Posted inଖେଳ

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୨\୧୧(କ୍ରୀଡ଼ା ପ୍ରତିନିଧି)-
ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି କଳିଙ୍ଗ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ବାଲିଫାୟର୍ସ ମ୍ୟାଚରେ ଭାରତ ୧-୪ ଗୋଲରେ ଆମେରିକାଠାରୁ ପରାଜିତ ହୋଇଥିଲେ ହେଁ ଶୁକ୍ରବାର ୫-୧ ଗୋଲରେ ବିଜୟୀ ହୋଇଥିବାରୁ ଅଲିମ୍ପିକ୍ସ ଟିକେଟ ପାଇଛି ୨ ମ୍ୟାଚ ଶେଷରେ ଆମେରିକା ବିପକ୍ଷରେ ଭାରତ ୬-୫ ଗୋଲରେ ଅଗ୍ରଣୀ ରହି ଆଗକୁବଢ଼ିଛି ଆମେରିକା ଗୋଲକିପର କେଲସି ବିଙ୍ଗ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଟୋକିଓ ଅଲିମ୍ପିକ୍ସ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପଯର୍ୟନ୍ତ ଅନୁଷ୍ଠିତ ହେବ
ଶୁକ୍ରବାର ୫-୧ ଗୋଲରେ ପରାସ୍ତ ହୋଇଥିବା ଆମେରିକା ଶନିବାର ଦ୍ୱିତୀୟ ମ୍ୟାଚରେ କିନ୍ତୁ ଭିନ୍ନ ପ୍ରଦର୍ଶନ କରିଥିଲା ରଣନୀତି ଅନୁସାରେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଫାଇଦାରେ ରହିଥିଲା ଏହି ଦଳ ଅନ୍ୟପକ୍ଷରେ ପ୍ରଥମ ତିନି କ୍ବାର୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଫିକା ରହିଥିଲା ଡିଫେନ୍ସ, ମିଡ୍ଫିଲ୍ଡ ଏବଂ ଫରଓ୍ୱାର୍ଡ ଲାଇନ୍ କୌଣସି ଗୋଟିଏ ବିଭାଗରେ ମଧ୍ୟ ଦଳ ଦକ୍ଷତା ଅନୁସାରେ ଖେଳିପାରି ନ ଥିଲା ଦଳର ପାସିଂ ମଧ୍ୟ ଖରାପ ରହିଥିଲା ଏହାର ଫାଇଦା ଉଠାଇଥିଲା ଆମେରିିକା ୪ର୍ଥ ମିନିଟରେ କ୍ରମାଗତ ୨ଟିି ପେନାଲ୍ଟି କର୍ନରକୁ ମିସ୍ କରିିଥିଲେ ହେଁ ୫ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଆମଣ୍ଡା ମାଗାଡାନ ଆମେରିକାକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ଏହାପରେ ଖେଳାଳିଙ୍କ ମନରେ ଜୋସ୍ ଭରି ଯାଇଥିଲା ପ୍ରଥମ କ୍ବାର୍ଟର ଶେଷ ହୋଇ ଆସୁଥିବାବେଳେ ଭାରତ ଡିି ଏରିଆ ମଧ୍ୟରେ ବଲ୍ ପାଇଁ ସଂଘର୍ଷ ସମୟରେ ଅଧିନାୟିକା କାଥଲିନ ଶାର୍କି ଗୋଲ ଦେଇ ଆମେରିକା ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଆମେରିକା ଚମତ୍କାର ପ୍ରଦର୍ଶନ କରିିଥିଲା ୨ ଗୋଲରେ ପଛରେ ରହିବାରୁ ଭାରତୀୟ ଖେଳାଳିମାନେ ଚାପକୁ ଚାଲି ଆସିଥିଲେ ୨୦ତମ ମିନିଟରେ ଆଲିସା ପାର୍କର ଫିଲ୍ଡ ଗୋଲ ଦେଇ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇଥିବାବେଳେ ୨୮ତମ ମିନିଟରେ ଆମଣ୍ଡା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲ ଦେଇ ଆମେରିକାର ଅଲିମ୍ପିକ୍ସ ଆଶା ଉଜ୍ଜୀବିତ କରିଥିଲେ ୨୬ତମ ମିନିଟରେ ସୁଶିଳା ପୋଖରାମବାମ୍ ଏବଂ ୨୭ତମ ମିନିଟରେ ନବଜୋତ କୌର କାର୍ଡ ପାଇବାରୁ କିଛି ସମୟ ପାଇଁ ଭାରତ ୯ ସଦସ୍ୟ ବିଶିଷ୍ଟ ହୋଇ ଯାଇଥିଲା ତୃତୀୟ କ୍ବାର୍ଟରରେ ଭାରତ ୨ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରି ନ ପାରିବାରୁ କୋଚ୍ ଜୋର୍ଡ ମାରିଜନେଙ୍କ ଚିନ୍ତା ବଢ଼ିଥିଲା ଏହି କ୍ବାର୍ଟରରେ ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାର ସଦ୍ବ୍ୟବହାର କରିପାରି ନ ଥିଲେ ଅନ୍ତିମ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା ଅଲିମ୍ପିକ୍ସ ଯୋଗ୍ୟତା ପାଇ ଅତିକମ୍ରେ ଗୋଟିଏ ଗୋଲ ଆବଶ୍ୟକ କରୁଥିବା ଭାରତ ଆକ୍ରମଣକୁଜୋରଦାର କରିଥିଲା ମ୍ୟାଚର ୪୯ତମ ମିନିଟରେ ଭାରତ ପାଇଁ ଶୁଭକ୍ଷଣ ଆସିଥିଲା ଅଧିନାୟିକା ରାଣୀ ରାମପାଲ ଗୋଲ ସ୍କୋର କରି ଭାରତ ପାଇଁ ଆଶା ଦୃଢ଼ୀଭୂତ କରିଥିଲେ ଗୋଲ ବ୍ୟବଧାନ ବଢ଼ାଇବା ପାଇଁ ଆମେରିକା ସବୁମତେ ଚେଷ୍ଟା କରିଥିଲା ମାତ୍ର ଭାରତୀୟ ଡିିଫେନ୍ସ ବିଭାଗ ତାହାକୁ ସଫଳ ପ୍ରତିହତ କରିଥିଲା ୫୭ତମ ମିନିଟରେ ଆମେରିକା ପାଇଁ ଶେଷ ସୁଯୋଗ ସଦୃଶ ପେନାଲ୍ଟି କର୍ନର ମିଳିଥିଲା ମାତ୍ର ତାହାକୁ ଭାରତୀୟ ଗୋଲକିପର ଓ ଡିଫେଣ୍ଡର ହେବାକୁ ଦେଇ ନ ଥିଲେ ଶେଷ ୨ମିନିଟର ଖେଳରେ ଉତ୍ତେଜନା ଭରିଥିଲେ ହେଁ ଭାରତ ଆଉ ଗୋଲ ବରଣ କରି ନ ଥିଲା ଅମ୍ପାୟରଙ୍କ ଶେଷ ହ୍ବିସିଲ ବାଜିବାକ୍ଷଣି ଭାରତୀୟ ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋଲେମା ୧୪ତମ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୪ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ...

ସନରାଇଜର୍ସ ହାଇଦ୍ରାବାଦର ଲଗାତର ଚତୁର୍ଥ ବିଜୟ

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଚଳିତ ସିଜିନରେ ହାଇଦ୍ରାବଦ ଏହା କ୍ରମାଗତ ଚତୁର୍ଥ...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ପାଇଁ ଆବେଦନ କରିବି- ଗାଙ୍ଗୁଲି

କୋଲକାତା,୩।୮- ଆଗାମୀ ଭବିଷ୍ୟତରେ ମୁଁ ଭାରତୀୟ ଦଳର କୋଚ୍‌ ହେବାକୁ ଚାହିଁବି। ହେଲେ ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ...

ଧୋନୀ, ରାଇନାଙ୍କୁ ସ୍ବତନ୍ତ୍ର ଗୀତ ଉତ୍ସର୍ଗ କଲେ ରହମାନ

ଚେନ୍ନାଇ,୧୭।୪: ଓସ୍କାର ବିଜେତା ସଙ୍ଗୀତକାର ଏ.ଆର. ରହମାନ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୦୧ର ଫିଲ୍ମ ‘ଲଗାନ’ର ଲୋକପ୍ରିୟ ଗୀତ ‘ଚଲେ...

ସିଜନର ପ୍ରଥମ ଘରୋଇ ମ୍ୟାଚ୍‌ ହାରିଲା ଯୋଦ୍ଧା

ଗ୍ରେଟର୍‌ ନୋଏଡା, ୧୦।୧୦ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ତେଲଗୁ ଟାଇଟନ୍ସ ୪୧-୩୬ ପଏଣ୍ଟରେ ଘରୋଇ ୟୁପି ଯୋଦ୍ଧାକୁ...

ଫକନର ସମଲିଙ୍ଗୀ ନୁହଁନ୍ତି

ମେଲବୋର୍ନ, ୧ା୫ (ପି.ଟି.)-ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର ସମଲିଙ୍ଗୀ ନୁହଁନ୍ତି। ମଙ୍ଗଳବାର ଏ ବିଷୟରେ ସେ ସଫେଇ ଦେଇଛନ୍ତି।  ସୋମବାର ଫକ୍‌ନର ତାଙ୍କ ୨୯ତମ ଜନ୍ମ...

ରାହାନେଙ୍କୁ ପ୍ରଶଂସା କଲେ କୋହଲି

ମେଲବୋର୍ନ,୨୭।୧୨: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଦିନ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ...

ଅଧିନାୟକ ଭାବେ ଡେବ୍ୟୁରେ ହେଲେ ଫେଲ୍‌, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ସାମିଲ

ନୂଆଦିଲ୍ଲୀ,୧୦।୬: ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଡେବ୍ୟୁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଗୁରୁବାର ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି୨୦...

Advertisement
Archives

Model This Week