ଭୁବନେଶ୍ୱରରେ ହୋମ୍‌ ଡେଲିଭରି କରିବେ ୨୮ ଷ୍ଟୋର୍‌

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଭୁବନେଶ୍ୱରର ଲୋକଙ୍କ ଘରେ ପହଞ୍ଚତ୍ବ ଅତ୍ୟାବଶ୍ୟକ ସାମଗ୍ରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥ ହୋଇଥିବାବେଳେ ରିଲାଏନ୍ସ ଫ୍ରେଶ, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ ଏବଂ ଆଧାର ଫ୍ରେଶର ୨୮ ଷ୍ଟୋର ଓ ଆଉଟ୍‌ଲେଟ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର ମୁତାବକ ଏସବୁ ଷ୍ଟୋର୍‌ର କର୍ମଚାରୀମାନେ ସକାଳ ୭ରୁ ୧୧ ମଧ୍ୟରେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବେ। ଏଥିପାଇଁ ସମ୍ପୃକ୍ତ ଷ୍ଟୋର୍‌ ବା ଆଉଟ୍‌ଲେଟ୍‌ଗୁଡିକ ପକ୍ଷରୁ ଜଣେ ଜଣେ ହୋମ୍‌ ଡେଲିଭରି ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ ନାଁ ଓ ମୋବାଇଲ୍‌ ଫୋନ୍‌ ନମ୍ବର ବିଏମ୍‌ସି ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଏଥିସହିତ ଆଉଟ୍‌ଲେଟ୍‌ର ନିଜ ଓ୍ବେବ୍‌ସାଇଟ୍‌ରେ ମଧ୍ୟ ଏନେଇ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରବାସୀ ଏହି ସେବାର ଲାଭ ଉଠାଇପାରିବେ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏହି ସେବା ପାଇବାକୁ ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ ସାମଗ୍ରୀର ତାଲିକା ଓ ସ୍ଥାନୀୟ ଠିକଣା ମଲ୍‌/ଷ୍ଟୋରର ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଇବାକୁ ପଡିବ। ଏହି ପ୍ରକ୍ରିୟାରେ କୌଣସି ଫୋନ୍‌ କଲ କରାଯିବ ନାହିଁ। ଅର୍ଡର/ସାମଗ୍ରୀ ଗ୍ରହଣ କରିବା ସମୟରେ ବ୍ୟକ୍ତି ଜଣକ ସାମଗ୍ରୀ ବାବଦ ଅର୍ଥରାଶି ପ୍ରଦାନ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣିଜପାଣ୍ଠିକୁ ଯେପରି ଟିକସ ଯିବା କଥା ସେଭଳି ଯାଉନି: ଅପରାଜିତା

ଭୁବନେଶ୍ବର,୨୫ା୧(ବ୍ୟୁରୋ): ଦୀର୍ଘ ଦଶନ୍ଧି ପରେ ଓଡ଼ିଶାରେ ପୁଣିଥରେ ଲକ୍ଷାଧିକ କୋଟି ଟଙ୍କାର ଖଣି ଦୁର୍ନୀତି ଓ ଅନିୟମିତତା ହୋଇଛି। ରାଜ୍ୟ ସରକାର ଏହି ଅନିୟମିତତାକୁ ସ୍ବୀକାର...

ରାଜଧାନୀରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା: ବିଏମ୍‌ସି

ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କୋହଳ ହୋଇଥିଲେ ହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ଏହି କ୍ରମରେ ଭୁବନେଶ୍ୱରରେ କଟକଣା...

ଆସୁଛି ବର୍ଷା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ୩ଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖରେ ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ରେ...

୩୦ ଜିଲାରେ ହେବ ‘ଲୋକକଳା ଦଳ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜ୍ୟରେ ଥିବା ଲୋକକଳା ଦଳଗୁଡ଼ିକୁ ନେଇ ୩୦ ଜିଲାରେ ଗଠନ ହେବ ‘ଲୋକକଳା ଦଳ’। କଳାକାରଙ୍କ ସଶକ୍ତୀକରଣ ଓ ସେମାନଙ୍କ ଜୀବନ ଜୀବିକାର...

ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ...

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ...

ପଶ୍ଚିମ ଓଡ଼ିଶାରେ ଥମୁନି ତାତି, ରେକର୍ଡ କଲା ବୌଦ୍ଧ,ସୋନପୁର

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁ ଉପକୂଳରେ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି । ଗୁରୁବାର ରାଜ୍ୟର ୫ଟି ସହରରେ...

ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା...

Advertisement
Archives

Model This Week