Posted inଖେଳ

ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ବିରାଟ ବାହିନୀ

ଓ୍ବେଲିଂଟନ, ୨୦।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବୁଧବାର ଓ୍ବେଲିଂଟନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରିଛନ୍ତି। ଭାରତୀୟ ଦଳ ସହ ସପୋର୍ଟ ଷ୍ଟାଫ୍‌ ଯାଇଥିଲେ। ‘ମୁଁ ଏଠାକୁ ଆସି ବହୁତ ସମ୍ମାନିତ ମନେକରୁଛି। ଆମର ସମସ୍ତ ଗସ୍ତବେଳେ ହାଇକମିଶନରଙ୍କୁ ସାକ୍ଷାତ୍‌ କରିଥାଏ। ଏହା ବହୁତ ସ୍ବତନ୍ତ୍ର ସନ୍ଧ୍ୟା ଥାଏ, କାରଣ ଆମେ ଭାରତୀୟ ଲୋକଙ୍କ ସହ ସମୟ ଅତିବାହିତ କରିଥାଉ। ପ୍ରକାଶଯୋଗ୍ୟ, ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜକୁ ଭାରତ ୩-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦିନିକିଆ ସିରିଜକୁ ନ୍ୟୁଜିଲାଣ୍ଡ ୩-୦ରେ ଜିତି ଟି୨୦ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋହିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ମୁମ୍ବାଇଠାରେ ଶୁକ୍ରବାର ଏମଏସଏଲଟିଏ(ମହାରାଷ୍ଟ୍ର ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ)-ୟୋନେକ୍ସ ସନ୍‌ରାଇଜ୍‌ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ୧୨...

କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି

ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍‌...

ପୁରସ୍କାର ଦୌଡ଼ରେ ସିରାଜ, ଶୁବମନ

ଦୁବାଇ, ୮।୨ (ପି.ଟି.): ଜାନୁୟାରୀ ମାସରେ ଚମତ୍କାର ପ୍ରଦର୍ଶନ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ଦୌଡ଼ରେ ଭାରତ ପେସ୍‌ ବୋଲର ମହମ୍ମଦ...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରିଷ୍ଟିନା -ବାବୋସ ଫାଇନାଲରେ

ପ୍ୟାରିସ, ୧୦।୧୦- ଫ୍ରେଞ୍ଚ୍‌ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍‌ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ...

ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟୀ…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ...

ମେସୁଟ୍‌ ଓଜିଲଙ୍କ ଅବସର

ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍‌ ଓଜିଲ୍‌ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର...

ଦିନିକିଆରେ କାହିଁକି ଫ୍ଲପ ହେଉଛନ୍ତି ଟି୨୦ ସୁପରଷ୍ଟାର ସୂର୍ଯ୍ୟକୁମାର? ଅଗରକର କହିଲେ…

ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରେୟସ ଆୟର ଆହତ ହେବା ଯୋଗୁ ଟି୨୦ ଫର୍ମାଟ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ...

କ୍ଷମା ମାଗିଲେ ହାସନ ଅଲି

କରାଚୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନ ପେସର ହାସନ ଅଲି ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ ଛାଡ଼ିଥିଲେ ମାଥ୍ୟୁ ଓ୍ବେଡ୍‌ଙ୍କ କ୍ୟାଚ୍‌। ଏହା ତାଙ୍କ...

Advertisement
Archives

Model This Week