Posted inଜାତୀୟ

ଭାରତରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ

ଫତେହାବାଦ୍‌,୧୨।୧୨: ଭାରତର ହରିୟାଣାରେ ବାଦାମ ଓ ଆଇସକ୍ରିମ୍‌ ବିକ୍ରି କରୁଛନ୍ତି ପାକିସ୍ତାନର ପୂର୍ବତନ ସାଂସଦ। ଏହି ସାଂସଦ ଜଣକ ହେଉଛନ୍ତି ଦଓ୍ବାୟାରାମ। ପାକିସ୍ତାନରୁ ବିତାଡ଼ିତ ହୋଇ ସେ ଏବେ ଫତେହାବାଦ୍‌ର ରତନଗଡ଼ରେ ବାସ କରୁଛନ୍ତି। ସେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ସମୟରେ ସାଂସଦ ଥିଲେ। ତେବେ ସାଂସଦ ହେବାର ୧୫ ଦିନ ପରେ କିଛି ଲୋକ ତାଙ୍କ ପରିବାରର ଜଣେ ଝିଅଙ୍କୁ ଅପହରଣ କରି ନେଇଥିଲେ। ତାଙ୍କୁ ସଂରକ୍ଷିତ ସାଂସଦ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଏହାପରେ ଦଓ୍ବାୟାରାମ କୋର୍ଟରେ ଏକ ଆବେଦନ କରିଥିଲେ। କୋର୍ଟ ଏହାର ବିଚାର କରି ଆପୋଷ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ନିର୍ଯାତିତ ହୋଇ ସେ ଶରଣାର୍ଥୀ ଭାବେ ଭାରତକୁ ଆସିଥିଲେ। ଏବେ ଭାରତର ନାଗରିକ ହୋଇଥିବାରୁ ସେ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ

ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ...

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି...

୨ ହଜାର ବର୍ଷ ତଳେ ହରପ୍ପାନ୍‌ ସଭ୍ୟତାରେ ତିଆରି ହେଉଥିଲା ପିଜା

ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨...

ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ

ନୂଆଦିଲ୍ଲୀ, ୨୨।୭: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ...

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ...

ଦିଦିରୁ ଆମ୍ମା ହୋଇଗଲେ ମମତା!

କୋଲକାତା,୧୭ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ଭିନ୍ନ ପରିଚୟ ତାମିଲନାଡୁରେ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଦିଦି ଏବେ ଆମ୍ମା ହୋଇଯାଇଛନ୍ତି ।...

ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା

ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ...

ଏମ୍ସ ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଇରମିମଙ୍କୁ ଅଭିନନ୍ଦନ ଜଣାଇଲା ସେନା

ରାଜୌରୀ,୩।୯: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ପ୍ରଥମ ଗୁଜ୍ଜର ମହିଳା ଭାବେ ଚଳିତ ବର୍ଷ ଅଲ୍‌ ଇଣ୍ଡିଆ ଇନଷ୍ଟୃଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ଏମ୍‌ବିବିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ...

Advertisement
Archives

Model This Week