Posted inଖେଳ

ଭାରତ-ଅଷ୍ଟ୍ରେଲିଆ ସିରିଜ୍‌: କାର୍ଯ୍ୟସୂଚୀରେ ହେବ ନାହିଁ ପରିବର୍ତ୍ତନ

ସିଡ୍‌ନୀ,୨୯।୧୨: ଭ୍ରମଣକାରୀ ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀରେ ହେବ ନାହିଁ କୌଣସି ପରିବର୍ତ୍ତନ। କୋଭିଡ୍‌-୧୯ ଯୋଗୁ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡ୍‌ନୀ ପରିବର୍ତ୍ତେ ମେଲବୋର୍ନଠାରେ ଆୟୋଜିତ ହେବା ନେଇ ସମ୍ଭାବନା ଦେଖାଦେଇଥିଲା। ହେଲେ ଏଥିରେ ପୂର୍ଣ୍ଣଛେଦ ଟାଣିଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)।

ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ସିରିଜ୍‌ର ତୃତୀୟ ମ୍ୟାଚ୍‌ ସିଡ୍‌ନୀଠାରେ ହିଁ ଖେଳାଯିବ। କୋଭିଡ୍‌-୧୯ ପାଣ୍ଡେମିକ୍‌ ସତ୍ତ୍ୱେ ମୁଁ ଖୁସିର ସହ ଘୋଷଣା କରିବାକୁ ଚାହେଁ ପୁରୁଷ ଅନ୍ତର୍ଜାତୀୟ ସିରିଜ୍‌ର କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ସିଇଓ ନିକ୍‌ ହକଲି କହିଛନ୍ତି। ଖ୍ରୀଷ୍ଟମସ ପୂର୍ବରୁ ସିଡ୍‌ନୀର ଉତ୍ତରାଞ୍ଚଳର ଉପକୂଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଯଥେଷ୍ଠ ବୃଦ୍ଧି ଦେଖିବାକୁ ମିଳିଛି। ଏହି କାରଣରୁ ରାଜ୍ୟରେ ପୁଣି ଥରେ ଲାଗୁ ହୋଇଛି କରୋନା କଟକଣା। ଏହାକୁ ଦୃଷ୍ଟିରେ ରଖି ମେଲବୋର୍ନ ଗ୍ରାଉଣ୍ଡକୁ ତୃତୀୟ ଟେଷ୍ଟ ପାଇଁ ବିକଳ୍ପ ଭେନ୍ୟୁ ଭାବେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଲେ ପଞ୍ଜାବ ମାଲିକାଣୀ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୍‌ମ୍ୟାଚରେ ଶସ୍ତା ଅମ୍ପାୟାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ...

ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ, କାହିଁକି ଏମିତି କହିଲେ ଧୋନୀ

ମୁମ୍ବାଇ,୯।୫: କ୍ରିକେଟ ଖେଳ ମଧ୍ୟ ବେଳେବେଳେ ଗଣିତର ଏକ କଠିନ ପ୍ରଶ୍ନ ପରି ହୋଇଯାଏ। ଏଠାରେ ଏକ ବିଜୟ ଏବଂ ପରାଜୟ ପରେ, ଅନେକ ସମୀକରଣ...

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି...

ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ

ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...

ଭାରତୀୟ କ୍ରିକେଟ ଅଧିନାୟକଙ୍କ ଲାଗି ସ୍ବତନ୍ତ୍ର ନମ୍ବର ୧୮୩

ଭାରତୀୟ ଦିନିକିଆ କ୍ରିକେଟ ଦଳର ସଫଳତମ ଅଧିନାୟକଙ୍କ ଲକି ନମ୍ବର ହେଉଛି ୧୮୩ । ଏହାର କାରଣ ଭାରତୀୟ କ୍ରିକେଟ ଦଳର ପ୍ରଶଂସକମାନଙ୍କୁ ଜଣାଥିବ। ସୌରଭ...

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ...

କୋହଲିଙ୍କୁ ସେହ୍ବାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଏଲିମିନେଟରରୁ ବିଦାୟ ନେଇଛି। ଚଳିତ ସଂସ୍କରଣରେ ଦଳର ବ୍ୟାଟିଂ ଭଲ ହୋଇନାହିଁ। ପ୍ରତିଯୋଗିତା...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୪ ସ୍ବଦେଶୀ ଖେଳ ସାମିଲ ହେବ

ନୂଆଦିଲ୍ଲୀ,୨୧।୧୨(ପି.ଟି.): ହରିୟାଣାରେ ୨୦୨୧ରେ ଆୟୋଜନ ହେବାକୁ ଯାଉଥିବା ଖେଲେ ଇଣ୍ଡିଆ ୟୁଥ୍‌ ଗେମ୍ସରେ ୪ଟି ସ୍ବଦେଶୀ ଖେଳ ସାମିଲ ହେବ। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ...

Advertisement
Archives

Model This Week