Posted inଖେଳ

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ହେଲେ ମାହି ଏବେ ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆମେରିକାରେ ଥିବା ମାହି ସାଥୀ ଖେଳାଳି କେଦାର ଯାଦବଙ୍କ ସହ ଗଲ୍ଫ ଖେଳି ଜାତୀୟ କ୍ରୀଡ଼ା ଦିବସ ପାଳନ କରିଛନ୍ତି। ଏହା ଯାଦବଙ୍କ ଟୁଇଟରୁ ଜଣାପଡ଼ିଛି। ଅଭିଜ୍ଞ ଅଲ୍‌ରାଉଣ୍ଡର ଏକ ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ଧୋନୀ ଗୋଟିଏ ହାତରେ ଗ୍ଲୋଭ ପିନ୍ଧିଥିତ୍ବାବେଳେ କ୍ଲବ ଧରିଛନ୍ତି। ଫଟୋରେ ଯାଦବ ମଧ୍ୟ ରହିଛନ୍ତି। ଏହାର କ୍ୟାପଶନରେ ଲେଖିଛନ୍ତି, ଜାତୀୟ କ୍ରୀଡ଼ା ଦିବସ ଲାଗି ସଭିଙ୍କୁ ଶୁଭକାମନା। ଯାଦବ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ନୁହନ୍ତି। ଅନ୍ୟପକ୍ଷରେ ୩୮ ବର୍ଷୀୟ ଧୋନୀ ଦୁଇମାସ ଲାଗି କ୍ରିକେଟରୁ ବିରତି ନେଇଥିଲେ। ଏବେ ସେ ଛୁଟିରୁ ଫେରିଥିଲେ ମଧ୍ୟ ଦଳରେ ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଛାଡ଼ିଲେ ଜୋକୋଭିଚ୍‌

ମେଲବୋର୍ନ,୧୭।୧: ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ତଥା ସର୍ବିୟା ସୁପରଷ୍ଟାର ନୋଭାକ ଜୋକୋଭିଚ୍‌ ରବିବାର ଫେଡେରାଲ କୋର୍ଟରେ ଭିଜା ରଦ୍ଦ ତଥା ପ୍ରତ୍ୟର୍ପଣ ନିର୍ଦ୍ଦେଶ...

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର...

ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍‌ରେ...

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ...

ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍‌ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ...

ଲାଇଭ୍‌ ରେସ୍‌ରେ ଚାଲିଗଲା ରେସର୍‌ଙ୍କ ଜୀବନ

ଫ୍ଲୋରେନ୍ସ, ୩୦ା୫- ଇଟାଲିଆନ ଗ୍ରାଁ ପ୍ରି ଇଭେଣ୍ଟର ମୋଟୋ-୩ କ୍ୱାଲିଫାଇଂ ରେସ୍‌ବେଳେ ଦୁର୍ଘଟଣା ଯୋଗୁ ଚାଲିଯାଇଛି ସୁଇଜରଲାଣ୍ଡର ୧୯ ବର୍ଷୀୟ ବାଇକ୍‌ ରାଇଡର ଜାସନ ଡୁପାସ୍କ୍ବିଅର୍‌ଙ୍କ...

ବିମାନ ବନ୍ଦରରେ ଛଡ଼ାଇ ନେଲେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାସପୋର୍ଟ

ଅକ୍‌ଲାଣ୍ଡ,୨୬।୬: ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକେ ଆମ ପାସପୋର୍ଟ ଛଡ଼ାଇ ନେଇଥିଲେ। ପଚାରିଥିଲେ ଟେଷ୍ଟ ଚାମ୍ପିୟନଶିପ୍‌ ଗଦା କେଉଁଠି। ଏପରି କି ଗଦା ସହ...

ବ୍ରିସବେନ୍‌ରେ ପ୍ରଥମଥର ପାଇଁ ଉଡିଲା ତ୍ରିରଙ୍ଗା

ବ୍ରିସ୍‌ବେନ୍‌,୧୯।୧: ବ୍ରିସବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟର ସ୍ବାଦ ଚାଖିଛି ଭାରତ। ଯୁବ କ୍ରିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚ୍‌ରେ...

Advertisement
Archives

Model This Week