ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଉଭା ହୋଇଛି। ୨୦୧୭ ସୁଦ୍ଧା ଅଷ୍ଟ୍ରେଲିଆ କମ୍ପାନୀଗୁଡିକ ଦେଶରେ ୧୪ ବିଲିୟନ ଡଲାର ପୁଞ୍ଜି ନିବେଶ କରିଛନ୍ତି। ୨୦୩୫ ସୁଦ୍ଧା ଏହା ୧୦୦ ବିଲିୟନ ଡଲାର ଛୁଇଁବ ବୋଲି କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର କନସଲ ଜେନେରାଲ ଆଣ୍ଡ୍ରିଉ ଫୋର୍ଡ କହିଛନ୍ତି। ମଙ୍ଗଳବାର ଶିଳ୍ପ ସଂଘ ଆଇସିସି ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫୋର୍ଡ କହିଛନ୍ତି, ଭାରତ ଅଷ୍ଟ୍ରେଲିଆ ପାଇଁ ଏକ ପ୍ରମୁଖ ବାଣିଜ୍ୟ ସହଯୋଗୀ। ଭାରତ ସହ ବାଣିଜ୍ୟ ସମ୍ପର୍କକୁ ଆହୁରି ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି। ଅଷ୍ଟ୍ରେଲୀୟ କମ୍ପାନୀଗୁଡିକ ଏଠାରେ ନିବେଶ ଓ କାରବାର କରିବାକୁ ଚାହୁଁଥିବା ସେ ସୂଚନା ଦେଇଛନ୍ତି। ଭାରତର ୧୦ କ୍ଷେତ୍ର ଏବଂ ୧୦ ପ୍ରମୁଖ ରାଜ୍ୟରେ ନିବେଶ ଲାଗି ଅଷ୍ଟ୍ରେଲିଆ ଯୋଜନା ରଖିଛି। ଏସୀୟ ରାଷ୍ଟ୍ରଗୁଡିକ ସହ ୧୦ ସ୍ବଳ୍ପ ଏବଂ ଦୀର୍ଘ ମିଆଦି ପ୍ରସ୍ତାବ ଉପରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କ୍ଷେତ୍ରଗୁଡିକ ମଧ୍ୟରେ ଶକ୍ତି, ଶିକ୍ଷା, ଦକ୍ଷତା ବିକାଶ, ଖଣିଜ, ଧାତବ ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ,ସ୍ବାସ୍ଥ୍ୟ ସେବା ଏବଂ ବନ୍ଦର ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଅଫର କଲା ବିପିସିଏଲ୍‌

ନୂଆଦିଲ୍ଲୀ,୨୬।୭: ଦେଶର ଦ୍ୱିତୀୟ ସର୍ବବୃହତ୍‌ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌)କୁ ଘରୋଇକରଣ କରିବା ଲାଗି ସରକାର ଯୋଜନା ରଖିଛନ୍ତି। ଏଥି ଲାଗି...

୧୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୦।୧: କୋଭିଡ୍‌ ମହାମାରୀ ସାରା ବିଶ୍ୱକୁ ଏବେ ବି କବଳିତ କରି ରଖିଛି। ଏହି ସମୟରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ସମସ୍ୟା କେତେବେଳେ...

ଫ୍ଲାଟ୍‌ ଦେଇ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ,୨୪-୭-ଘର କ୍ରେତାଙ୍କଠାରୁ ଅର୍ଥ ନେଇ ଠିକ୍‌ ସମୟରେ ଫ୍ଲାଟ୍‌ ପ୍ରଦାନ କରୁ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଉଭୟ...

ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର...

ସ୍ପଷ୍ଟ କଲା ଡିଆଇସିଜିସି;ଲକ୍ଷେ ଟଙ୍କାର ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, ୪-୧୨: ଯଦି କୌଣସି ବ୍ୟାଙ୍କ ଏହାର କାରବାରରେ ବିଫଳତା ଲାଗି ବନ୍ଦ ହୋଇଯାଏ ତେବେ ଗ୍ରାହକଙ୍କ ମୋଟ ଜମାର କେବଳ ଲକ୍ଷେ ଟଙ୍କା ଉପରେ...

ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି...

୧୦୫୦ କୋଟିରେ ବିଗ୍‌ ଏଫ୍‌ଏମ୍‌କୁ ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୨୮-୫: ଋଣରେ ବୁଡ଼ି ରହିଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀ ବିଗ ଏଫ୍‌ଏମ୍‌ ଚଳାଉଥିବା ରିଲାଏନ୍ସ ବ୍ରଡ୍‌କାଷ୍ଟ ନେଟ୍‌ଓ୍ବର୍କ(ଆର୍‌ବିଏନ୍‌)କୁ ବିକ୍ରି କରିଦେବେ। ପ୍ରାୟ ୧୦୫୦ କୋଟି ଟଙ୍କାରେ...

ବିଗ୍‌ ବଜାର ପକ୍ଷରୁ ଡୋରଷ୍ଟେପ ଡେଲିଭରି ସେବା

ଭୁବନେଶ୍ୱର,୯।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବିଗ୍‌ ବଜାର ପକ୍ଷରୁ ଡୋର ଷ୍ଟେପ୍‌ ଡେଲିଭରି ସେବା ଯୋଗାଇ ଦିଆଯାଉଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କ ଘର ଦୁଆରରେ ସେବା...

Advertisement
Archives

Model This Week