ଭାରତକୁ ଟାଣିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୫।୧: ଆମେରିକାର ରକେଟ ମାଡ଼ରେ ଇରାନ ସେନାର କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଇଛି। ଏହି ଘଟଣାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ଯୁଦ୍ଧର ରୂପ ନେଇପାରେ ବୋଲି ଅନେକେ ଆଶଙ୍କା କରୁଛନ୍ତି। ତେବେ ଏହା ଯୁଦ୍ଧ ଆରମ୍ଭ କରିବା ପାଇଁ ନୁହେଁ ବରଂ ବନ୍ଦକରିବା ପାଇଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ। ଅନ୍ୟ ପକ୍ଷରେ ସେ ଏହି ବିବାଦ ମଧ୍ୟକୁ ଭାରତକୁ ଟାଣିଛନ୍ତି। ନିହତ ସୋଲେମାନୀଙ୍କର ନୂଆଦିଲ୍ଲୀ ଏବଂ ଲଣ୍ଡନରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତି ଥିଲା ବୋଲି ଟ୍ରମ୍ପ୍‌ କହିଛନ୍ତି। ୨୦୧୨ ଫେବୃୟାରୀ ୧୩ରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣକୁ ସେ ଇଙ୍ଗିତ କରିଛନ୍ତି। ସୋଲେମାନୀ ହତ୍ୟା ପାଇଁ ଆମେରିକା ନିନ୍ଦିତ ହୋଇଥିବାବେଳେ ଏବେ ଭାରତ ସମେତ ଅନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକରୁ କୂଟନୈତିକ ସମର୍ଥନ ହାସଲ କରିବାକୁ ଟ୍ରମ୍ପ୍‌ ଏଭଳି ଉଦ୍ୟମ କରୁଥିବା କୁହାଯାଉଛି।
୨୦୧୨ ଫେବୃୟାରୀରେ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲୀ ଦୂତାବାସର କୂଟନୀତିଜ୍ଞଙ୍କ ସ୍ତ୍ରୀ ତାଙ୍କ ପିଲାମାନଙ୍କୁ ସ୍କୁଲରୁ ଆଣିବାକୁ ଯାଉଥିବାବେଳେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା। ଏହି ବୋମାମାଡ଼ ସହ ସୋଲେମାନୀ ନେତୃତ୍ୱାଧୀନ ଇରାନର ରିଭଲ୍ୟୁଶନାରୀ ଗାର୍ଡସ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ନୂଆଦିଲ୍ଲୀ ତେହେରାନକୁ ଚେତାବନୀ ଦେଇଥିଲା। ଇରାନ ବୈଜ୍ଞାନିକଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଥିବାରୁ ଏହାର ପ୍ରତିଶୋଧ ନେବା ପାଇଁ ସେହି ସମୟରେ ଥାଇଲାଣ୍ଡ ଓ ଜର୍ଜିଆରେ ଥିବା ଇସ୍ରାଏଲ ଦୂତାବାସକୁ ମଧ୍ୟ ଟାର୍ଗେଟ କରି ବୋମାମାଡ଼ ହୋଇଥିଲା।
ସୋଲୋମାନୀ ହତ୍ୟା ଘଟଣାକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ତେବେ ସୋଲେମାନୀ କେବଳ ଇରାନର କମାଣ୍ଡର ଜେନେରାଲ ନ ଥିଲେ ସେ ଆତଙ୍କବାଦୀ ସଂଗଠନର କମାଣ୍ଡର ଥିଲେ ଏବଂ ଇରାନ ବାହାରେ ଛାୟାଯୁଦ୍ଧ ଚଳାଇଥିଲେ ବୋଲି ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି। ନିରୀହ ଲୋକମାନଙ୍କୁ ହତ୍ୟାକରିବା ସୋଲେମାନୀଙ୍କର ଏକ କୁତ୍ସିତ ମାନସିକତା ଥିଲା। ସେ ଆମେରିକା ସୈନ୍ୟ, ନୌସେନା, ବାୟୁସେନା ଓ କୂଟନୀତିଜ୍ଞମାନଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏବେ ତାଙ୍କର ଆତଙ୍କବାଦୀ ସାମ୍ରାଜ୍ୟର ଅନ୍ତ ହେଲା ବୋଲି ଟ୍ରମ୍ପ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…

ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ…

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ପ୍ରକାଶ ପାଇଲା NEET UG ୨୦୨୬ ପରୀକ୍ଷାଫଳ: ୧୧.୨୧ ଲକ୍ଷ ଛାତ୍ରୀଛାତ୍ର କୃତକାର୍ଯ୍ୟ, ସଫଳତା ହାରରେ ଆଗରେ ମହିଳା

ନୂଆଦିଲ୍ଲୀ,୧୬।୭: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) ୨୦୨୬ ର ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ୍…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

‘ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ଥିଲେ ମିଳିବ ନାହିଁ ଭରଣପୋଷଣ’: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ବିଳାସପୁର,୧୬।୭: ଯଦି ଜଣେ ବିବାହିତ ମହିଳା ବିବାହ ପରେ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସେ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…

ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri