Posted inଜାତୀୟ

ଭଲ ବ୍ୟବହାର ପାଇଁ କୋହଳ ହେବନି ଫାଶୀଦଣ୍ଡାଦେଶ

ନୂଆଦିଲ୍ଲୀ,୨୪ା୧(ପି.ଟି.):ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ ଯଦି ଦୋଷୀସାବ୍ୟସ୍ତ ହେବା ପରେ ଜେଲ୍‌ରେ ଭଲ ବ୍ୟବହାର ଦେଖାନ୍ତି, ତେବେ ସେମାନଙ୍କୁ ଦଣ୍ଡରୁ ମୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଏପରି ହେଲେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୌଣସି ଅପରାଧୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ୍‌.ଏ. ନାଜିର ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି।
ପରିବାରର ୭ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିବା ଶବନମ୍‌ ଓ ତାଙ୍କ ପ୍ରେମିକ ସଲିମ ଦଣ୍ଡରୁ ମୁକ୍ତି ପାଇବା ପାଇଁ ରିଭ୍ୟୁ ପିଟିଶନ ଦାଏର କରିଥିଲେ। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉପରୋକ୍ତ ମତ ରଖିଛନ୍ତି। ସଲିମ ଓ ଶବନମ୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଉଭୟେ ବିବାହ କରିବାକୁ ଚାହୁଁଥିଲେ। ତେବେ ଶବନମ୍‌ଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଫଳରେ ୨୦୦୮ ଏପ୍ରିଲ ୧୫ରେ ଉଭୟେ ମିଶି ଶବନମ୍‌ଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ମାମଲାର ବିଚାର କରି ସେସନ୍ସ କୋର୍ଟ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ଓ ୨୦୧୫ରେ ସର୍ବୋଚ୍ଚ ଅଦାଲତ ଏହାକୁ କାଏମ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଉପରେ ମହାକାଶରୁ ରଖାଯିବ କଡ଼ା ନଜର: ୬ ହଜାର ଇଞ୍ଜିନ୍‌ରେ ଲଗା ସରିଛି ‘ଗଗନ ପ୍ରଣାଳୀ’

ନୂଆଦିଲ୍ଲୀ,୧୫।୧୦: ଆଉ ଗୋଟିଏ ବର୍ଷ ପରେ ୨୦୨୦ ସୁଦ୍ଧା ଟ୍ରେନ୍‌ ଉପରେ ମହାକାଶରୁ କଡ଼ା ନଜର ରଖାଯିବ। ଏନେଇ ସାଟେଲାଇଟ୍‌ ସହିତ ଟ୍ରେନ୍‌ ଲୋକୋମୋଟିଭ୍‌ ଇଞ୍ଜିନ୍‌...

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ...

ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୨: ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରୀ ଉପରେ ରୋକ ଲଗାଇବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି...

‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୫ ।୯: ରାଷ୍ଟ୍ରୀୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ନେତୃତ୍ୱରେ ଗୁରୁବାର ୧୫ ରାଜ୍ୟରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା । ଏହି...

ବିଶ୍ୱର ଅଷ୍ଟମ ପ୍ରଦୂଷିତ ରାଷ୍ଟ୍ର ଭାରତ

ନୂଆଦିଲ୍ଲୀ, ୧୫। ୩: ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ସୂଚୀରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ମଙ୍ଗଳବାର ସୁଇସ୍‌ ଫାର୍ମ ଆଇକ୍ୟୁଏୟାର ପକ୍ଷରୁ ‘ଓ୍ବାଲର୍‌ଡ ଏୟାର୍‌...

ରାଜଧାନୀର ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଜାଣନ୍ତୁ…

ନୂଆଦିଲ୍ଲୀ,୭।୮: ମଦ ପ୍ରେମୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ସରକାର ରାଜଧାନୀରେ ୧ ଘଣ୍ଟା ଅଧିକ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ...

ଭାରତ-ଚାଇନା ସୀମା ବିବାଦ, ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୩ ଦେଶ(ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ)କୁ ୬ ଦିନିଆ ଗସ୍ତରେ ଯାଇଛନ୍ତି। ହେଲେ ଏହି ଗସ୍ତ...

ସାଧାରଣତନ୍ତ୍ର ଦିବସ ୨୦୨୨: ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ

ନୂଆଦିଲ୍ଲୀ,୨୪ ।୧: ସୀମା ସୁରକ୍ଷା ବଳର ମହା ନିରିକ୍ଷକ ଡିକେ ବୁରା କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ର ବିରୋଧି ତତ୍ତ୍ୱକୁ ନେଇ ସମସ୍ୟା ଉପୁଜାଇବା ଧମକକୁ...

Advertisement
Archives

Model This Week