Posted inଜାତୀୟ

ଭାରତୀୟ କ୍ରିକେଟ ଦଳକୁ ଶୁଭକାମନା ଜଣାଇ ଫଶିଗଲେ ଜେଡିୟୁ ନେତା

ପାଟନା, ୧୦।୭: ଆଇସିସି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯାଉଛି। ଭାରତର ବିଜୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଯଜ୍ଞ, ପୂଜାର୍ଚ୍ଚନା କରାଯାଉଥିଲାବେଳେ ବିହାରର ଜେଡିୟୁ ନେତା ଅଜୟ ଆଲୋକ ଭାରତୀୟ ଦଳକୁ ଶୁଭକାମନା ଦେବା ଚକ୍କରରେ ଫଶିଯାଇଛନ୍ତି। ସେ ଟିମ୍‌ ଇଣ୍ଡିଆର ଏକ ଫେକ୍‌ ଫଟୋ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ଭାରତୀୟ ଦଳର କୋଚ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲିଙ୍କ ଗୋଡ ତଳେ ଦୁଇଟି ମଦ ବୋତଲ ରଖାଯାଇଛି। ଏହି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ଭଲ ହେଲା ଏହି ଫଟୋଟି ବିହାରରେ ନିଆଯାଇନାହିଁ, ନଚେତ୍‌ ବିଶ୍ୱକପର ମଜା ଜେଲରେ ଉଠାଇବାକୁ ପଡିଥାନ୍ତା। ଏଥିସହ ସେ ଭାରତୀୟ ଦଳକୁ ଶୁଭକାମନା ଦେଇଥିଲେ। ଅଜୟ ଏହି ଫେକ୍‌ ଫଟୋ ଛାଡିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ...

ରୁମ୍‌ରୁ ଗର୍ଭ ପରୀକ୍ଷା କିଟ୍‌ ମିଳିବାରୁ ଝିଅକୁ ହତ୍ୟା

କୌଶମ୍ବି, ୧୦।୨:ଉତ୍ତର ପ୍ରଦେଶ କୌଶମ୍ବିର ଟେନଶାହ ଆଲାମବାଦ ଗ୍ରାମରେ ଝିଅକୁ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ୨୧ ବର୍ଷୀୟା ଯୁବତୀଙ୍କ ରୁମ୍‌ରୁ...

ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ...

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା...

ଉନ୍ନାଓ ପୀଡ଼ିତା ପରିବାରର ଦାବି: ଅଭିଯୁକ୍ତଙ୍କୁ ମିଳୁ ହାଇଦ୍ରାବାଦ ଭଳି ଦଣ୍ଡ

ନୂଆଦିଲ୍ଲୀ,୮ା୧୨(ପି.ଟି.): ଅର୍ଦ୍ଧଦଗ୍ଧ ଉନ୍ନାଓ ପୀଡିତା ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆଖି ବୁଜିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅଭିଯୁକ୍ତମାନଙ୍କୁ ହାଇଦ୍ରାବାଦ...

ଆଲୋଚନା ବିଫଳ ହେଲେ ସେନା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୫ା୮: ଭାରତ-ଚାଇନା ସୀମା ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ଲଦାଖରେ ଚାଇନା ଅନୁପ୍ରବେଶ କରି ଟେଣ୍ଟ...

ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି

ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି...

କରୋନା ଟେଷ୍ଟ୍‌ କିଟ୍‌ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି କିଟ୍‌ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ...

Advertisement
Archives

Model This Week