ଭାଜପା ପ୍ରଚାରକୁ ବିରୋଧ କରି ଆକ୍ରମଣ: ୨ ଭାଜପା ନେତା ଆହତ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ)- ରାଜଧାନୀରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରରେ ପ୍ରଚାରକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହଁି ହୋଇଛନ୍ତି। ଅନ୍ୟଏକ ଗୋଷ୍ଠୀ ଭାଜପା କର୍ମୀଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇଜଣ ଭାଜପା ନେତା ଆହତ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଭାଜପା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ଭାଜପା ମଣ୍ଡଳ ସଭାପତି ମାନସୀ ରଞ୍ଜନ ରାୟ। ସୂଚନା ମୁତାବକ, ବୁଧବାର ମଧ୍ୟାହ୍ନରେ ଉତ୍ତର ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅପରାଜିତା ମହାନ୍ତି ଅନ୍ୟ ନେତୃବୃନ୍ଦ ଓ କର୍ମୀଙ୍କ ସହ ନୀଳାଦ୍ରିବହାର ଅଞ୍ଚଳରେ ପ୍ରଚାର କରୁଥିଲେ। ମଙ୍ଗଳାବସ୍ତିକୁ ପ୍ରଚାର ଯାଉଥିବାବେଳେ କେତେଜଣ ଯୁବକ ଏହାକୁ ବିରୋଧ କରି ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା। ସମ୍ପୃକ୍ତ ଯୁବକମାନେ ସଂଘବଦ୍ଧ ଭାବେ ନିର୍ଦ୍ଦିଷ୍ଟ କେତେଜଣ ଭାଜପା ନେତାଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ମାଡ଼ରେ ଭୁବନେଶ୍ୱରର ଭାଜପା ସାଧାରଣ ସମ୍ପାଦକ ସାବତ ଓ ଚନ୍ଦ୍ରଶେଖରପୁର ଭାଜପା ମଣ୍ଡଳ ସଭାପତି ମାନସୀ ଆହତ ହୋଇଛନ୍ତି। ଏ ନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଯେଉଁମାନଙ୍କ ନାମରେ ଅଭିଯୋଗ କରାଯାଇଛି ପୋଲିସ ସେମାନଙ୍କୁ ଚିହ୍ନଟ କରିବା ସହ ଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା-କଟକ ଆଗରେ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩ ଲୋକାଲ...

ବ୍ଲଡ ବ୍ୟାଙ୍କ୍‌ରେ ରକ୍ତ ଅଭାବ: ଆଗକୁ ସୃଷ୍ଟି ହୋଇପାରେ ଜଟିଳ ସ୍ଥିତି

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ ଡାଉନ୍‌। କେହି ଘରୁ ପଦାକୁ ଗୋଡ଼ କାଢୁନାହାନ୍ତି। ଡାକ୍ତରଖାନା ଖୋଲା ରହିଥିଲେ...

ବିକ୍ରି ହୋଇପାରୁନି ମିଠାମକା, ଚିନ୍ତାରେ ଚାଷୀ

ବୁଗୁଡ଼ା,୨୮ା୭(ଡି.ଏନ.ଏ.)-ଓଡ଼ିଶାରେ ମିଠାମକା ଚାଷରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମର ଚାଷୀ ଏବେ ହତାଶ ହୋଇ ପଡ଼ିଛନ୍ତି।...

ଏମ୍ସ ଓପିଡି ଖୋଲିଲା

ଭୁବନେଶ୍ୱର, ୮।୨(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ଓପିଡି ସୋମବାର ଖୋଲିଛି। ପ୍ରଥମ ଦିନରେ ୨,୫୦୦ ରୋଗୀ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ସମସ୍ତ...

ପୁରୀ ନାମ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉ

ପୁରୀ ଅଫିସ, ୬।୧୧: ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କୋଟି କୋଟି ମଣିଷଙ୍କ ଦେବତା। ତାଙ୍କ ବିନା ପୁରୀ, ଓଡ଼ିଶା କିମ୍ବା ଭାରତର ପରିଚୟ ନାହିଁ। ତେଣୁ...

ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର,୩।୫: ପିପିଲି ଉପନିର୍ବାଚନକୁ ସୋମବାର ସ୍ଥଗିତ ରଖାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍‌, ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ...

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ...

Advertisement
Archives

Model This Week