ଭିତରକନିକା ଇକୋ-ଟୁରିଜମ୍‌ : ୩ ବର୍ଷରେ ୧ କୋଟି ୯୪ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ଥିବା ଭିତରକନିକା ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡରେ ଜଙ୍ଗଲ ଓ ପରିବେଶ ବିଭାଗର ମୋଟ ୩ଟି ପରିବେଶ ପର୍ଯ୍ୟଟନସ୍ଥଳ ରହିଛି। ସେଗୁଡ଼ିକ ହେଲା ଡାଙ୍ଗମାଳ, ଗୁପ୍ତି ଓ ହବାଳୀଖଟି ଇକୋ ଟୁରିଜମ୍‌। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବିଗତ ୩ବର୍ଷରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏବାବଦକୁ ୧ କୋଟି ୯୩ଲକ୍ଷ ୮୨ ହଜାର ୨ଶହ ଟଙ୍କା ବ୍ୟୟ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।
ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟ ପଚାରିଥିବା ଭିତରକନିକାର ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ କହିଛନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରେ ୪ ଲକ୍ଷ ୯୭ ହଜାର ୭ଶହ ଟଙ୍କାରେ ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ଇ-ରିକ୍ସା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ୧ କୋଟି ୪ଲକ୍ଷ ଟଙ୍କା ବ୍ୟୟରେ ହିରନ୍‌ ହାଉସ୍‌ ନିର୍ମାଣ କରାଯାଇଛି। ୨୦୧୭-୧୮ରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଡାଙ୍ଗମାଳରେ ଶୌଚାଳୟ ସୁବିଧା ଉପଲବ୍ଧ କରାଯାଇଛି। ଗୁପ୍ତିଠାରେ ୨୦୧୬-୧୭ ଆର୍ଥିକବର୍ଷରେ ୬ଟି ନୂଆ କୋଠରିକୁ ଇକୋ-ଟୁରିଜମ୍‌ ପାଇଁ ରୂପାନ୍ତର ପାଇଁ ୨ ଲକ୍ଷ ୮୪ ହଜାର ୫୦୦ ଟଙ୍କା ଓ ୨୦୧୮-୧୯ ଆର୍ଥିକବର୍ଷରେ ଗୁପ୍ତି ବନବିଭାଗ ଜେଟ୍ଟୀର ପୁନରୁଦ୍ଧାର ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହବାଳୀଖଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ୨୦୧୭-୧୮ ଆର୍ଥିକବର୍ଷରେ ୫୦ଲକ୍ଷ ଟଙ୍କା ବ୍ୟୟରେ ୩ଟି ନୂଆ କୋଠରି ନିର୍ମାଣ ଓ ୨୦୧୮-୧୯ରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆଉଏକ ନୂଆ କୋଠରି ପ୍ରସ୍ତୁତ କରାଯାଇଛି। ଡାଙ୍ଗମାଳ ପରିବେଶ ପର୍ଯ୍ୟଟନସ୍ଥଳୀରେ ପ୍ରାୟ ୩୭ଜଣ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ୧୩ଟି ଶୀତତାପ ନିୟନ୍ତ୍ରିତ କୋଠରି ଓ ୩ଟି ସାଧାରଣ କୋଠରି ରହିଛି। ସେହିଭଳି ଗୁପ୍ତିଠାରେ ୧୨ଜଣ ପର୍ଯ୍ୟଟକ ରହିବାର ସୁବିଧା ଥିବାବେଳେ ଏଠାରେ ୬ଟି ଶୀତତାପ ନିୟନ୍ତ୍ରିତ କୋଠରି ରହିଛି। ହବାଳୀଖଟିରେ ୫ଟି ବିନା ଶୀତତାପ ନିୟନ୍ତ୍ରିତ କୋଠରି ଥିବାବେଳେ ଏଠାରେ ୧୪ଜଣ ପର୍ଯ୍ୟଟକ ରାତ୍ରିରହଣି କରିବାସହ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ଏହି ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀରେ ରହିବା ଲାଗି ଦେଶ ବିଦେଶର ପର୍ଯ୍ୟଟକମାନେ ଓଏଫ୍‌ଡିସି ଓ୍ବେବ୍‌ସାଇଟ୍‌ www.ecotourodisha.com ରେ ଅନ୍‌ଲାଇନ ବୁକିଂ କରିପାରୁଛନ୍ତି। ଏଠାରେ ଆବଶ୍ୟକ ମୌଳିକ ସୁବିଧା ସହ ପରିଷ୍କାର ପରିଚ୍ଛନ୍ନତା, ଅତ୍ୟାଧୁନିକ ବୋଟିଂ ବ୍ୟବସ୍ଥା ଓ ଗାଇଡ୍‌ ସେବା ପ୍ରଦାନ କରାଯାଉଛି। ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ପରିବେଶ ପର୍ଯ୍ୟଟନସ୍ଥଳୀର ପରିଚାଳନା କରାଯାଉଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିପାରିଛି। ଚାନ୍ଦବାଲିଠାରେ ଭଦ୍ରକ ବନ୍ୟଜୀବ ବନଖଣ୍ଡ ତରଫରୁ ପ୍ରବେଶ ଅନୁମତି ବା ଏଣ୍ଟ୍ରି ପର୍‌ମିଟ୍‌ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେଠାରେ ଭାସମାନ ଜେଟ୍ଟୀ, ଶୌଚାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖୋଳାଠାରେ ଏଣ୍ଟ୍ରି ପର୍‌ମିଟ୍‌ ପ୍ରଦାନ କରାଯିବା ସହ ସେଠାରେ ନୂତନ ଜେଟ୍ଟୀ ପାଇଁ ୨୦୧୭-୧୮ ଆର୍ଥିକବର୍ଷରେ ୧୬ଲକ୍ଷ ଟଙ୍କା ଏବଂ ପର୍ଯ୍ୟଟକ ବିନୋଦନ କେନ୍ଦ୍ର ପାଇଁ ୨୦୧୮-୧୯ବର୍ଷରେ ୬ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ କରାଯାଇଥିବା ଆରୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri