Posted inଜାତୀୟ

ଭାରତ ପାଖରେ ପର୍ଯ୍ୟାପ୍ତ ଔଷଧ ଗଚ୍ଛିତ ଅଛି, ଭୟ କରିବାର ଆବଶ୍ୟକାତା ନାହିଁ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪।୨: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାଇନାରେ ଏହି ଭାଇରସ ୧୪ଶହରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ଏଥିରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ତେବେ ଔଷଧ ପାଇଁ ଭାରତ ଚାଇନା ଉପରେ ନିର୍ଭର କରୁଥିବାରୁ କରୋନା ଭାଇରସ ଯୋଗୁ ଏହା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏହାକୁ ଖଣ୍ଡନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ। ଭାରତରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ଅଛି। ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।
ଭାରତରେ ମଧ୍ୟ କରୋନା ଭାଇରସ କିଛି ଲୋକଙ୍କ ଦେହରେ ଚିହ୍ନଟ ହୋଇଛି। ତେଣୁ ଭାରତରେ ମଧ୍ୟ କରୋନା ଆତଙ୍କ ଦେଖାଦେଇଛି। ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ଡା.ହର୍ଷବର୍ଦ୍ଧନ। ଏଥିସହ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୮।୭: ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି...

ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା...

ଡଙ୍ଗାବୁଡ଼ି ୧୩ ମୃତ

ମାନିଲା, ୪ା୮(ପି.ଟି.): କେନ୍ଦ୍ରୀୟ ଫିଲିପାଇନ୍ସ ନିକଟ ସମୁଦ୍ରରେ ଶନିବାର ୨ଟି ଡଙ୍ଗା ବୁଡ଼ିଯିବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେତେକ ନିଖୋଜ ଥିବା ଜଣାପଡ଼ିଛି। ୩୧...

ଇଡୁକି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୪୩

କୋଚି, ୧୦।୮: କେରଳର ଇଡୁକି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ରବିବାର ୪୩ରେ ପହଞ୍ଚତ୍ଛି। ମାଟି ଅତଡ଼ା ତଳୁ ରବିବାର ଆଉ...

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରମାଣ ଦେବା ଆବଶ୍ୟକତା ନାହିଁ: ରାହୁଲ

ଶ୍ରୀନଗର,୨୪।୧: ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ପୁଲଓ୍ବାମା ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ଦେଇଥିବା ବୟାନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ଦୂରେଇ...

ସୀମାରେ ଯବାନଙ୍କୁ ରାଖୀ ବାନ୍ଧିଲେ ମହିଳା

ପଞ୍ଜାବ,୧୫।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିବାରୁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସୀମାରେ ସୁରକ୍ଷା...

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ସଞ୍ଜୟ ରାଉତ

ମୁମ୍ବାଇ, ୨୦।୪: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। କୋଭିଡ୍‌ ସ୍ଥିତି ଉପରେ ଆଲୋଚନା ଲାଗି କେନ୍ଦ୍ର ସରକାର ପାର୍ଲାମେଣ୍ଟର ଦୁଇଦିନିଆ ସ୍ବତନ୍ତ୍ର...

ରାଜ୍ୟ ସଭାରେ ନବୀନଙ୍କ ପ୍ରଶଂସା କଲେ ମୋଦି, ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୮ା୨- କୋଇଲା ଓ ଖଣି କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week