ଭୁବନେଶ୍ୱରରେ ପଜିଟିଭ, କବିସୂର୍ଯ୍ୟନଗରରେ ନେଗେଟିଭ

କବିସୂର୍ଯ୍ୟନଗର,୧୬ା୮(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗରର ଜଣେ ବ୍ୟବସାୟୀଙ୍କ କୋଭିଡ୍‌-୧୯ ରିପୋର୍ଟ ଭୁବନେଶ୍ୱରରେ ପଜିଟିଭ ଆସିଥିବାବେଳେ କବିସୂର୍ଯ୍ୟନଗରରେ ନେଗେଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। ଯାହାକୁ ନେଇ ସମ୍ପୃକ୍ତ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡିବା ସହ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। କବିସୂର୍ଯ୍ୟନଗର ରାଧାକୃଷ୍ଣ ସାହିର ବ୍ୟବସାୟୀ ବଂଶୀଧର ସେନାପତି ଗତ ୮ ରେ ଭୁବନେଶ୍ୱର ଏକ ଘରୋଇ କୋଭିଡ୍‌ ହସ୍ପିଟାଲରେ ସ୍ବାବ୍‌ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ଆସିଥିଲା। ୧୨ ତାରିଖରେ ପରିବାରର ସମସ୍ତ ସଦସ୍ୟଙ୍କ ସହ ସେ କବିସୂର୍ଯ୍ୟନଗରରେ ଆଉଥରେ ପରୀକ୍ଷା କରାଇଥିଲେ। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ପ୍ରାକ୍ତନ ଏନ୍‌ଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଓ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କୁମାରଙ୍କ ପରାମର୍ଶକ୍ରମେ ସେ ଶୀତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ- ଜୁନ୍‌ ୨୪ରୁ କ୍ଲାସ୍‌ ଆରମ୍ଭ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଏଣିକି ପ୍ରଶାସନିକ ସେବା କୋଚିଂ ଲାଗି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଉନ୍ନତମାନର କୋଚିଂ ଦିଆଯିବ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା...

ମହିଳାଙ୍କ ବେକ କାଟି ହତ୍ୟା ଘଟଣା: ମୁଣ୍ଡ ଖୋଜୁଛି ପୋଲିସ

ଭୁବନେଶ୍ୱର,୫।୨ (ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ସକାଳେ ମିଳିଥିବା ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ କମିଶନରେଟ ପୋଲିସର...

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ...

କାଳିଆ ଯୋଜନା ଅନିୟମିତତା ନେଇ କଂଗ୍ରେସର ଅଭିଯୋଗ: ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ୍‌ ତଥ୍ୟ ଦେଇଛନ୍ତି ସରକାର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): କାଳିଆ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏହି ଯୋଜନାକୁ ନେଇ ବିରୋଧୀ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା...

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆକାଶ: ବରିଷ୍ଠ ନାଗରିକଙ୍କୁ ଶ୍ରୀକ୍ଷେତ୍ର ବୁଲାଇଲେ

ପୁରୀ ଅଫିସ, ୧୭ା୯: ସାମ୍ପ୍ରତିକ ସମୟରେ ଜନ୍ମଦିନ ପାଳନ ଏକ ଫ୍ୟାଶନରେ ପରିଣତ ହେଲାଣି। ଅଧିକାଂଶ ଲୋକ ବଡ଼ ବଡ଼ ହୋଟେଲ, କ୍ଲବ, ମଣ୍ଡପରେ ବନ୍ଧୁବାନ୍ଧବ...

ସୀମା ବିବାଦ ନେଇ ବସିଲା ଗୃହ କମିଟି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟରେ ଥିବା ସୀମା ବିବାଦ ପ୍ରସଙ୍ଗକୁ ନେଇ ମଙ୍ଗଳବାର ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା...

ଜୀବନ-ଜୀବିକା ମଧ୍ୟରେ ସନ୍ତୁଳନ ଜରୁରୀ, କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ସବୁଠି ଚାଲିବ ଅର୍ଥନୈତିକ କାର୍ଯ୍ୟ: ଏସ୍‌ଆର୍‌ସି

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏବେ ଏହାର ତୃତୀୟ ପର୍ଯ୍ୟାୟରେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସୁଦର୍ଶନ ଓ ଦୂତୀ: ଛାତ୍ରୀଛାତ୍ରଙ୍କୁ କହିଲେ ନିଜ ସଂଘର୍ଷ କାହାଣୀ

ପୁରୀ ଅଫିସ, ୨୫।୮: ନିଜ ନିଜ କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଥିବା ୨ ଓଡ଼ିଆ ଅନ୍ତର୍ଜାତୀୟ...

Play 250+ Trending Games
Archives

Model This Week

Why Dharitri