ଭାଇଚାରା ଯାତ୍ରା ସାରି ଫେରିଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨୬ା୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଗତ ୯ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏହି ରାୟକୁ ସ୍ବାଗତ ଜଣାଇ ଶ୍ରୀଜଗନ୍ନାଥ ସେନା ପୁରୀରୁ ଭାଇଚାରାର ବାର୍ତ୍ତା ଦେଇଥିଲା। ବଡ଼ଦାଣ୍ଡସ୍ଥିତ ଭକ୍ତ ସାଲବେଗ ପୀଠରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଏପରି କି ବିଦେଶୀ ଇସ୍କନ ଭକ୍ତ ଏକାଠି ହୋଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବାଗତ କରିଥିଲେ। ପରସ୍ପରକୁ ମିଠା ଖୁଆଇ ଆମେ ସବୁ ଭାଇ -ଭାଇର ବାର୍ତ୍ତା ଦେଇଥିଲେ। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସବୁ ଧର୍ମାଲମ୍ବୀମାନଙ୍କୁ ଫୁଲମାଳ ଓ ଟିକା ପିନ୍ଧାଯାଇ ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ଗତ ୨୦ ତାରିଖରେ ଶ୍ରୀଜଗନ୍ନାଥ ସେନା ଅଯୋଧ୍ୟା ଅଭିମୁଖେ ଭାଇଚାରା ଯାତ୍ରା କରିଥିଲା। ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାତ୍ରାରେ ସାମିଲ ଥିବା ସେନାର କର୍ମକର୍ତ୍ତାମାନେ ସାଥୀରେ ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ, ଦୁଇଖଣ୍ଡ ଖଣ୍ଡୋଲାଇଟ୍‌ ପଥର ଓ ପତିତପାବନ ବାନା ନେଇଥିଲେ। ଅଯୋଧ୍ୟା ଗସ୍ତ ଶେଷ କରି ସେନା କର୍ମକର୍ତ୍ତା ଫେରିଛନ୍ତି। ମଙ୍ଗଳବାର ଏହି ଭାଇଚାରା ଯାତ୍ରା ସ୍ଥାନୀୟ କବୀର ଚଉରାଠାରେ ଶେଷ ହୋଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଲାଲା ନ୍ୟାସ ଟ୍ରଷ୍ଟକୁ ସିଧାସଳଖ ୧ଲକ୍ଷ ୧ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ମସ୍‌ଜିଦ ପାଇଁ କୌଣସି ଟ୍ରଷ୍ଟ ନ ଥିବାରୁ ଫୈଜାବାଦ ପୋଲିସ ଜିମାରେ ୧ଲକ୍ଷ ୧ଟଙ୍କା ଦାନ ଅର୍ଥ ଦାଖଲ କରାଯାଇଛି। ପରେ ଏହା ମସ୍‌ଜିଦ ଟ୍ରଷ୍ଟକୁ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ହେଲାନି ଧାନ: ରାସ୍ତା ଉପରେ ଗଦାକଲେ ଚାଷୀ

ବରଗଡ଼ ଅଫିସ,୧୨।୨: ବରଗଡ଼ ଜିଲାରେ ଏବେ ମଧ୍ୟ ଖରିଫ ଧାନ ବିକ୍ରି ସମସ୍ୟା ଦୂର ହୋଇ ପାରିନାହିଁ। ଟୋକନ ନ ମିଳିବାରୁ ଜିଲାର ଅନେକ ଚାଷୀ...

ଅସହାୟ ୨ ଶିଶୁଙ୍କୁ ଉଦ୍ଧାର କଲା: ପ୍ରଶାସନମୁକ୍ତ ଆଶ୍ରୟ ସ୍ଥଳରେ ଥଇଥାନ

ନୂଆପଡା ଅଫିସ,୧।୮: ନୂଆପଡା ଜିଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସଦର ଗାଁର ମା’ବାପାଙ୍କ ମୃତ୍ୟୁ ପରେ ଅସହାୟ ଭାବେ ଜୀବନ କାଟୁଥିବା ୨ ଶିଶୁଙ୍କୁ...

ପିନ୍ଧା ଶାଢ଼ିରେ ନିଆଁ ଲାଗି ଜଳିଗଲେ ମହିଳା

ପାଟଣା,୨୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଜଣେ ମହିଳାଙ୍କ ପିନ୍ଧା ଶାଢ଼ିରେ ନିଆଁ ଲାଗି ସୋମବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ...

ଗାଡ଼ି ଖରାପ ହୋଇଗଲା, ବରଗଡ଼ରେ ଅଟକିଲେ ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୫।୫: ଅଧାବାଟରେ ଗାଡ଼ି ଅଚଳ ହୋଇଯିବାରୁ ପ୍ରବାସୀ ଶ୍ରମିକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଶୁକ୍ରବାର ଏଭଳି...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ୍‌, ୩୦।୧୨:-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍‌ସିଂହପୁର ସେସୁ ଜେଇ-୨ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଦୀପ୍ତିଙ୍କ ବିସିପାତଳସ୍ଥିତ...

ଆନ୍ତଃ ଜିଲା ସିଂଗଝର ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ :ପ୍ରଥମ ଦିବସରେ କାପସି, ମାନିଗାଁ ବିଜୟୀ

ସିନାପାଲି,୨୧।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ସିଂଗଝର ଫୁଟବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ କାପସି ବନାମ ଚଟିଆଗୁଡା ଓ ମାନିଗାଁ...

ହରିଣ ମାଂସ ଜବତ: ୨ ଅଟକ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ...

୬ଘଣ୍ଟାରେ ୨୦ ବାଇକ୍‌ ଜବତ

ବଡ଼ସାହି,୯ା୪(ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଛି। ସରକାରଙ୍କ ନିୟମକୁ ଊଲ୍ଲଂଘନ କରି କେତେକ ଅସାମାଜିକ ଯୁବକ ବାଇକ ଯୋଗେ ଏଣେ ତେଣେ ବୁଲୁଥିବା...

Coronavirus Update

Archives

Model This Week

Why Dharitri