ଭାରତର ଚାପ ଆଗରେ ମୁଣ୍ଡ ନୁଆଇଲା ଆଣ୍ଟିଗୁଆ;ପ୍ରତ୍ୟର୍ପିତ ହେବେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ,୨୬-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ ପ୍ରତ୍ୟର୍ପିତ ହେବେ। ଆଣ୍ଟିଗୁଆ-ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ କହିଛନ୍ତି ଯେ, ଚୋକ୍‌ସିଙ୍କ ନାଗରିକତାକୁ ରଦ୍ଦ କରାଯିବ ଓ ତାଙ୍କୁ ଭାରତ ପଠାଯିବ। ତାଙ୍କ ଭଳି ଜଣେ ଆର୍ଥିକ ଅପରାଧିଙ୍କୁ ଆଣ୍ଟିଗୁଆ ସୁରକ୍ଷା ଦେବ ନାହିଁ। ତେବେ ସରକାର ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ପାଳନ କରୁଛନ୍ତି। ଅପରାଧିଙ୍କର ମଧ୍ୟ ମୌଳିକ ଅଧିକାର ରହିଛି। ଚୋକ୍‌ସିଙ୍କ ମାମଲା ଏବେ ଅଦାଲତରେ ରହିଛି। ତାଙ୍କୁ ମିଳିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆଣ୍ଟିଗୁଆ ପକ୍ଷରୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଭାରତକୁ ଏ ସମ୍ପର୍କରେ ଜଣାଇଦିଆଯାଇଛି। ଭାରତ ପକ୍ଷରୁ ଚୋକ୍‌ସିଙ୍କ ପ୍ରତ୍ୟର୍ପଣକୁ ନେଇ ଆଣ୍ଟିଗୁଆ ଉପରେ କ୍ରମାଗତ ଚାପ ସୃଷ୍ଟି କରାଯାଇଛି ବୋଲି ବ୍ରାଉନ ସ୍ବୀକାର କରିଛନ୍ତି। କ୍ୟାରିବିୟାନ ଦେଶର ଏହି ନିଷ୍ପତ୍ତି ଯୋଗୁ ଚୋକ୍‌ସିଙ୍କ ବଞ୍ଚତ୍ବାର ସବୁ ରାସ୍ତା ବନ୍ଦ ହୋଇଯାଇଛି।
ସ୍ଥାନୀୟ ଖବର କାଗଜ ଆଣ୍ଟିଗୁଆ ଅବ୍‌ଜରଭରରେ ବ୍ରାଉନଙ୍କ ମନ୍ତବ୍ୟ ପ୍ରକାଶ ପାଇବା ସତ୍ତ୍ୱେ ଭାରତ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ, ଚୋକ୍‌ସିଙ୍କ ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ। ଏଣୁ ସେ ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇପାରିବେ ନାହିଁ। ସୂଚନାଯୋଗ୍ୟ ଯେ, ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ଲାଗି ଭାରତ କ୍ରମାଗତ ପ୍ରୟାସ ଜାରି ରଖିଛି। ସେ ଅସୁସ୍ଥ ଥିବା ନେଇ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ ଭାରତ ଆସିପାରିବେ ନାହିଁ ବୋଲି ଚୋକ୍‌ସି ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ। ତେବେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭାରତକୁ ଆଣିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆଣ୍ଟିଗୁଆ ସରକାରଙ୍କ ଦ୍ୱାରା ପଳାତକ ଭାରତୀୟ ହୀରା ବ୍ୟବସାୟୀଙ୍କ ନାଗରିକତ୍ୱ ରଦ୍ଦ କରିବା ପ୍ରକ୍ରିୟାକୁ ଭାରତ ଅପେକ୍ଷା କରିଛି। ଏହାପରେ ହିଁ ଭାରତ ପକ୍ଷରୁ ଔପଚାରିକ ଭାବେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରାଯିବ। ଆସନ୍ତା ମାସରେ ଆଣ୍ଟିଗୁଆର ଏକ କୋର୍ଟରେ ଚୋକ୍‌ସିଙ୍କ ମାମଲାର ଶୁଣାଣି ହେବ। ସେ ସମୟ ପର୍ଯ୍ୟନ୍ତ ତାଙ୍କୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ସିଟିଜେନସିପ୍‌ ବାଏ ଇନ୍‌ଭେଷ୍ଟମେଣ୍ଟ ପ୍ରୋଗ୍ରାମ(ସିଆଇପି) ଅଧୀନରେ ଚୋକ୍‌ସି ୨୦୧୮ ଜାନୁୟାରୀରୁ ନାଗରିକତ୍ୱ ନେଇ ଆଣ୍ଟିଗୁଆ-ବାରବୁଡାରେ ବସବାସ କରୁଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଭଣଜା ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସହ ମିଶି ଚୋକ୍‌ସି ପିଏନ୍‌ବିରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଦୁର୍ନୀତି କରି ବିଦେଶ ଫେରାର ହୋଇଯାଇଥିଲେ। ବିଭିନ୍ନ ଦେଶରେ ଲୁଚି ବୁଲିବା ପରେ ଶେଷରେ ସେ ଆଣ୍ଟିଗୁଆରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୯।୧୦ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି(ଏମ୍‌ପିସି) ରେପୋ ରେଟ୍‌(କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଯେଉଁ ହାରରେ ଋଣ ଦିଏ)କୁ ଶୁକ୍ରବାର ୪% ସ୍ତରରେ...

ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ବଢ଼ିବ

ନୂଆଦିଲ୍ଲୀ,୨୬।୮:  ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ମିଳିପାରେ।...

ପୁଣି ମହଙ୍ଗା ହେଲା ଏଲ୍‌ପିଜି, ଜାଣନ୍ତୁ ସିଲିଣ୍ଡର ପିଛା ନୂଆ ଦାମ୍‌…

ନୂଆଦିଲ୍ଲୀ,୧।୩: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼। ପୁଣି ଥରେ ୪ ମେଟ୍ରୋ ସହରରେ ଅଣ-ସବ୍‌ସିଡିଯୁକ୍ତ ଏଲ୍‌ପିଜିର ଦର ସୋମବାର ୨୫ ଟଙ୍କା ବୃଦ୍ଧି ପାଇଛି।...

ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ନେଇ ସରକାରଙ୍କ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧-୧୧: ଚୋରା ସୁନା ଉପରେ କାର୍ଯ୍ୟାନଷ୍ଠାନ ଅନ୍ତର୍ଗତ ଗୋଲ୍ଡ ଆମ୍‌ନେଷ୍ଟି ସ୍କିମ୍‌ ଆଣିବା ଲାଗି ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଏଭଳି ଏକ ସ୍କିମଖ ଆସିବ...

ଆସିଲା ମାରୁତି ସୁଜୁକି ଏକ୍ସଏଲ୍‌୬

ଭୁବନେଶ୍ୱର, ୨୪-୮(ବ୍ୟୁରୋ): ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ରାଜଭବନ ରୋଡ ସ୍ଥିତ ନେକ୍ସା ଶୋ’ରୁମରେ ଏହାର...

ଇଛାକୃତ ଖିଲାପକାରୀଙ୍କୁ ନେଇ ଚିନ୍ତାରେ ବ୍ୟାଙ୍କ: ୫ ବର୍ଷରେ ବଢିଛନ୍ତି ୬୦%; ୨୦୧୪-୧୫ ପରଠାରୁ ବଢୁଛି

ନୂଆଦିଲ୍ଲୀ,୨୫-୬: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୬୦% ବଢି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୮୫୮୨ ଛୁଇଁଛି।...

ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ...

ବୀମା ପୈଠ ପାଇଁ ମିଳିବ ଋଣ

ଭୁବନେଶ୍ୱର,୩୦।୬: ବର୍ତ୍ତମାନ ସମୟରେ ଲୋକେ ସବୁଥିରେ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଫଳରେ ସେମାନେ ସବୁ ସ୍ତରରେ ସୁରକ୍ଷିତ ହୋଇପାରିବେ, ହେଲେ ବେଳେ ବେଳେ...

Advertisement
Archives

Model This Week