Posted inଜାତୀୟ

ଭାଜପା ଜାରି କଲା ୯ ଜଣିଆ ତାଲିକା

ନୂଆଦିଲ୍ଲୀ,୧୨ା୩(ପି.ଟି.): ଆସନ୍ତା ୨୬ରେ ୧୭ ରାଜ୍ୟର ୫୫ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଏଥିଲାଗି ଭାଜପା ପକ୍ଷରୁ ବୁଧବାର ସନ୍ଧ୍ୟାରେ ୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। କଂଗ୍ରେସ ଛାଡ଼ି ଭାଜପାରେ ସଦ୍ୟ ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଏହି ତାଲିକାରେ ରହିଛି। ଅନ୍ୟ ୮ ପ୍ରାର୍ଥୀ ହେଲେ ଆସାମରୁ ଭୁବନେଶ୍ୱର କାଲିତା, ବିହାରରୁ ବିବେକ ଠାକୁର, ଗୁଜରାଟରୁ ଅଭୟ ଭରଦ୍ୱାଜ ଓ ରମିଲାବେନ ବାରା, ଝାଡ଼ଖଣ୍ଡରୁ ଦୀପକ ପ୍ରକାଶ, ମଣିପୁରରୁ ଲିଏସେମ୍ବା ମହାରାଜା, ମହାରାଷ୍ଟ୍ରରୁ ଉଦୟରାଜେ ଭୋସଲେ ଏବଂ ରାଜସ୍ଥାନରୁ ରାଜେନ୍ଦ୍ର ଗେହଲଟ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ଆର୍‌ପିଆଇ ମୁଖ୍ୟ ରାମଦାସ ଅଠାଓ୍ବଲେଙ୍କୁ ମହାରାଷ୍ଟ୍ରରୁ ପୁନଃ ନିର୍ବାଚିତ ହେବା ପାଇଁ ଭାଜପା ଗୋଟିଏ ଆସନ ଛାଡ଼ିଦେଇଛି। ସେହିପରି ଆସାମରୁ ବିଶ୍ୱଜିତ ଦାଇମାରିଙ୍କୁ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ଟିକେଟରୁ ରାଜ୍ୟ ସଭା ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ଭାଜପା ଅନ୍ୟ ଏକ ଆସନ ଛାଡ଼ିଦେଇଛି। ଉପରୋକ୍ତ ରାଜ୍ୟ ବିଧାନସଭାରେ ଭାଜପାର ସଂଖ୍ୟାବଳ ଥିବାରୁ ଏହି ପ୍ରାର୍ଥୀମାନେ ବିଜୟୀ ହେବା ଏପ୍ରକାର ନିଶ୍ଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୫।୧୦: ଚିଦାମ୍ବରମଙ୍କୁ ଲାଗିଛି ଝଟକା। ଆଏନ୍‌ଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ...

ଡାନିଶ୍‌ ଅଲି ଲୋକ ସଭାରେ ବିଏସ୍‌ପି ନେତା ପଦରୁ ବିଦା

ନୂଆଦିଲ୍ଲୀ,୮ା୮(ପି.ଟି.): ବିଏସ୍‌ପି ଡାନିଶ୍‌ ଅଲିଙ୍କୁ ଲୋକ ସଭାରେ ଦଳର ନେତା ନିଯୁକ୍ତ କରିବାର ଦିନ କେଇଟା ନ ଯାଉଣୁ ତାଙ୍କୁ ଉକ୍ତ ପଦରୁ ବିଦା କରିଦେଇଛି।...

ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨...

ନବଜାତ ଶିଶୁଙ୍କ ପାଦ କାମୁଡ଼ି ଖାଇଲା ମୂଷା…

ଇନ୍ଦୋର,୧୮।୫: ହସ୍ପିଟାଲରେ ଚିକିତ୍ସାରେ ଅବହେଳା ହୋଇଥିବା ଏକ ଘଟଣା ନେଇ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ମଧ୍ୟପ୍ରଦେଶ ଇନ୍ଦୋରର ମହାରାଜ ଯଶଓ୍ବନ୍ତରାୟ ସରକାରୀ...

୧୧ ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୧ : ଜାତୀୟ ଶିଶୁ ପୂରସ୍କାରରେ ସମ୍ମାନିତ ୧୧ ଛୋଟପିଲାଙ୍କୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ...

ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍‌କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ...

୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ

ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍‌ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ...

କଶ୍ମୀର-ବାବରି-ଜେହାଦକୁ ନେଇ ଅଲ୍‌କାଇଦାର ଆତଙ୍କବାଦ ଜହର,ନୂଆ ଭିଡିଓ ଜାରି…

ନୂଆଦିଲ୍ଲୀ,୧୨।୧୦: ଆତଙ୍କବାଦୀ ସଂଗଠନ ଅଲ୍‌ କାଇଦା ପକ୍ଷରୁ ଏବେ ଏକ ନୂଆ ଭିଡ଼ିଓ ଜାରି ହୋଇଛି। ଏଥିରେ କଶ୍ମୀର-ବାବରୀ-ଜେହାଦକୁ ନେଇ ଆତଙ୍କବାଦ ଜହର ଓଗାଳିଛି ଏହି...

Advertisement
Archives

Model This Week