Posted inଜାତୀୟ

ଭାରତ-ପାକ୍‌ ସୀମାରୁ ମିଳିଲା ୨୦ ବର୍ଷ ତଳର ଲ୍ୟାଣ୍ଡମାଇନ୍‌

ଜୟପୁର : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାସ୍ଥିତ ଭାରତ-ପାକ୍‌ ସୀମାରେ ୨୦ ବର୍ଷ ତଳର ପୁରୁଣା ଲ୍ୟାଣ୍ଡମାଇନ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖବର ମିଳିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପୋଲିସ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷିତ ରଖିଛି।
ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରାଯିବ : ପୋଲିସ ଏ ନେଇ ସେନାକୁ ଖବର ଦେଇଛି। ସେନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଗଙ୍ଗାନଗର ଜିଲା ଘଡ଼ସାନା ଥାନା ଅନ୍ତର୍ଗତ ଭାରତ-ପାକ୍‌ ସୀମାରେ ୧୯ ଜିଡି ରାଓ୍ବଡି ଆଣ୍ଟି ପାର୍ସନ ମାଇନ୍‌ସ (ଲ୍ୟାଣ୍ଡମାଇନ୍‌) ଦେଖିବାକୁ ମିଳିଛି।
କାର୍ଗିଲ୍‌ ଯୁଦ୍ଧ ସମୟରେ ଏହା ବିଛା ଯାଇଥିଲା :
କାର୍ଗିଲ ଯୁଦ୍ଧ ସମୟରେ ପ୍ରାୟ ୨୦ ବର୍ଷ ତଳେ ଏଠାରେ ଏହି ଲ୍ୟାଣ୍ଡମାଇନ ବିଛା ଯାଇଥିଲା। ପୋଲିସ ସୂଚନା ଅନୁଯାୟୀ, ଚକ ନିବାସୀ ରାମ କୁମାର କୁମ୍ଭାରଙ୍କ କ୍ଷେତରୁ ଏହି ଲ୍ୟାଣ୍ଡମାଇନ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଗର୍ଭବତୀ କଲେ ୬୫ ବର୍ଷୀୟ ବୃଦ୍ଧ, ଥାନାରେ ପହଞ୍ଚି ସବୁ ସତ ବଖାଣିଲେ…

ମୋହନା,୨୦।୪( ମନ୍ମଥ ମିଶ୍ର ) : ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ କଲେ ଗର୍ଭବତୀ ୬୫ ବର୍ଷୀୟ ବୃଦ୍ଧ । ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ହଷ୍ଟେଲ ରୁମ୍‌ ଭିତରୁ ମିଳିଲା ଯୁକ୍ତ ୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଫୁଲବାଣୀ,୨୦।୪(ରାକେଶ କୁମାର ରାଉତ): ଫୁଲବାଣୀ ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ ରୁମ୍‌ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଗୋଛାପଡ଼ା…

ଚୋରାଚାଲାଣ ହେଉଥିଲା କମର୍ସିଆଲ ଗ୍ୟାସ, ଅଚାନକ ଚଢାଉ କଲା ଯୋଗାଣ ବିଭାଗ, ଜବତ ହେଲା ଏତେ…

ଭବାନୀପାଟଣା/ଜୁନାଗଡ଼,୨୦।୪(ଉତ୍ତମ ଦାଶ/ସୁନୀଲ କୁମାର ସିଂ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରାଚାଲାଣ ହେଉଥିବା ଏକ ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ବୋଝେଇ ପିକ୍‌ଅପ୍‌ ଉପରେ ସୋମବାର…

ରାତିରେ ଘରେ ପଶି କରିଥିଲେ ଚୋରି: ନାବାଳକଙ୍କ ସହ ଜଣେ ଅଟକ

ଆନନ୍ଦପୁର/ହାଟଡିହୀ,୨୦l୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ସୋସୋ ଥାନା ଜମ୍ଭୀରା ଗ୍ରାମରେ ଗତ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଚୋରି କରିବା ଅଭିଯୋଗରେ ପୋଲିସ…

ମୋଦିଙ୍କ ଗସ୍ତ ପୂର୍ବରୁ ଅଘଟଣ: କାର୍ଯ୍ୟକ୍ରମ ବାତିଲ ଘୋଷଣା

ଜୟପୁର,୨୦।୪: ରାଜସ୍ଥାନର ବାଲୋତ୍ରା ଜିଲାର ପାଚପଦରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରିଫାଇନାରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ…

ପ୍ରକାଶ ପାଇଲା JEE ମେନ୍‌ ସେସନ-୨ ରେଜଲ୍ଟ

ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍‌ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ…

ସ୍ତ୍ରୀ-ପୁଅଙ୍କ ସହ କାର୍‌ରେ ଯାଉଥିଲେ, ସାମ୍ନାରୁ ବସ୍‌ ସହ ହେଲା ଧକ୍କା, ଘଟଣାସ୍ଥଳରେ…

ଆନନ୍ଦପୁର ୨୦।୪(ସୁଶାନ୍ତ କୁମାର ସାହୁ ): ବସ୍‌ କାର୍‌ ମୁହାଁମୁହିଁ ଧକ୍କା। ଜଣେ ମୃତ ତିନି ଗୁରୁତର। ଆନନ୍ଦପୁର କରଞ୍ଜିଆ ୫୩ ନମ୍ବର ରାସ୍ତାର ଗୋ ଘାଟି…

ଜନଗଣନା ସର୍ଭେ କରିବାକୁ ଯାଇଥିଲେ ଶିକ୍ଷକ, ଘେରିଗଲେ ମହୁମାଛି: ଆଉ ତା’ପରେ…

ନୂଆପଡ଼ା,୨୦ା୪ (ମକାରୁ ବେମାଲ):ଜନଗଣନା ସର୍ଭେ କାର୍ଯ୍ୟରେ ନିୟୋଜିତ ଜଣେ ଶିକ୍ଷକ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତ ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri