ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ଅପରାହ୍ନରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ନିରଞ୍ଜନ ନାୟକ, ନକୁଳ ନାୟକ, ତାରିଣୀ ବଡ଼ ପରିଜା, ରମେଶ ବେହେରା, ସୁଦାମ ନାୟକ, ସହଦେବ ନାୟକ, ବଳରାମ ନାୟକ ସରପଞ୍ଚ ବାବୁଲା ମଲ୍ଲିକଙ୍କୁ ସମସ୍ତ ଘଟଣା ଅବଗତ କରିବାପରେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ସବର୍ଣ୍ଣ ଗୋଷ୍ଠୀର ଯୁବକମାନେ ଗଁାରେ ଶୋଭାଯାତ୍ରା କରି ଭସାଣି ଉତ୍ସବ ସାରିଥିଲେ। ପରେ ଅସବର୍ଣ୍ଣ ଗୋଷ୍ଠୀଙ୍କ ଭସାଣି ଶୋଭାଯାତ୍ରାକୁ ସବର୍ଣ୍ଣ ଗୋଷ୍ଠୀ ବିରୋଧ କରିଥିଲେ। ପ୍ରତିବାଦ କରିବାରୁ ରାତି ପ୍ରାୟ ସାଢ଼େ ୭ଟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ଧାସ୍ତାଧସ୍ତି ହୋଇଥିଲା। ସେଥିରେ ଅସବର୍ଣ୍ଣ ଗୋଷ୍ଠୀର ୧୦ରୁ ଊର୍ଦ୍ଧ୍ୱ ମହିଳା ଓ ଯୁବକ ଆହତ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଗତ ବିଧାନସଭା ନିର୍ବାଚନ ପରଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ଅସବର୍ଣ୍ଣ ଲୋକଙ୍କୁ ଭୋଜି କାର୍ଯ୍ୟ ନିମନ୍ତେ କଲ୍ୟାଣ ମଣ୍ଡପ ଦିଆଯାଉନାହିଁ, ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଥିବା ନଳକୂପରୁ ପାଣି ନେବା ପାଇଁ ବାରଣ କରାଯାଇଛି। ପୋଖରୀ ତୁଠ ବ୍ୟବହାର କରିବାକୁ ଦିଆଯାଉନାହିଁ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ପ୍ରକଳ୍ପ ଖରାପ ହେବା ପରେ ମରାମତି ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରୁଥିଲେ ମଧ୍ୟ ସବର୍ଣ୍ଣ ଲୋକଙ୍କ ଚାପରେ ମରାମତି ହେଉ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସବର୍ଣ୍ଣ ଗୋଷ୍ଠୀଙ୍କ ପକ୍ଷରୁ ଅରୁଣ ସାହୁ, ଗଙ୍ଗାଧର ସାହୁ, ସମ୍ବାରୁ ସାହୁ, ବୁଲୁ ସାହୁ, ନିରଞ୍ଜନ ସାହୁ, ରବି ସାହୁ, ଉମା ସାହୁ ପ୍ରମୁଖ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ ପାଇଁ ଶୁକ୍ରବାର ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡାକିଥିବା ଜଣାପଡିଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଭଙ୍ଗା କୁଡ଼ିଆରେ ଅସହାୟ ପରିବାର
ଚିତ୍ରଡ଼ା, ୬ା୭(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡ଼ିହା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଚାଟିଆ ଗ୍ରାମର ଚାମଟୁ ବିନ୍ଧାଣିଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚିତ ହୋଇ ଦୟନୀୟ ଭାବେ...

ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍
ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର...

ଜବରଦଖଲ ଉଚ୍ଛେଦ ନେଇ ତାତିଲେ ଗ୍ରାମବାସୀ
କୋରାପୁଟ,୬ା୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ବ୍ରାହ୍ମଣୀପୁଟ ଗ୍ରାମାଞ୍ଚଳରେ ବେଆଇନ ଭାବେ କେତେକ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ଦୋକାନ ଓ ଗୃହ ନିର୍ମାଣ...

ଇଏଲ୍ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା
ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା।...

ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲେ ସ୍ବାମୀ: ୪ ମାସ ପରେ ମିଳିଲା ମୃତଦେହ
କୋରାପୁଟ,୪।୯(ସ୍ବ.ପ୍ର.)ଷ କୋରାପୁଟ ଜିଲାର କାକିରିଗୁମ୍ମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୪ ମାସ ତଳୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଏକ...

ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭୧ ପ୍ରତିଶତ: ସିଏମ୍ସି କମିଶନର
କଟକ ଅଫିସ,୨୬ା୭-କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଏକ ସପ୍ତାହରେ ମୋଟ୍ ଚିହ୍ନଟଙ୍କ ମଧ୍ୟରୁ ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭୧ ପ୍ରତିଶତ...

ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର
କେନ୍ଦୁଝର,୧୪।୧: କେନ୍ଦୁଝର ଜିଲା ତେଲକୋଇ ଥାନା କୁଣ୍ତେଇହତା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଛି ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିବାରୁ ସେ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା
ବାଲେଶ୍ୱର ଅଫିସ, ୧୪।୪- କରୋନା ସଂକ୍ରମଣଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଙ୍ଗଳବାର ସହାୟତା ରାଶି...