Posted inଫୁରସତ

ଭଲରେ ଶୁଅନ୍ତି ଭାରତୀୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କେଉଁ ଦେଶର ଲୋକେ ରାତିରେ ଭଲରେ ଶୋଉଛନ୍ତି ଯଦି ପ୍ରଶ୍ନ ପଚରାଯାଏ ତେବେ ଭାରତୀୟଙ୍କ ନାଁ ପ୍ରଥମରେ ଆସିବ। ଏହା ପଛକୁ ସାଉଦି ଆରବ ଓ ତା’ ପଛକୁ ରହିଛି ଚାଇନା। ଫିଲିପ୍ସ ପକ୍ଷରୁ ଗ୍ଲୋବାଲ୍‌ ମାର୍କେଟ ରିସର୍ଚ୍ଚ ଫାର୍ମ କେ.ଜେ.ଟି ଦ୍ୱାରା କରାଯାଇଥିବା ଏକ ଅନ୍‌ଲାଇନ ସ୍ଲିପ୍‌ ସର୍ଭେରୁ ଏହା ଜଣାପଡିଛି । ୧୨ଟି ଦେଶର ୧୮ ଓ ଏହାଠାରୁ ବେଶି ବର୍ଷ ବୟସର ଲୋକମାନଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଦକ୍ଷିଣ କୋରିଆରେ ସବୁଠାରୁ ବେଶି ଲୋକ ଭଲରେ ଶୋଇପାରନ୍ତିନାହିଁ ଓ ଏହା ପଛକୁ ରହିଛି ଜାପାନ । ପ୍ରତିଦିନ ୮ ଘଣ୍ଟା ଶୋଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବାବେଳେ କେବଳ ସାପ୍ତାହିକ ଛୁଟିରେ ଏହାଠାରୁ ବେଶି ସମୟ ଶୋଉଥିବା ଜଣାପଡିଛି। ଏହି ସର୍ଭେରେ ସ୍ବଷ୍ଟ କରାଯାଇଛି ଯେ, କାନାଡା ଓ ସିଙ୍ଗାପୋରରେ ବିଷାଦ ଓ ବ୍ୟସ୍ତତା ଯୋଗୁ ଶୋଇବାରେ ବ୍ୟାଘାତ ଘଟୁଛି। ସର୍ଭେରେ ଆଉ କିଛି ତଥ୍ୟ ମଧ୍ୟ ସାମ୍‌ନାକୁ ଆସିଛି। କୁହାଯାଇଛି ଯେ, ୩୫ ପ୍ରତିଶତ ମହିଳା ଘୁଙ୍ଗୁଡିି ମାରୁଥିବା ସ୍ବାମୀଙ୍କ ପାଖରେ ବେଳେବେଳେ ନିଦରେ ଶୋଇପାରନ୍ତି କିମ୍ବା ସେମାନଙ୍କୁ ଆଦୌ ନିଦହୁଏନାହିଁ। ୬୭ ପ୍ରତିଶତ ଲୋକଙ୍କର ରାତିରେ ଥରେ ନିଦ ଭାଙ୍ଗେ ବୋଲି ସର୍ଭେରୁ ଜଣାପଡିଛି। ଏହା ମଧ୍ୟ କୁହାଯାଇଛି ଯେ,ଆମେରିକାରେ ୩୦ ପ୍ରତିଶତ ଓ ଭାରତରେ ୩୬ ପ୍ରତିଶତ ବୟସ୍କ ପେଟ୍‌ ସହ ଶୋଇବାକୁ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବନ୍ଧାହୋଇ ଜଣଙ୍କ ପରେ ଜଣେ କରୁଥିଲେ ଏମିତି, ଶେଷକୁ ରହିଲାନି କିଛି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ।...

ମହାକାଶରେ ତିଆରି ହେଲା ପ୍ରଥମ ବିସ୍କୁଟ୍‌

ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍‌ ବା ବିସ୍କୁଟ ପ୍ରସ୍ତୁତ...

କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ...

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

ମରୁଭୂମିରୁ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବର୍ଷା ବହୁତ କମ୍‌ ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…

ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...

ଏମିତି ରାସ୍ତା, ଯାହା ଉପରେ ଚାଲିଲେ ଉତ୍ପନ୍ନ ହୁଏ ବିଦ୍ୟୁତ୍‌ ଶକ୍ତି

ଏମିତି ଏକ ରାସ୍ତା ଯାହା ଉପରେ ଚାଲିଲେ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ରାସ୍ତା ନିର୍ମାଣ କରିଥିବା ଅନୁସନ୍ଧାନକାରୀଙ୍କ...

Advertisement


Archives

Model This Week

Why Dharitri