାର ଘରକୁ ଫେରିଛନ୍ତି। ଉକ୍ତ ଶିଶୁଙ୍କୁ ୧୮ଦିନ ଯାଏ...

ହିନ୍ଦୁ ସଂଗଠନର ଶୋଭାଯାତ୍ରା ପାଇଁ ନୁହରେ କଡ଼ା ସୁରକ୍ଷା

ନୁହ(ହରିୟାଣା),୨୯ା୮: ହରିୟାଣାର ନୁହଠାରେ ସର୍ବଜାତୀୟ ହିନ୍ଦୁ ମହାପଞ୍ଚାୟତ ପକ୍ଷରୁ ‘ଶୋଭାଯାତ୍ରା’ଲାଗି ଆହ୍ବାନ ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ଅଞ୍ଚଳ ସୁରକ୍ଷା...

Advertisement
Archives

Model This Week