Posted inଖେଳ

ଭଲ ଫଳାଫଳା ପାଇଁ ରିସ୍କ ନେବାକୁ ହେବ: କୋହଲି

ବେଙ୍ଗାଲୁରୁ,୨୩।୯(ପି.ଟି.)- ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସନ୍ତୁଳିତ ତଥା ଶକ୍ତିଶାଳୀ ଦଳ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଏଥିପାଇଁ ରିସ୍କ ନେବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଠାରେ ଖେଳାଯାଇଥିବା ଅନ୍ତିମ ଟି୨୦ ମ୍ୟାଚ୍‌ରେ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମସ୍ତେ ଚେଜ୍‌ କରିବାକୁ ପସନ୍ଦ କରିଥାନ୍ତି। କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହେଲା ଓ ଭାରତ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ତେବେ କୋହଲି ଏ ନେଇ କୌଣସି ଅନୁଶୋଚନା କରିନାହାନ୍ତି। ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଏଭଳି ରିସ୍କ ନେବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏପରିକି ବିଜୟ ହାସଲ କରିବାକୁ ମଧ୍ୟ ରିସ୍କ ନେବାକୁ ହୋଇଥାଏ। ମ୍ୟାଚ୍‌ ଖେଳିବା ପୂର୍ବରୁ କିଛି ପୂର୍ବରୁ ସ୍ଥିର ହୋଇ ନ ଥାଏ ଓ କୌଣସି ଜିନିଷରେ ଗ୍ୟାରେଣ୍ଟ ନ ଥାଏ ବୋଲି ମ୍ୟାଚ୍‌ ପରର ଖବରଦାତା ସମ୍ମିଳନୀରେ ସେ କହିଛନ୍ତି।
ବେଳେବେଳେ ସୁବିଧାଜନକ ସ୍ଥିତିରୁ ଆମକୁ ଊର୍ଦ୍ଧ୍ୱକୁ ଉଠିବାକୁ ହେବ। ଏହା ହେଲେ ଆମେ ଟସ୍‌ ଉପରେ ନିର୍ଭର କରିବୁ ନାହୁଁ। ସବୁବେଳେ ଟସ୍‌ ଜିତିବା ସମ୍ଭବ ହୋଇ ନଥାଏ। ତେଣୁ ପ୍ରଥମେ କିମ୍ବା ପରେ ବ୍ୟାଟିଂ କରି କିପରି ବିଜୟୀ ହେବୁ ତାହା ଉପରେ ଆମକୁ କାର୍ଯ୍ୟ କରିବାକୁ ହେବ। ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ୍‌ ଦୃଢ଼ ହୋଇଥିଲେ ମଧ୍ୟ ତୃତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ୯ ଉଇକେଟର ପରସ୍ତ ହୋଇଛି। ଫଳରେ ଏହି ସିରିଜ ଶେଷରେ ୧-୧ରେ ଡ୍ର ରହିଛି। ପ୍ରଥମେ ବ୍ୟାଟିଂ ହେଉ କି ବୋଲିଂ ଏକ ଶ୍ରେଷ୍ଠ ଦଳ ସହ ପଡିଆକୁ ଓହ୍ଲାଇବା ଓ ସବୁ ପ୍ରକାର ପରସ୍ଥିତିରେ ଭଲ ପ୍ରଦର୍ଶନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଅନୁକୂଳ ପରିସ୍ଥିତିରେ ସବୁ ଦଳ ଓ ଖେଳାଳି ଭଲ ଖେଳିଥାନ୍ତି। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭଲ ଖେଳିଲେ ଦଳ ବିଜୟୀ ହୋଇ ପାରିବ। ତେଣୁ ଏଥି ପାଇଁ ମାନସିକ ଭାବେ ପ୍ରସ୍ତୁତି ଆବଶ୍ୟକ। ତେଣୁ ଏଥିପାଇଁ ରିସ୍କ ନେବାକୁ ହେବ। ଏହି ଗ୍ରାଉଣ୍ଡରେ ଗତ ୬ଟି ଟି୨୦ ମ୍ୟାଚ୍‌ରେ କୌଣସି ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନାହାନ୍ତି। ଦଳକୁ ଦୃଢ଼ ଭାବେ ଗଠି ତୋଳିବା ପାଇଁ କୋହଲି ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଗ୍ରାଉଣ୍ଡରେ ୧୩୪ ଆଦୌ ଭଲ ସ୍କୋର ନୁହଁ ବୋଲି କୋହଲି ସ୍ବିକାର କରିଛନ୍ତି। ତେବେ ବୋଲରଙ୍କୁ ସେ ପରାଜୟ ପାଇଁ ଦାୟୀ କରିନାହାନ୍ତି। ବୋଲରଙ୍କ ପାଇଁ ସ୍କୋରବୋର୍ଡରେ ଅତିକମ୍‌ରେ ୧୬୦ ରନର ସ୍କୋର ରହିବା ଆବଶ୍ୟକ। ତେଣୁ ପରାଜୟ ପାଇଁ ବୋଲରଙ୍କୁ ଦାୟୀ କରିବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗୋଟିଏ ଦୁଇଟି ବିଭାଗରେ ଆମକୁ ତ୍ରୁଟି ସୁଧାରିବାକୁ ହେବ। ଏକଦା ଗୋଟିଏ ଉଇକେଟ ହରାଇ ଆମେ ୬୩ ରନ ସଂଗ୍ରହ କରିଥିଲୁ। ତେଣୁ ଅତିକମ୍‌ରେ ୧୭୦ ରନ ସଂଗ୍ରହ କରିବୁ ବୋଲି ଆଶ କରିଥିଲୁ। ଦକ୍ଷିଣ ଆଫ୍ରିକା ଭଲ ଭାବେ ତା’ର ଯୋଜନା କାର୍ଯ୍ୟକାରୀ କଲା ବୋଲି ସେ କହିଛନ୍ତି।
ଏବେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଟେଷ୍ଟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆମେ ବିଶ୍ୱର ଶ୍ରେଷ୍ଠ ଦଳ। ପୁଣି ଘରୋଇ ପରିବେଶ ଭାରତ ଆହୁରି ଶକ୍ତିଶାଳୀ ଦଳ ବିବେଚିତ ହୋଇଥାଏ। ତେଣୁ ଟେଷ୍ଟ ସିରିଜରେ ଭାରତର ପ୍ରଦର୍ଶନ ଭଲ ହେବ ବୋଲି କୋହଲି କହିଛନ୍ତି। ସବୁ ପ୍ରକାର ପରିସ୍ଥିତିତରେ ସ୍ଥିର ପ୍ରଦର୍ଶନ କରବା ଏକ ବଡ଼ ଚ୍ୟାଲେଞ୍ଜ। କେବଳ ସେତିକି ନୁହଁ ପ୍ରତିପକ୍ଷ ଦଳକୁ ମଧ୍ୟ ହେୟ ମନେ ନ କରି ସମ୍ମାନ ଦେବାକୁ ହୋଇଥାଏ ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା କ୍ରିକେଟ୍‌ ଦଳର ସିରିଜ୍‌ କ୍ଲିନସୁଇପ୍‌

ଗୁୟାନା,୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖି ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ପୋଛିନେଇଛି। ବେଦା କ୍ରିଷ୍ଣମୂର୍ତ୍ତି...

ସଚିନ, କୋହଲିଙ୍କୁ ପଛରେ ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୮।୧: ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତାଙ୍କର ୨୭ତମ ଟେଷ୍ଟ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ତୃତୀୟ...

ଅଲୋଡ଼ା କ୍ଲବରେ ରୋହିତ

ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ...

ଜିତିବାକୁ ଥିଲା ମାତ୍ର ୩୪ ରନ୍‌, ହାତରେ ୭ ଉଇକେଟ; ତଥାପି ହାରିଥିଲା ଦଳ

ଟେଷ୍ଟ କ୍ରିକେଟ ଖେଳାଳିଙ୍କ ପାଇଁ ପ୍ରକୃତ ପରୀକ୍ଷା ବୋଲି କୁହାଯାଏ। ଗୋଟିଏ ଅଧିବେଶନରେ ମ୍ୟାଚ୍‌ରେ ସ୍ଥିତି ବଦଳିଯାଏ। ଏହିପରି ଗୋଟିଏ ମ୍ୟାଚ ୧୮୮୨ମସିହାରେ ଅଷ୍ଟ୍ରେଲିଆ ଏବଂ...

ଚାଇନା ଓପନ ଟାଇଟଲ ସହ ଫେରିଲେ ମାରିନ

ଚାଙ୍ଗ୍‌ଝୋ,୨୨।୯: ଅଲିମ୍ପିକ୍‌ ଚାମ୍ପିୟନ କାରୋଲିନା ମାରିନ ସଫଳତାର ସହ ଆହତ ସମସ୍ୟାରୁ ଫେରି ନିଜର ଚାଇନା ଓପନ ଟାଇଟଲ ଡିଫେଣ୍ଡ କରିଛନ୍ତି। ରିଓ ଅଲିମ୍ପିକ୍‌ ଚାମ୍ପିୟନ...

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍‌ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ...

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର...

ସିଦ୍ଧେଶ ଲାଡଙ୍କୁ ନେଲା କେକେଆର

ମୁମ୍ବାଇ,୧୫।୧୧- ଆଇପିଏଲ ସିଜନ ପୂର୍ବରୁ ଖେଳାଳିଙ୍କ ଅଦଳବଦଳ ପ୍ରକ୍ରିୟା ଅନୁଯାୟୀ ସିଦ୍ଧେଶ ଲାଡ ମୁମ୍ବାଇ ଇଣ୍ଡିଆନ୍ସ ଦଳଠାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ନେଇଛି। ୨୦୧୫ରେ...

Advertisement
Archives

Model This Week