ଭାରତ କେତେ ସାର୍ବଭୌମ

ଆକାର ପଟେଲ
ଭାରତ କେତେ ସାର୍ବଭୌମ ଏବଂ ଏହା କେତେ ପରିମାଣରେ ଯାହା ଇଚ୍ଛା ତାହା କରିପାରିବ? ତୃତୀୟ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ସହିତ ଆମେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର, ଦ୍ୱିତୀୟ ବୃହତ୍ତମ ଦେଶ ତଥା ଅସ୍ତ୍ରଶସ୍ତ୍ର ଆମଦାନିକାରୀ। ଯେକୌଣସି ପ୍ରକାରେ ହିସାବ କଲେ ଆମେ ନିଶ୍ଚୟ ପ୍ରଭାବଶାଳୀ। ତେବେ ବିଶ୍ୱବ୍ୟାପୀ ବିରୋଧର ସମ୍ମୁଖୀନ ହୋଇ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିପାରିବା କି? ଆମେ ଏହାକୁ ବିଚାର କରିବା ଉଚିତ କାରଣ ଇତିହାସରେ ପ୍ରଥମ ଥର ପାଇଁ ଭାରତ ନିଜ ଦେଶ ଭିତରେ ଯାହା କରିବାକୁ ଚାହୁଁଛି ସେଥିରେ ପରିବର୍ତ୍ତନ ଆଣିବା ପାଇଁ ବିଶ୍ୱଚାପର ସମ୍ମୁଖୀନ ହୋଇଛି।
ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ନାଗରିକତ୍ୱ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମ୍‌କୋର୍ଟରେ ହେବାକୁ ଥିବା ଶୁଣାଣିରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ କଶ୍ମୀରରେ ଭାରତୀୟ କାର୍ଯ୍ୟକଳାପକୁ ନିନ୍ଦା କରିଛି ଯେଉଁଥିରେ ଉଭୟ ଦଳର ୬୬ ଜଣ ସଦସ୍ୟଙ୍କ ସମର୍ଥନ ରହିଛି। ୟୁରୋପୀୟ ୟୁନିୟନ ସଂସଦ ଖୁବ୍‌ଶୀଘ୍ର ସିଏଏ ପାଇଁ ଭାରତକୁ ନିନ୍ଦା କରୁଥିବା ଏକ ସଂକଳ୍ପ ଉପରେ ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୫ ତାରିଖରେ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ ସିଏଏ ଏବଂ ଏନ୍‌ଆର୍‌ସି ଉପରେ ଆଲୋଚନା କରିଛି। ଏହାର କମିଶନର ଅନୁରିମା ଭାର୍ଗବ କହିଛନ୍ତି, ”ଆଶଙ୍କା ହେଉଛି ଯେ ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ମିଳିତ ଭାବେ ଭାରତୀୟ ମୁସଲମାନମାନଙ୍କର ନାଗରିକତ୍ୱ ରଦ୍ଦ କରିପାରେ। ଏହା ସେମାନଙ୍କୁ ଦୀର୍ଘକାଳ ଧରି ଅଟକଗୃହରେ ରଖିବା, ନିଜ ଦେଶକୁ ପଠାଇଦେବା ଏବଂ ହିଂସାକାଣ୍ଡର କାରଣ ହୋଇପାରେ। ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଏହି ପ୍ରକ୍ରିୟା ଚାଲିଥିବାର ଆମେ ଦେଖିଛୁ। ଏହି ଅଞ୍ଚଳରେ ବେଆଇନ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ପାଇଁ ଏନ୍‌ଆର୍‌ସି ଏକ ସାଧନ।“ ଦିଲ୍ଲୀ ଦଙ୍ଗା ଭଳି ଘଟଣାକୁ ନେଇ ବିଭିନ୍ନ ରାଷ୍ଟ୍ର ମଧ୍ୟ ଭାରତକୁ ନିନ୍ଦା କରିଛନ୍ତି କିମ୍ବା ଚେତାବନୀ ଦେଇଛନ୍ତି। ବ୍ରିଟେନର ହାଉସ୍‌ ଅଫ୍‌ ଲର୍ଡସ ଏବଂ ହାଉସ୍‌ ଅଫ୍‌ କମନ୍ସ ଉଭୟ ଭାରତର ନାଗରିକତ୍ୱ ଆଇନ ଏବଂ ଦଙ୍ଗାର ସମାଲୋଚନା କରିଥିଲେ। ଇଣ୍ଡୋନେସିଆ, ଇସ୍‌ଲାମିକ କାଉନସିଲ ସଂଗଠନ, ତୁର୍କୀ ଏବଂ ମାଲେସିଆ ସମସ୍ତେ ଆମ ବିରୋଧରେ ଆଲୋଚନା କରୁଛନ୍ତି। ଇରାନର ରାଜନୈତିକ ତଥା ଧାର୍ମିକ ନେତାମାନେ ଦିଲ୍ଲୀ ଦଙ୍ଗାକୁ ନିନ୍ଦାକରିବା ସହ ଆମର ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟ ରାଷ୍ଟ୍ରମାନେ ବିଭିନ୍ନ ଉପାୟରେ ସଙ୍କେତ ପଠାଇଛନ୍ତି। ଏହି ମାସରେ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ ବାତିଲ ହୋଇଛି। ସରକାରୀ କାରଣ ହେଉଛି କରୋନା ଭାଇରସ କିନ୍ତୁ ଘୋଷଣାର ଗୋଟିଏ ଦିନ ପୂର୍ବରୁ ୫୦୦୦ ଲୋକ ଏକତ୍ରିତ ହୋଇ ସିଏଏ ପାଇଁ ଭାରତ ଏବଂ ମୋଦିଙ୍କୁ ନିନ୍ଦା କରିଥିଲେ। ମୋଦିଙ୍କ ଆଗମନ ପରେ ପରବର୍ତ୍ତୀ ବିରୋଧର ଯୋଜନା କରାଯାଇଥିଲା। ବ୍ରସେଲ୍ସରେ ୟୁରୋପୀୟ ୟୁନିୟନର ଶିଖର ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ମଧ୍ୟ ବାତିଲ କରାଯାଇଛି। ପୁଣିଥରେ ଏହି ଭୂତାଣୁକୁ ଏହାର କାରଣ ଦର୍ଶାଯାଇଥିଲା କିନ୍ତୁ ୟୁରୋପୀୟ ସଂଘର ସାଂସଦମାନଙ୍କ ଦ୍ୱାରା ଭାରତ ବିରୋଧରେ ଭୋଟ ବିଚାରାଧୀନ ଅଛି ଏବଂ ଆମେ ଏହାକୁ ବନ୍ଦ କରିବାକୁ ଅସମର୍ଥ।
ମୂଳ ପ୍ରଶ୍ନ ହେଉଛି, ବିଶ୍ୱର ବିରୋଧର ସମ୍ମୁଖୀନ ହୋଇ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିପାରିବା କି? ବୋଧହୁଏ ୧୯୯୧, ୧୯୯୮ ଏବଂ ୨୦୦୨ରେ ଆମେ ଅନୁରୂପ ଚାପର ସମ୍ମୁଖୀନ ହୋଇଥିଲୁ। ୨୦୦୨ରେ ଆମ ସଂସଦ ଉପରେ ଆକ୍ରମଣ ପରେ ଯୁଦ୍ଧକୁ ନ ଯିବା ପାଇଁ ବିଶ୍ୱ ଏବଂ ବିଶେଷକରି ଆମେରିକା ଭାରତ ଓ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲା। ପାକିସ୍ତାନ ସୀମାରେ ଭାରତ ଦ୍ୱାରା କୌଣସି ଯୁଦ୍ଧ ହୋଇ ନ ଥିଲା। ୧୯୯୮ରେ ଆମେରିକା ଅଭିଯୋଗ କରିଥିଲା ଯେ ଆମେ ଆମର ଆଣବିକ କାର୍ଯ୍ୟକ୍ରମକୁ ଅସ୍ତ୍ର ତିଆରି ପାଇଁ ବ୍ୟବହାର କରୁଛୁ। କିନ୍ତୁ ସେତେବେଳକୁ ଆମେ ଆଣବିକ ପରୀକ୍ଷା କରିସାରିଥିଲୁ। ୧୯୯୧ରେ ଆମେରିକା ଏବଂ ଅନ୍ୟାନ୍ୟ ଏଜେନ୍ସି ଭାରତକୁ ଅର୍ଥନୈତିକ ଉଦାରୀକରଣ ନୀତି ଗ୍ରହଣ କରିବାକୁ ବାଧ୍ୟ କରିଥିଲେ, ଯାହାକୁ ଆମେ ମାନିନେଇଥିଲୁ।
ବାସ୍ତବତା ହେଉଛି ଚାପ ଅଛି ଏବଂ ରହିବ କାରଣ ବିଶ୍ୱରେ ସବୁ ଦେଶର ସମସ୍ତଙ୍କ ସହ ସମ୍ପର୍କ ଅଛି। ବିଶ୍ୱ ବାଣିଜ୍ୟ ହ୍ରାସ ପାଉଥିଲେ ମଧ୍ୟ ବିଶ୍ୱ ସହିତ ଆମେ ଏତେ ଜଡିତ ଯେ ଆମେ ଯାହା କରୁ ତାହା ଅନ୍ୟମାନଙ୍କୁ ପ୍ରଭାବିତ କରେ। ମାର୍ଚ୍ଚ ୧୩ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି ଯେ, ଭାରତ ଓ ଏହାର ପଡ଼ୋଶୀ ଦେଶମାନେ କରୋନା ଭାଇରସ ସମସ୍ୟାର ସମାଧାନ କରିବେ। ସେ କହିଛନ୍ତି ସାର୍କ ରାଷ୍ଟ୍ରଗୁଡିକ କରୋନା ଭାଇରସ ସହିତ ଲଢ଼ିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରନ୍ତୁ। ଏହି ବାର୍ତ୍ତା ଆମ ପଡ଼ୋଶୀମାନଙ୍କଠାରେ ଏକ ସକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଛି। ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ କହିଛନ୍ତି: ଏହାକୁ ଆମେ ନେତୃତ୍ୱ ବୋଲି କହିଥାଉ। ସାର୍କ ରାଷ୍ଟ୍ରଗୁଡ଼ିକର ସଦସ୍ୟ ଭାବରେ ଆମେ ଏପରି ସମୟରେ ଏକାଠି ହେବା ଜରୁରୀ। ଦୁନିଆ ପରସ୍ପର ସହ ସଂଯୁକ୍ତ ବୋଲି ହୃଦୟଙ୍ଗମ କରିବାକୁ ଆମକୁ ଏକ ରୋଗର ଆବଶ୍ୟକତା ପଡ଼ିଲା। ତେବେ ଅନ୍ୟମାନଙ୍କ ବିରୋଧର ସମ୍ମୁଖୀନ ହୋଇ ଯାହା କରିବାକୁ ଚାହୁଁଛୁ ତାହା କରିବାକୁ ଦୁନିଆର କୌଣସି ରାଷ୍ଟ୍ର ସମ୍ପୂର୍ଣ୍ଣ ସାର୍ବଭୌମ ନୁହନ୍ତି। ସିଏଏ ଏବଂ ଏନ୍‌ଆର୍‌ସି କ୍ଷେତ୍ରରେ ଭାରତ କଠିନ ଉପାୟରେ ବୁଦ୍ଧି ଶିକ୍ଷା କରୁଛି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri