ଭୁବନେଶ୍ୱର କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବାକୁ ଦାବି: ଆଇନଜୀବୀ ଆତଙ୍କିତ

ଭୁବନେଶ୍ୱର,୩।୪(ବ୍ୟୁରୋ): ପଞ୍ଚମ କରୋନା ସଂକ୍ରମିତ ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳବେହେରାଙ୍କ ନାମକୁ ସାର୍ବଜନୀନ କରାଯିବା ପରେ ଏବେ ଭୁବନେଶ୍ୱର ବାର୍‌ର ଆଇନଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ସଂକ୍ରମିତଙ୍କ ଭାଇ ଭୁବନେଶ୍ୱର କୋର୍ଟରେ ନୋଟାରି ଭାବେ କାର୍ଯ୍ୟ କରୁଛନ୍ତି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଇନଜୀବୀମାନେ ସନ୍ଦେହ କରୁଛନ୍ତି। ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ କାର୍ଯ୍ୟସ୍ଥଳରେ ରହି ବହୁ ଆଇନଜୀବୀ ଓ ନୋଟାରିଙ୍କ ସହ ମିଶିଥିବାରୁ ସମସ୍ତଙ୍କ ମଧ୍ୟରେ ଭାଳେଣି ପଡିଛି। ଇତିମଧ୍ୟରେ କେତେଜଣ ଆଇନଜୀବୀ ଟୋଲ୍‌ ଫ୍ରିନ ନଂ.୧୦୪କୁ କଲ୍‌ କରି ଆଇସୋଲେଶନରେ ରହିଥିବା ଜଣାଇଛନ୍ତି। ଭୁବନେଶ୍ୱର ବାର୍‌ର ସେକ୍ରେଟେରୀ ବିଶ୍ୱ ନାରାୟଣ ମହାନ୍ତି କହିଛନ୍ତି, ଶୁଣାଣି ପାଇଁ କୋର୍ଟକୁ ଏବେ ମୁଦାଲା ଓ ସେମାନଙ୍କ ସମ୍ପର୍କୀୟମାନେ ଆସୁଛନ୍ତି। ଫଳରେ ସେମାନଙ୍କ ସହ ଜେଲକୁ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବା ସହ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ପୁଣି ୧୦ ନୂଆ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ...

ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ...

‘ନୀଳଚକ୍ରକୁ ପ୍ରଣାମ କରି ଗୁହାରି ଜଣାଇଥିଲି’

ତାଳଧ୍ୱଜ ରଥର ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର (୪୬)। ୫ବର୍ଷ ବୟସରେ ବାପା ଶ୍ରୀଧରଙ୍କ ସହିତ ରଥଖଳାକୁ ଆସିଥିଲେ। ଜେଜେ ଗୋପୀନାଥ ତାଙ୍କୁ ନିହଣ ଧରାଇ...

ଭାରତରେ କରୋନା ମୃତ୍ୟୁ ୧୭୯କୁ ବୃଦ୍ଧି

ନୂଆଦିଲ୍ଲୀ,୯।୪: କ୍ରମଶଃ ଭାରତରେ କାୟାବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଅଦ୍ୟାବଧି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫,୯୧୬କୁ ବୃଦ୍ଧିପାଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୧୭୯ରେ ପହଞ୍ଚିଛି।...

ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା...

ଗିରଫ ହେବେ ରେଞ୍ଜର, ଫରେଷ୍ଟର

ଭୁବନେଶ୍ୱର, ୨୮ା୬(ବ୍ୟୁରୋ):ବନ ବିଭାଗକୁ ପଡ଼ିଛି ଶନି ଦଶା। ଆଠଗଡ଼ ପରେ ଅନୁଗୋଳ ସାତକୋଶିଆ ବନଖଣ୍ଡରେ ହାତୀ ମଡ଼କ ଦେଖାଯାଇଛି। ସାତକୋଶିଆ ବନଖଣ୍ଡର ସଂଲଗ୍ନ ନରସିଂହପୁର ଜିଲିଣ୍ଡା...

‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇଛି ଚଳିତବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ। ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ...

Advertisement
Archives

Model This Week