Posted inଜାତୀୟ

ଭାରତ ଆସିବ ଆଫ୍ରିକୀୟ ଚିତା: କେନ୍ଦ୍ରକୁ ମିଳିଲା ସୁପ୍ରିମକୋର୍ଟ ଅନୁମତି

ନୂଆଦିଲ୍ଲୀ,୨୯ା୧(ପି.ଟି.): ନାମ୍ବିଆରୁ ଆଫ୍ରିକୀୟ ଚିତାବାଘକୁ ଭାରତ ଅଣାଯିବ। ତାକୁ ପରୀକ୍ଷାମୂଳକ ଭାବେ ଭାରତର ପାଣିପାଗରେ ଖାପଖୁଆଇ ରହିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଏହି ଯୋଜନାକୁ ପ୍ରାୟ ୧୦ ବର୍ଷ ପରେ ଅନୁମତି ମିଳିଛି। କାରଣ ସରକାରଙ୍କ ନାମ୍ବିଆରୁ ଚିତା ଆଣିବା ଯୋଜନା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।
ସୁପ୍ରିମକୋର୍ଟରେ ନ୍ୟାଶନାଲ ଟାଇଗର କଞ୍ଜରଭେଶନ ଅଥରିଟି (ଏନ୍‌ଟିସିଏ) ଏକ ପିଟିଶନ ଦାଏର କରିଥିଲେ। ଦେଶରେ ବିରଳ ଭାରତୀୟ ଚିତା ନିଶ୍ଚିହ୍ନ ହେବାରେ ଲାଗିଥିବା ଦର୍ଶାଇ ନାମ୍ବିଆରୁ ଆଫ୍ରିକୀୟ ଚିତାବାଘ ଆଣିବା ପାଇଁ ଅନୁମତି ମାଗିଥିଲେ। କାରଣ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷା ଯୋଜନାକୁ ନେଇ ସର୍ବୋଚ୍ଚ ଅଦାଲତ ଅନୁଧ୍ୟାନ କରୁଛନ୍ତି। ଶୀର୍ଷ ଅଦାଲତ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏନ୍‌ଟିସିଏକୁ ପରାମର୍ଶ ଦେବା ପାଇଁ ଉକ୍ତ କମିଟିରେ ଓ୍ବାଇଲ୍ଡଲାଇଫ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିଂ, ଓ୍ବାଇଲ୍ଡ ଲାଇଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ଧନଞ୍ଜୟ ମୋହନ ଏବଂ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଓ୍ବାଇଲ୍ଡଲାଇଫ୍‌ ଡିଆଇଜିଙ୍କୁ ରଖାଯାଇଛି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ବି.ଆର୍‌. ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଅଦାଲତ ଏହି ପ୍ରୋଜେକ୍ଟକୁ ଅନୁଧ୍ୟାନ କରିବେ ଏବଂ କମିଟି ପ୍ରତି ୪ ମାସରେ ଥରେ ରିପୋର୍ଟ ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତିଙ୍କ ଉପରେ ୬.୫ କିଲୋ ଓଜନର ସୁନା ଖଣ୍ଡା ଚଢ଼ାଇଲେ ଭକ୍ତ

ହାଇଦ୍ରାବାଦ,୧୯ା୭: ଆନ୍ଧପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର କୋଣ ଅନୁକୋଣରେ ଜଣା। ଏଠାକୁ ସବୁଠାରୁ ପ୍ରତିଷ୍ଠିତ ଏବଂ ଧନୀ ଭକ୍ତମାନେ ଆସିଥାନ୍ତି। ଭଗବାନ ଭେଙ୍କେଟଶ୍ୱର...

କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ...

ସ୍ପାଇସ୍‌ ଜେଟ୍‌ ବିମାନକୁ ଅଟକାଇଥିଲା ପାକ୍‌ ବାୟୁସେନା

ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ...

୨ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ । ଅଖିଳେଶ ମୁବାରକପୁର ଏବଂ କରହାଲ ଆସନରୁ ନିର୍ବାଚନ ଲଢ଼ିବେ...

ପ୍ରକାଶ ସିଂ ବାଦଲ ଗୁରୁତର

ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା...

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ,୧୬।୬: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରୟା ବିନା ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଚଳାଇଥିବାରୁ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଜମାଏତ୍‌-ଉଲେମା-ଇ-ହିନ୍ଦ୍‌ ଓ ଅନ୍ୟମାନେ...

କରୋନାରେ ଅନାଥ ହୋଇଥିବା ଯୁବତୀଙ୍କ ବିବାହ କରାଇବେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ,୧୩ ।୮: କରୋନା ମହାମାରୀ ଅନେକ ହସଖୁସିର ସଂସାରରେ ଦୁଃଖର ପାହାଡ ଲଦିଦେଇଛି । ସାରା ବିଶ୍ୱରେ ଅନେକ ଶିଶୁ, ଯୁବକ, ଯୁବତୀ ସେମାନଙ୍କ ମାତାପିତାଙ୍କୁ...

Advertisement
Archives

Model This Week