ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଭାଲୁଟି ସକାଳୁ ଶରଧାପୁର ଓ ଦିଗୋଡ଼ିଆ ସାହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ପରେ କାମାକ୍ଷାନଗର ମହାବିଦ୍ୟାଳୟ ନିକଟସ୍ଥ ସାହିକୁ ପଶି ଆସି ଭୁଲୁଙ୍କୁ ଆକ୍ରମଣ କରିଥିଲା। ଖବରପାଇ ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ ସତ୍ୟନାରାୟଣ ସାହୁଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଫଳରେ କଲେଜ ପରିସରରେ ଆତଙ୍କ ଖେଳିଯାଇଛି। ବନବିଭାଗ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବେହାଲ ବରଗଡ଼ ସହର, ତଳି ଅଞ୍ଚଳ ଜଳମଗ୍ନ

ବରଗଡ଼,୬।୭,(ପ୍ରେମାନନ୍ଦ ଖମାରୀ): ବିିକଶିତ ବରଗଡ଼ ଲକ୍ଷ୍ୟ ନେଇ ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଛି। ସେଠାରେ ଡ୍ରେନ ନିର୍ମାଣ କରାଯାଇଛି। କେଉଁଠି ଡ୍ରେନ ନିର୍ମାଣ ସରିଛି ତ ଆଉ…

ବରଗଡ଼ ଜିଲାରେ ଆଜି ସ୍କୁଲ ଛୁଟି

ବରଗଡ଼,୬ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ମଧ୍ୟ ବରଗଡ଼ ଜିଲାରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ…

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri