‘ଭୂତାଣୁରୁ ରକ୍ଷା କରିବ ଅଶ୍ୱଗନ୍ଧା’

ନୂଆଦିଲ୍ଲୀ, ୧୬ା୫: ପ୍ରାଣଘାତୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟିକରିଛି। ଏପର୍ଯ୍ୟନ୍ତ ଏନେଇ କୌଣସି ସଫଳ ଔଷଧ ମଧ୍ୟ ବାହାରି ନାହିଁ। ବିଭିନ୍ନ ଦେଶରେ ପ୍ରୟାସ ଜାରି ରହିଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌କୁ ଭରସା କରାଯାଉଛି। ହେଲେ ଆୟୁର୍ବେଦିକ ଔଷଧ ଅଶ୍ୱଗନ୍ଧା ଯେ, କରୋନା ଭୂତାଣୁରୁ ରକ୍ଷା କରିପାରିବ, ସେନେଇ ସମ୍ଭାବନା ସୃଷ୍ଟିି ହୋଇଛି। ଭାରତରେ କେନ୍ଦ୍ରର ମୋଦି ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନେଇ ଗବେଷଣା ଜାରି ରହିଛି। ଆୟୁଷ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ସ(ୟୁଜିସି) ଓ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ବୈଜ୍ଞାନିକ ଓ ଗବେଷକମାନେ ଏହାର ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଭଳି ଅଶ୍ୱଗନ୍ଧା କାମ କରୁଛି କି ନାହିଁ ଓ ଏହା ଭୂତାଣୁରୁ ରକ୍ଷା କରିବାରେ ସଫଳ ହେବକି ନାହିଁ, ତାହା ଗବେଷଣା କରାଯାଉଥିବା ୟୁଜିସିର ଉପାଧ୍ୟକ୍ଷ ଭୂଷଣ ପଟ୍‌ବର୍ଦ୍ଧନ ପ୍ରକାଶ କରିଛନ୍ତି।
ଅଶ୍ୱଗନ୍ଧା ଭଳି ଆୟୁର୍ବେଦିକ ଔଷଧ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସବୁଠାରୁ ବଡ଼କଥା ହେଲା ଏହା ବ୍ୟବହାର କରିବା ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। କରୋନା ଭୂତାଣୁ କ୍ଷେତ୍ରରେ ଏହା ସଫଳ ହୋଇପାରେ ବୋଲି ପଟ୍‌ବର୍ଦ୍ଧନ କହିଛନ୍ତି। ୪୦୦ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏହାର ପରୀକ୍ଷା କରାଯିବ। ଅଧା ସ୍ବାସ୍ଥ୍ୟକର୍ମୀଙ୍କୁ ଅଶ୍ୱଗନ୍ଧା ଓ ଅନ୍ୟ ଅଧାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଦିଆଯାଇ କାହାର ରୋଗ ପ୍ରତିରୋଧକ ଶକ୍ତି କେତେ, ତାହା ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଯାହାହେଉ, ମ୍ୟାଲେରିଆ ଜ୍ୱର ପ୍ରତିରୋଧକ ଔଷଧ ଓ ଏହାର ବିକଳ୍ପ ସମ୍ପର୍କରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି। ଭାରତ ଓ ଆମେରିକା ଭଳି କେତେକ ଦେଶରେ କରୋନାରୁ ବର୍ତ୍ତିବା ଲାଗି ବହୁଳ ମାତ୍ରାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର କରାଯାଉଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ଶରୀର ପ୍ରତି ହାନିକାରକ ବୋଲି ଦର୍ଶାଯାଉଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ବ୍ୟବହାର କରିବା ଠିକ୍‌ ନୁହେଁ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ ଗତ ମାର୍ଚ୍ଚ ମାସରୁ କୁହାଯାଇଛି। ମାର୍ଚ୍ଚ ୨୫ରେ ଆଇସିଏମ୍‌ଆର୍‌ ଇପିଡେମିଓଲୋଜି ମୁଖ୍ୟ ଡାକ୍ତର ରାମନ୍‌ ଗଙ୍ଗଖେଡ୍‌କର ଖବରଦାତା ସମ୍ମିଳନୀରେ ଏନେଇ ସତର୍କ କରିସାରିଛନ୍ତି।
ଅନ୍ୟପକ୍ଷରେ ଅଶ୍ୱଗନ୍ଧା ଭୂତାଣୁର ପ୍ରତିକାର ଲାଗି ସଫଳ ଔଷଧ ଭାବେ କାମ କରିପାରିବ ବୋଲି ଆୟୁଷ ସଚିବ ରାଜେଶ୍‌ କୋଟେଚା କହିଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଓ ଅଶ୍ୱଗନ୍ଧା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବାରେ ସଫଳ ହୋଇଥାନ୍ତି ବୋଲି ୨୦୧୦ ଗବେଷଣାରୁ ଜଣାପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। କେତେକ ଜର୍ନାଲରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ତଥାପି ଅଶ୍ୱଗନ୍ଧାର ଅଧିକ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଥିବା କୋଟେଚା ପ୍ରକାଶ କରିଛନ୍ତି। ଏନେଇ ଗବେଷଣା ଚାଲିଛି ଓ ଆଗାମୀ ୩ ମାସ ମଧ୍ୟରେ ଅଶ୍ୱଗନ୍ଧା ପରୀକ୍ଷା ଶେଷ ହେବ। ଏହି ଔଷଧ କରୋନା ଭୂତାଣୁରୁ ରକ୍ଷାକରିବା ଲାଗି କେତେ ସହାୟକ ହେବ, ତାହା ଜଣାପଡ଼ିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?