ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମଙ୍ଗଳ ମନାସେ ଓ ନିଜ ସୁରକ୍ଷା ପାଇଁ ଦାବି କରେ। ପରମ୍ପରା ମୁତାବକ ଏହାକୁ ସମଗ୍ର ଭାରତବର୍ଷରେ ପାଳନ କରାଯାଏ। ମୟୂରଭଞ୍ଜ ଜିଲାରେ ଥିବା ୨୬ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଏହି ଦିନ ନିଜ ନିଜ ଭାଇମାନଙ୍କ ସହିତ ଦିନଟିଏ ବିତାଇବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଏହି ବିଦ୍ୟାଳୟଗୁଡିକରେ ସାମୂହିକ ଭାବେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ କର୍ତ୍ତୃପକ୍ଷମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଛାତ୍ରୀମାନେ ନିଜ ନିଜ ଭାଇମାନଙ୍କୁ ପୋଷ୍ଟକାର୍ଡ ଯୋଗେ ଚିଠି ଲେଖି ରାକ୍ଷୀ ପୂର୍ଣ୍ଣିମା ଦିନ ବିଦ୍ୟାଳୟ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ନିଜ ହାତ ତିଆରି ରାକ୍ଷୀ ବାନ୍ଧିବାକୁ ଯୋଜନା ମଧ୍ୟ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଛାତ୍ରୀମାନେ ଭଳିକି ଭଳି କାଗଜ, ସୂତା ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ରାକ୍ଷୀ ତିଆରି କରିଛନ୍ତି। ଗୋରୁମହିଷାଣି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନୁଶ୍ରୀ ସୋରେନ କୁହନ୍ତି, ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ଏବଂ ତାଙ୍କୁ ସେ ନିଜ ହାତ ତିଆରି ରାକ୍ଷୀ ବାନ୍ଧିବେ। ପରିବାର ଠାରୁ ଦୂରରେ ରହୁଥିବାରୁ ଦିନଟିଏ ଭାଇଙ୍କ ସହିତ ବିତାଇବେ ବୋଲି କହିଛନ୍ତି। ବଡ଼ସାହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅଞ୍ଜନା ବିନ୍ଧାଣୀ କୁହନ୍ତି, ଏହି ଦିନ ଭଉଣୀ ଓ ଭାଇଙ୍କ ସମ୍ପର୍କର ଡୋରି ପାଇଁ ରହିଛି। ଏଣୁ ସେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ମଙ୍ଗଳ ମାନାସିବେ। ଜାମଦାପାଳ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ସରିତା ମହାନ୍ତ ମଧ୍ୟ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିକା ପାଇଁ ହାତରେ ରାକ୍ଷୀ ତିଆରି କରିଛନ୍ତି। ବଜାରରେ ରାକ୍ଷୀ ମିଳୁଥିଲେ ମଧ୍ୟ ନିଜେ ତିଆରି କରି ଭାଇ ହାତରେ ରାକ୍ଷୀ ବାନ୍ଧିବାର ଅନୁଭବ ନିଆରା। ଏଣୁ ସେ ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି ବୋଲି ମଧ୍ୟ କହିଛନ୍ତି। ସର୍ବଶିକ୍ଷା ଅଭିଯାନର ଜିଲା ବାଳିକା ଶିକ୍ଷା ସଂଯୋଜକ ମାନସ ସ୍ବାଇଁ ସୂଚନା ଦେଇ କହିଛନ୍ତିି, ଜିଲାର ୨୬ଟି କେଜିବିଭିର ୨୬୦୦ ଛାତ୍ରୀଙ୍କୁ ନେଇ ସେମାନଙ୍କ ବିଦ୍ୟାଳୟଗୁଡିକରେ ସାମୂହିକ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରୀମାନେ ନିଜ ହାତରେ ରାକ୍ଷୀ ତିଆରି କରିଛନ୍ତି। ଏଥିପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯାଇଛି। ତେବେ କେବଳ ରାକ୍ଷୀ ନୁହେଁ ଏହି ଦିନ ସ୍ବାଧୀନତା ଦିବସ ଥିବାରୁ ଛାତ୍ରୀମାନେ ଜାତୀୟ ପତାକା ସମେତ ବିଭିନ୍ନ ସାମଗ୍ରୀ ତିଆରି କରିଛନ୍ତି। ୧୦ରୁ ୨୦ ଜଣ ଛାତ୍ରୀମାନଙ୍କୁ ଛୋଟ ଛୋଟ ଗ୍ରୁପ କରାଯାଇ ଏହି ସବୁ ସାମଗ୍ରୀ ତିଆରି କରିବା ପାଇଁ ଉତ୍ସାହିତ କରାଯାଉଛି। ଆର୍ଟ ଆଣ୍ଡ କ୍ରାଫ୍ଟ କ୍ଷେତ୍ରରେ ଥିବା ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ହିଁ ଏହାର ମୂଳ ଲକ୍ଷ୍ୟ ବୋଲି ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ନିର୍ବାଚନୀ ଅସହିଷ୍ଣୁତା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୧୨ା୨: କେନ୍ଦ୍ରାପଡ଼ା ଜିଲାର ଆଳି ଓ ଡେରାବିଶ ବ୍ଲକ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ...

ବ୍ରାହ୍ମଣୀପାଳରେ କୁକୁର ଆତଙ୍କ; ଗର୍ଭବତୀଙ୍କ ପେଟକୁ କାମୁଡ଼ିଲା

କେନ୍ଦୁଝର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଳ ଗ୍ରାମାଞ୍ଚଳରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଗତ ଦୁଇଦିନ ମଧ୍ୟରେ...

ପୂର୍ବତନ ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣା: ତତ୍କାଳୀନ ଜିଲାପାଳଙ୍କ ସମେତ କର୍ମଚରୀଙ୍କ ବିରୋଧରେ ଲାଗିଥିବା ଦଫା ରଦ୍ଦ କଲେ ହାଇକୋର୍ଟ

ମାଲକାନଗିରି,୨୪।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ତତ୍କାଳୀନ ଜିଲାପାଳ ମନିଷ ଅଗ୍ରଓ୍ବାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ବନଜା ପଣ୍ଡା...

ବର୍ଷ ବର୍ଷ ପରେ ବି ସୁଧୁରୁନି ରାସ୍ତା

ବାଲେଶ୍ୱର ଅଫିସ, ୧୧ା୩ ବାଲେଶ୍ୱର ପୌରାଞ୍ଚଳର ୩ନଂ. ୱାର୍ଡରେ ବିଭିନ୍ନ ସମସ୍ୟା ଲାଗି ରହିଛି। ରାସ୍ତା ସମସ୍ୟା ପ୍ରମୁଖ। ଖରାଦିନେ ଯେନତେନ ପ୍ରକାରେ ଚଳିଯାଉଥିବା ବେଳେ...

ବାତ୍ୟା ନିରୋଧୀ ବନୀକରଣ ସୃଷ୍ଟି କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୩।୩: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ପୁରୀ ଗସ୍ତରେ ଆସି ଜିଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଉପକୂଳବର୍ତ୍ତୀ...

ବଦଳିଲା ନିଷ୍ପତ୍ତି, ୨୫ରୁ ଧାନକିଣା

ବରଗଡ଼ ଅଫିସ୍‌,୨୭।୧୦: ବରଗଡ଼ ଜିଲାରେ ଆସନ୍ତା ଡିସେମ୍ବର ୧ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା ।...

ଆଜି ହେରାପଞ୍ଚମୀ: ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

ପୁରୀ,୨୪। ୬(ଅଜିତ ମହାନ୍ତି): ଜନ୍ମବେଦୀରେ ତିନି ଠାକୁର। ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ୯ ଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ। ଏପଟେ ମହାଲଷ୍ମୀ ଅଭିମାନ...

ବିଜେଡିକୁ କଳାପତାକା ଦେଖାଇ ବିରୋଧ: ଭାଜପା କର୍ମୀ ଅଟକ

ଦେବଗଡ଼,୨୪।୧(ଡି.ଏନ୍‌.ଏ.): ବିଜେଡିକୁ କଳାପତାକା ଦେଖାଇ ବିରୋଧ  ବେଳେ ଭାଜପା କର୍ମୀ ଅଟକ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଶାସନସାହି ଛକରେ । ବିଜେଡ ପ୍ରତିଷ୍ଠା...

Advertisement
Archives

Model This Week